www.samajalive.in
Friday, December 5, 2025
20.1 C
Bhubaneswar

ଟିଟିଲାଗଡ଼ ଜିଲା ଦାବି, ଗର୍ଜିଲା କଂଗ୍ରେସ: ଦୁର୍ବାର ଆନ୍ଦୋଳନ ପାଇଁ ସୁରେନ୍ଦ୍ରଙ୍କ ଚେତାବନୀ

ଟିଟିଲାଗଡ଼: ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟ ମୁଖ୍ୟମନ୍ତ୍ରୀ ପଦ୍ମପୁର ଉପଖଣ୍ଡକୁ ରାଜ୍ୟର ୩୧ ନମ୍ବର ଜିଲା କରିବେ ବୋଲି ଘୋଷଣା କରିଛନ୍ତି। ଏହାକୁ ନେଇ ଟିଟିଲାଗଡ଼ ଉପଖଣ୍ଡ ଅଞ୍ଚଳରେ ପ୍ରବଳ ଜନଅସନ୍ତୋଷ ପ୍ରକାଶ ପାଇଛି। ଦୀର୍ଘ ୩୦ ବର୍ଷ ଧରି ଆନ୍ଦୋଳନ, ଲଗାତାର ଭାବରେ ଏନଏସି ନିର୍ବାଚନ ବର୍ଜନ, ଅନେକ ଥର ରାସ୍ତାରୋକ, ବନ୍ଦ ପାଳନ, ୫ ମାସ ଧରି ଉପଖଣ୍ଡର ସମସ୍ତ ବ୍ଲକରେ ଧାରଣା ପ୍ରଦର୍ଶନ, ସରକାରି କାର୍ଯ୍ୟାଳୟ, କୋର୍ଟ କଚେରିକୁ ଅଚଳ, ଅନେକ ବାର ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କୁ ଟିିଟିଲାଗଡ଼ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ବିଭିନ୍ନ ସଭା ସମିତିରେ ସାକ୍ଷାତ ସହ ରାଜଧାନୀରେ ଭେଟି ଦାବି ପ୍ରଦାନ କରିବା ଶୁଖୁଆ ପୋଡାରେ ଗଲା ବୋଲି ଟିଟିଲାଗଡ଼ ଉପଖଣ୍ଡବାସୀ ଅନୁଭବ କରୁଛନ୍ତି। ଏନେଇ ଗତକାଲି ଟିଟିଲାଗଡ଼ ସହରର ମୁଖ୍ୟ ମାର୍ଗ ଜାତୀୟ ରାଜପଥ ୫୯ରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଏକ ବିଶାଳ ମାନବଶୃଙ୍ଖଳ ତିଆରି ସହ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରିବାକୁ ଉପଖଣ୍ଡବାସୀ ଆଭାସ ଦେଇଛନ୍ତି।

ପଦ୍ମପୁରରେ ସାଧାରଣ ନିର୍ବାଚନକୁ ନେଇ ନିର୍ବାଚନ କମିଶନରଙ୍କ ଆଦର୍ଶ ଆଚରଣ ବିଧି ଲାଗୁ ସତ୍ୱେ ମୁଖ୍ୟମନ୍ତ୍ରୀ ପଦ୍ମପୁରକୁ ଜିଲା ଘୋଷଣା ପାଇଁ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କଲେ। ଅଥଚ ତାଙ୍କ ସରକାରରେ କ୍ୟାବିନେଟ ମନ୍ତ୍ରୀ ଭାବରେ ଅବସ୍ଥାପିତ ଟୁକୁନୀ ସାହୁଙ୍କ କ୍ଷେତ୍ରକୁ କାହିଁକି ପୁନର୍ବାର ଅବହେଳା କଲେ ବୋଳି ଆଜି ସ୍ଥାନୀୟ ଜଳାରାମ ଲଜ ସଭାଗୃହରେ ଆହୁତ ସାମ୍ବାଦିକ ସମ୍ମିଳନୀରେ ପୁର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂଭୋଇ ଦୃଢ ନିନ୍ଦା କରିଛନ୍ତି। ଦାଦନ ପ୍ରବଣ ତଥା ଆଦିବାସୀ, ଦଳିତ ଅଧ୍ୟୁଷିତ ଏହି ଅଞ୍ଚଳର ବିକାଶ ଦୃଷ୍ଟିରୁ ସ୍ଥାନୀୟ ବୁଦ୍ଧିଜୀବୀ, ସାଧାରଣ ଜନତା ଦୀର୍ଘ ୩୦ ବର୍ଷ ହେଲା ଜିଲା ଦାବି କରିଆସିଛନ୍ତି। ଆୟତନ, ଜନସଂଖ୍ୟାକୁ ଦେଖିଲେ ଟିଟିଲାଗଡ଼ ଜିଲା ଗଠନ ହେବାରେ କୌଣସି ଅପ୍ରାସଙ୍ଗିକତା ନାହିଁ। ହେଲେ ଦୀର୍ଘ ୨୩ ବର୍ଷ ହେଲା ଶାସନ ଗାଦିରେ ବସିଥିବା ବିଜେଡି ଏହାକୁ ଅଣଦେଖା କରିଚାଲିଛି। ଅନ୍ୟପକ୍ଷରେ ବର୍ତ୍ତମାନ ପଦ୍ମପୁର ଉପଖଣ୍ଡକୁ ଜିଲା ମାନ୍ୟତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଟିଟିଲାଗଡ଼ ଉପଖଣ୍ଡବାସୀଙ୍କ ଗାଳରେ ଏକ ଶକ୍ତ ଚାପୁଡା ଭଳି ହୋଇଥିବା ପୁର୍ବତନ ମନ୍ତ୍ରୀ ଶ୍ରୀ ସିଂଭୋଇ କ୍ଷୋଭ ପ୍ରକାଶ କରିଛନ୍ତି।

- Advertisement -

ବିଭିନ୍ନ ସମୟରେ ବିଧାନସଭା ମଧ୍ୟରେ ସେ ଏବଂ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂସାଲୁଜା ଟିଟିଲାଗଡ଼ ଜିଲା ଦାବିକୁ ନେଇ ବାରମ୍ବାର ପ୍ରଶ୍ନ ଉଠାଇ ତୁରନ୍ତ ଜିଲା ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ଆଗରେ ଦାବି ଉପସ୍ଥାନ କରିଥିଲେ। ଏନେଇ ଏକ ପ୍ରତିନିଧି ମଣ୍ଡଳି ସାଙ୍ଗରେ ନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅର୍ଦ୍ଦଳି ହୋଇଥିଲୁ। ତେବେ ଆଜି ପର୍ଯ୍ୟନ୍ତ ଜିଲା ଘୋଷଣା ନହେବା ନେଇ ବର୍ତ୍ତମାନ ଏହି ଅଞ୍ଚଳରୁ ନିର୍ବାଚିତ ହୋଇ ରାଜ୍ୟ କ୍ୟାବିନେଟରେ ପ୍ରତିନିଧିତ୍ୱ କରୁଥିବା ମନ୍ତ୍ରୀ ଟୁକୁନୀ ସାହୁ ଜବାବ ଦିଅନ୍ତୁ ବୋଲି ଶ୍ରୀ ସିଂ ଭୋଇ କହିଛନ୍ତି। ପଦ୍ମପୁରକୁ ଜିଲା ଘୋଷଣା ନେଇ କଂଗ୍ରେସର ପୁର୍ଣ୍ଣ ସମର୍ଥନ ରହିଛି। ତେବେ ତତ୍କାଳିନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ବାବୁ ୧୯୯୨ରେ ରାଜ୍ୟର ୧୩ଟି ଜିଲାକୁ ଭାଗ କରି ୩୦ଟି ଜିଲା ଗଠନ କରିଥିଲେ। ସେହି ସମୟରୁ ଟିଟିଲାଗଡ଼ ଜିଲା ଗଠନ ନହେବା ନେଇ ଆନ୍ଦୋଳନ ଦିନକୁ ଦିନ ତୀବ୍ରତର ହେବାରେ ଲାଗିଛି। ଏହାକୁ ଶାସଦ ଦଳ ହେୟ ମଣି ଚାଲିଥିବା ନେଇ ଆଗାମୀ ଦିନରେ ଆନ୍ଦୋଳନର ବହ୍ନିକୁ ଆଗାମୀ ଦିନରେ ଆହୁରି ପ୍ରଜ୍ଜ୍ୱଳିତ କରାଯିବା ସହ ରାଜରାସ୍ତାରେ ବିରାଟ ଆନ୍ଦୋଲନ ହେବ ଏବଂ ଏଥିପାଇଁ ମିଥ୍ୟା ପ୍ରତିଶୃତି ଦେଇ ଦୁଇ ଥର ନିର୍ବାଚିତ ହୋଇଥିବା ମନ୍ତ୍ରୀ ହିଁ ଦାୟୀ ରହିବେ ବୋଳି କଂଗ୍ରେସ ଦଳ ଆଜି ସାମ୍ବାଦିକ ସମ୍ମିଳନୀରେ ହୁଂକାର ଦେଇଛି।

ସାମ୍ବାଦିକ ସମ୍ମିଳନୀରେ ପିସିସି ସଭ୍ୟ ଆଇନଜୀବୀ ସୁମନ୍ତ ବେହେରା, ଡମ୍ବରୁ ଛତ୍ରିଆ, କୃଷ୍ଣଚନ୍ଦ୍ର ସରାଫ, ଘିନୁ ଆଡଯୁଆଡ, ରାଜୁ ମିଶ୍ର, ଦେବାନନ୍ଦ ସାହୁ, ଝସକେତନ ଛତର, ତୁଲସି ସାହୁ, ସଇଁନ୍ତଲା ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ପ୍ରଦୀପ ଖର୍ସେଲ, ଚପଲା ରଣା, ଉମେଶ ପଣ୍ଡା, ଲିଙ୍ଗରାଜ ସୁନା, ଦେବେନ୍ଦ୍ର ଯୋଷୀ, ଯୁବରାଜ ଟାକ୍ରୀ, ସୁମିତ ରଥ, ସନ୍ତୋଷ ସୁନା, ସଞ୍ଜୟ ତାଣ୍ଡି ପ୍ରମୁଖ ବହୁ କଂଗ୍ରେସ ନେତୃବୃନ୍ଦ ଉପସ୍ଥିତ ଥିଲେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories