www.samajalive.in
Sunday, December 14, 2025
14.1 C
Bhubaneswar

ଶ୍ରଦ୍ଧା ହତ୍ୟାକାଣ୍ଡ ଘଟଣା; ୫ ଦିନିଆ ରିମାଣ୍ଡରେ ଗଲା ଅଫତାବ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଶ୍ରଦ୍ଧା ୱାକର ହତ୍ୟାକାଣ୍ଡ ଘଟଣା । ଆଜି ମୁଖ୍ୟ ଅଭିଯୁକ୍ତ ଅଫତାବକୁ ପୁଲିସ ୫ ଦିନିଆ ରିମାଣ୍ଡରେ ନେଇଛି । ହତ୍ୟାକାଣ୍ଡକୁ ନେଇ ପୁଲିସ ଆହୁରି ତଥ୍ୟ ସଂଗ୍ରହ କରିବାକୁ ଅଫତାବକୁ ହେପାଜତକୁ ଆଣିଛି । ଭିଡିଓ କନଫରେସିଂ ମାଧ୍ୟମରେ ଆଜି କୋର୍ଟରେ ଏନେଇ ଶୁଣାଣି ହୋଇଥିଲା । ପୁଲିସ ଅଫତାବକୁ ୫ ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରିଥିଲା ।

ଆବେଦନ ମୁତାବକ ଅଫତାବକୁ କୋର୍ଟ ୫ ଦିନିଆ ରିମାଣ୍ଡରେ ନେବାକୁ ପୁଲିସକୁ ଅନୁମତି ଦେଇଛନ୍ତି । ଏହି ୫ ଦିନିଆ ରିମାଣ୍ଡରେ ପୁଲିସ ଅଭିଯୁକ୍ତ ଅଫତାବରକୁ ଆହୁରି ପଚରାଉଚରା କରିବ । ପ୍ରେମିକା ଶ୍ରଦ୍ଧାଙ୍କୁ କେମିତି ମାରିଥିଲା ସେନେଇ ତଥ୍ୟ ଓଗାରିବ । ପୂର୍ବରୁ ହତ୍ୟାକାଣ୍ଡକୁ ନେଇ ସବୁସତ ମାନିଛି ଅଫତାବର ।

- Advertisement -

ମୃତ ଶ୍ରଦ୍ଧାଙ୍କ ଫୋନକୁ କେଉଁଠାରେ ଲୁଚାଇ ରଖିଛ ବୋଲି ପୁଲିସ ଅଫତାବକୁ ପଚାରିଥିବା ବେଳେ ସେ ବାରମ୍ବାର ନିଜର ବୟାନ ବଦଳାଇଥିଲା । ଥରେ ମହାରାଷ୍ଟ୍ରରେ ଫୋନ ଫିଙ୍ଗିବା କଥା କହିବା ସହ ଆଉ ଥରେ ଦିଲ୍ଲୀରେ ହିଁ ଫୋନ ଭାଙ୍ଗି ଫିଙ୍ଗି ଦେଇଥିବା ଅଫତାବ କହିଥିଲା। ଏହି କାରଣରୁ ଅଫତାବ ଏବେ ବି ଅନେକ କଥା ଲୁଚାଉଥିବା ପୁଲିସ ଅନୁମାନ କରୁଛି ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories