www.samajalive.in
Sunday, December 14, 2025
26.1 C
Bhubaneswar

ବିଶ୍ବ ଶୌଚାଳୟ ଦିବସ

ସର୍ବେକ୍ଷଣ ଅନୁସାରେ ଭାରତର ଗାଁ ଗହଳିରେ ୬୭ ପ୍ରତିଶତ ଏବଂ ସହରାଞ୍ଚଳରେ ୧୩ ପ୍ରତିଶତ ଲୋକ ଖୋଲାରେ ଶୌଚ କରନ୍ତି। ମିଳିତ ଜାତିସଂଘର ଏକ ତଥ୍ୟରୁ ଜଣାପଡ଼ିଛି, ବିଶ୍ୱର ପ୍ରାୟ ୪୫୦ କୋଟି ଲୋକଙ୍କ ପାଖରେ ଏବେ ମଧ୍ୟ ପର୍ଯ୍ୟାପ୍ତ ସ୍ୱଚ୍ଛତା ଉପଲବ୍ଧ ନାହିଁ । ଖାଲି ସେତିକି ନୁହେଁ, ସାରା ବିଶ୍ୱର ଯେତେ ଲୋକ ଖୋଲାରେ ଶୌଚ କରନ୍ତି, ତାର ପ୍ରାୟ ଅର୍ଦ୍ଧାଧିକ ଲୋକ ଭାରତୀୟ। ଫଳସ୍ୱରୂପ, ପରିବେଶ ଦୂଷିତ ହେବା ସହ ଲୋକ ଅସୁସ୍ଥ ହୁଅନ୍ତି। ଶୌଚାଳୟ ବିନା ସ୍ଥାୟୀ ବିକାଶ ଅସମ୍ଭବ। ଶୌଚାଳୟ ସୁବିଧାକୁ ମାନବାଧିକାର ଭାବେ ଜାତିସଂଘ ତରଫରୁ ସ୍ବୀକୃତି ମିଳିଛି। ସମସ୍ତ ବର୍ଗର ଲୋକେ ଶୌଚାଳୟ ବ୍ୟବହାର କରିବା ଦରକାର। ୨୦୩୦ ସୁଦ୍ଧା ବିଶ୍ବ ସ୍ବଚ୍ଛତା ସଙ୍କଟକୁ ସମ୍ପୂର୍ଣ୍ଣ ରୂପେ ଦୂର କରିବାର ଲକ୍ଷ୍ୟ ରଖାଯାଇଛି। ଏହି ପରିପ୍ରେକ୍ଷୀରେ ପ୍ରତିବର୍ଷ ନଭେମ୍ବର ୧୯ରେ ‘ବିଶ୍ବ ଶୌଚାଳୟ ଦିବସ’ ବିଶ୍ବର ପ୍ରତିଟି ପ୍ରାନ୍ତରେ ପାଳନ କରାଯାଏ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories