www.samajalive.in
Sunday, December 14, 2025
15.1 C
Bhubaneswar

ଓୟୁଟିଆର ପକ୍ଷରୁ ଜାତୀୟ ସେବା ଯୋଜନା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଡେସ୍କ: ଓଡିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ – ଓୟୁଟିଆର ପକ୍ଷରୁ ଆଜି ପ୍ରଥମ ଜାତୀୟ ସେବା ଯୋଜନା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଫେସର ଡଃ ପି କେ ପତ୍ର ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରି ଏନଏସଏସ ପ୍ରତି ଛାତ୍ରଛାତ୍ରୀମାନଙ୍କ ଦାୟିତ୍ୱବୋଧ ସମ୍ପର୍କରେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଏନ୍ଏସ୍ଏସ୍ ବିଭାଗର ଉପସଚିବ ଡକ୍ଟର ରମେଶ ଚନ୍ଦ୍ର ବେହେରା କାର୍ଯ୍ୟକ୍ରମ ସଂଯୋଜକ, ବିଭିନ୍ନ କାର୍ଯ୍ୟକ୍ରମ ଅଧିକାରୀ ଏବଂ ବିଭିନ୍ନ ଛାତ୍ର ସଦସ୍ୟଙ୍କ ଦ୍ୱାରା ପରିଚାଳିତ ଏନ୍ଏସ୍ଏସ୍ କାର୍ଯ୍ୟକଳାପର ବିବରଣୀ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ।

- Advertisement -

ଏନ୍ଏସ୍ଏସ୍ ଓଡିଶାର ଆଞ୍ଚଳିକ ନିର୍ଦ୍ଦେଶକ ସରିତା ପଟେଲ ଏବଂ ପ୍ରଶିକ୍ଷଣ ପ୍ରତିଷ୍ଠାନର ନିରୋଦ ବାରଣ ଖୁଣ୍ଟିଆ ଏନ୍ଏସ୍ଏସର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଓୟୁଟିଆରର ଆର୍ପେଜିଓ କ୍ଲବ୍ ସୁନ୍ଦର ଭାବରେ ଏନ୍ଏସ୍ଏସ୍ ସଂଗୀତ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ସଂଯୋଜକ ପ୍ରଫେସର ରଂଜନ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

ଏନଏସଏସ ପ୍ରୋଗ୍ରାମ ଅଫିସର ଡକ୍ଟର ଦେବାଶିଷ ଗୌନ୍ତିଆ, ରୋଜାଲିନ ଦଲାଇ, ଟ୍ୱିଙ୍କଲ କିସ୍କୁ, ମଞ୍ଜିତ କୁମାର ନାୟକ ବିଜୟ କୁମାର ଏକ୍କା ଓ ଜିତେନ୍ଦ୍ର ନାୟକଙ୍କ ମାର୍ଗଦର୍ଶନରେ ଏହି କାର୍ଯ୍ୟକ୍ରମଟି ସୁରୁଖୁରୁରେ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ୧୭ ଜଣ ଏନଏସଏସ ପ୍ରୋଗ୍ରାମ ଅଫିସର ଏବଂ ବିଭିନ୍ନ ଅନୁଷ୍ଠାନର ୫୦ରୁ ଅଧିକ ଏନଏସଏସ ଛାତ୍ର ସ୍ବେଛାସେବୀ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରେ ଏକ୍ସଆଇଏମବି ଭୁବନେଶ୍ୱର, ସଂସ୍କୃତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପୁରୀ, ଉତ୍କଳ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର, ପାରଳା ମହାରାଜା ସରକାରୀ ଇଞ୍ଜିନିଅରିଂ କଲେଜ ବ୍ରହ୍ମପୁରର ଛାତ୍ରଛାତ୍ରୀ ଥିଲେ। ଏହାକୁ ସଫଳ କରିବା ପାଇଁ ଡକ୍ଟର ଏସ୍ କେ ପ୍ରଧାନ, ବି ସାମନ୍ତରାୟ, ସମରଜିତ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories