www.samajalive.in
Saturday, December 13, 2025
18.1 C
Bhubaneswar

ଜନଜାତି ସଂପ୍ରଦାୟଙ୍କର କଳା ଓ କଳାବସ୍ତୁ ପ୍ରଦର୍ଶନ

ଭୁବନେଶ୍ୱର: ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ତଥା ପ୍ରଶିକ୍ଷଣ ପ୍ରତିଷ୍ଠାନ, ଭୁବନେଶ୍ୱର ଠାରେ ନଭେମ୍ବର ୧୫ରୁ ଆରମ୍ଭ ହୋଇଥିବା ଜନଜାତୀୟ ଗୌରବ ଦିବସ, ୨୦୨୨ ଚଳିତ ମାସ ୨୧ ତାରିଖ ପର୍ଯ୍ୟନ୍ତ ପାଳିତ ହେଉଛି। ଏହି ଅବସରରେ ୧୨ଟି ଜନଜାତି ସଂପ୍ରଦାୟଙ୍କର କଳା ଓ କଳାବସ୍ତୁ ପ୍ରଦର୍ଶନ କରାଯାଇଛି। ସେଗୁଡ଼ିକ ହେଉଛି ଡଙ୍ଗରିଆ କନ୍ଧମାନଙ୍କର ସୂଚୀକର୍ମ, ଲୋଧାମାନଙ୍କର ବାଉଁଶ ଶିଳ୍ପ, ଭୋତଡ଼ାମାନଙ୍କର ଧାନ୍ୟ ଶିଳ୍ପ, ଭୂମିଜ ଓ ସାନ୍ତାଳମାନଙ୍କର ସବାଇ ଶିଳ୍ପ, ସଉରା ଓ ଗଣ୍ଡମାନଙ୍କର ଚିତ୍ରକଳା, ବଣ୍ଡାମାନଙ୍କର ମାଳି କାମ, ଭୂମିଜଙ୍କର ପତ୍ରଶିଳ୍ପ, ଶବର ଓ ସାଉଁଟିମାନଙ୍କର ମୂର୍ତ୍ତିକା ଶିଳ୍ପ ଏବଂ ମୁଣ୍ଡାମାନଙ୍କର ଲାଖ ଶିଳ୍ପ।

- Advertisement -

ଏହି କଳା ଓ କଳାବସ୍ତୁ ପ୍ରଦର୍ଶନରେ ବହୁ ସଂଖ୍ୟାରେ ଦର୍ଶକମାନେ ଆସି କଳାକାରମାନଙ୍କୁ ଉସିାହିତ କରିବା ସହିତ ଜନଜାତି କଳାବସ୍ତୁ କ୍ରୟ କରୁଛନ୍ତି। ଏତଦ୍‌ବ୍ୟତୀତ କେରଳ ଏବଂ ମହାରାଷ୍ଟ୍ରର ଶକ୍ତି ସଚିବ, ଦକ୍ଷିଣ ଭାରତର ଚଳଚ୍ଚିତ୍ର ଜଗତର ପ୍ରତିଷ୍ଠିତ, ପ୍ରଯୋଜକ, ନିର୍ଦ୍ଦେଶକ, ଲେଖକ ଏବଂ କଳାକାର ଏମ୍‌ ନସିର୍‌ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଓ ବିଭିନ୍ନ ବିଭାଗର ଉଚ୍ଚ ପଦାଧିକାରୀ ମଧ୍ୟ ଏହି ପ୍ରଦର୍ଶନୀ ପରିଦର୍ଶନ କରିଛନ୍ତି। ଇଟାଲୀ, ଆମେରିକା, ଇଂଲଣ୍ଡ, କାନାଡ଼ା ଇତ୍ୟାଦି ଦେଶରୁ ବିଦେଶୀ ପରିଦର୍ଶକମାନେ ମଧ୍ୟ ଆସି ଏହି ପ୍ରଦର୍ଶନୀ ପରିଦର୍ଶନ କରି ଆନନ୍ଦିତ ହୋଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories