www.samajalive.in
Sunday, December 7, 2025
26.1 C
Bhubaneswar

କୋଇଲା ଖଣି ପାଇଁ ଅଧିଗୃହିତ ଜଙ୍ଗଲରୁ ଗଛ କଟାକୁ ବିରୋଧ; ପ୍ରଥମେ ଦାବି ପୂରଣ ତା’ପରେ ଗଛ କଟା

ରେଙ୍ଗାଲି,: ସମ୍ବଲପୁର ଜିଲା ଖିଣ୍ଡା ଗ୍ରାମ ପଞ୍ଚାୟତରେ ପ୍ରତିଷ୍ଠିତ ଏନଏଲସି କମ୍ପନୀର ତଲାବିରା(୨)ଏବଂ (୩) କୋଇଲା ଖଣି ପାଇଁ ଅଧିଗ୍ରହଣ କରାଯାଇଥିବା ତଲାବିରା ଜଙ୍ଗଳ ରୁ ଆଜି କମ୍ପାନୀ ପକ୍ଷରୁ ପୁଳିସ ବାହିନି ର ଉପସ୍ଥିତି ରେ ଗଛ କଟା ପ୍ରକ୍ରିୟା ଆରମ୍ଭ କରାଯିବା ମାତ୍ରେ ସ୍ଥାନିୟ ସରପଞ୍ଚ ,ସମିତି ସଭ୍ୟା,ଅନିତା ସିଂହ ବୀର ସୁରେନ୍ଦ୍ର ସାଏ ଶ୍ରମିକ ସଂଘ ର କାର୍ଯକାରୀ ସଭାପତି ବାବଲୁ ରାଉତ ଙ୍କ ନେତୃତ୍ୱ ରେ ଖଣି ବିସ୍ଥାପିତ ଓ କ୍ଷତିଗ୍ରସ୍ତ ପରିବାର ପକ୍ଷରୁ ଏହାକୁ ତୀବ୍ର ବିରୋଧ କରାଯାଇଥିଲା। ପ୍ରଥମେ ଆମର ଦାବି ପୂରଣ କରାଯାଉ ତା’ପରେ ଗଛ କଟାଯିବ ବୋଲି ଲୋକେ ଯୁକ୍ତି କରିଥିଲେ।ତେବ ସଦର ଉପ-ଜିଲ୍ଲାପଳ ପ୍ରଭାସ ଡନସନା, ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତପନକୁମାର ମହାନ୍ତି,ଏସଡିପିଓ ପ୍ରଦୀପ କୁମାର ସାହୁ ଅତରିକ୍ତ ଉପଜିଲ୍ଲପାଳ ସୁଶାନ୍ତ କୁମାର ସାହୁ,ରେଙ୍ଗାଲି ତହସିଲଦାର ବେର୍ସିର୍ଆସ୍ ଡୁଙ୍ଗଡୁଙ୍ଗ , ଏନଏଲସି କମ୍ପାନୀ ର ବରିଷ୍ଠ ଅଧିକାରୀ ତତା ରେଙ୍ଗାଲି,ଠେଲକୋଲୋଇ,କତରବଗା ଏବଂ ଶାସଦନ ଥାନା ଅଧିକାରୀ ଆନ୍ଦୋଳନକାରୀ ଙ୍କ ସହିତ ଆଲୋଚନା କରି ବୁଝାସୁଝା କଲାପରେ ପରିସ୍ଥିତି ନିୟନ୍ତ୍ରଣାଧିନ ହୋଇଥିଲା। ପ୍ରଶାସନ ଓ କମ୍ପାନୀ ପ୍ରତିଶ୍ରୁତି ଦେଲା ପରେ ଅସନ୍ତୁଷ୍ଟ ନେତା ଓ ବିସ୍ଥାପିତ ପରିବାର ଆନ୍ଦୋଳନ ରୁ କ୍ଷାନ୍ତ ହୋଇଥିଲେ ଏବଂ ଗଛକଟା ସ୍ୱାଭାବିକ ଭାବରେ ଚାଲିଥିବାର ପ୍ରକାଶ ।

ସ୍ଥାନୀୟ କ୍ଷତିଗ୍ରସ୍ତ/ବିସ୍ଥାପିତ ପରିବାର ପକ୍ଷରୁ ୭ଦଫା ଦାବି ପୁରଣ ପାଇଁ ପ୍ରଶାସନ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କ ଠାରେ ଦାବି କରାଯାଇଥିଲା। ଏହି ଦାବି ଗୁଡିକ ବର୍ଷ ବର୍ଷ ହେଲା ଉପସ୍ଥାପନ କରାଯାଇ ଆସୁଥିଲେ ହେଁ ପ୍ରଶାସନ କିମ୍ବା କମ୍ପାନୀ ଦାବି ପୂରଣ ପାଇଁ କୌଣସି ପଦକ୍ଷେପ ନେଉ ନଥିବାରୁ ଅସନ୍ତୁଷ୍ଟ ଜନସାଧାରଣ ଖିଣ୍ଡା ସରପଞ୍ଚ,ସମିତି ସଭ୍ୟ, ଶ୍ରମିକ ସଂଘ ତଥା ବିସ୍ଥାପିତ, କ୍ଷତିଗ୍ରସ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇ ଗଛ କଟା କୁ ବିରୋଧ କରଯାଇଥିଲା। ଅସନ୍ତୁଷ୍ଟଙ୍କା ଠାରୁ ପ୍ରକା କୋଇଲା ଖଣି ପାଇଁ ଜମି ଅଧିଗ୍ରହଣ କରଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅନେକ ଚାଷୀ କ୍ଷତି ପୂରଣ ପାଇ ନାହାନ୍ତି। କ୍ଷତି ପୂରଣ ପାଇ ନଥିବା ଚାଷୀ ସେମାନଙ୍କ ଜମି ରେ ପନିପରିବା ଆଦି ଚାଷ କରିଛନ୍ତି। କମ୍ପାନୀ କର୍ତ୍ତୃପକ୍ଷ ଦାଦଗିରି କଲା ଢଙ୍ଗ ରେ ଚାଷ ହୋଇଥିବା ଜମି ଉପରେ ଜୋର ଜବରଦସ୍ତି ମାଟି ଡମ୍ପିଂ କରୁଥିବା ରୁ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି। ତେଣୁ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଦାବି କରାଯାଇଛି। ଖଣି ଯୋଗୁଁ ବିସ୍ଥାପିତ ହୋଇଥିବା ପରିବାର ର ତାଳିକା ଶୀଘ୍ର ସାର୍ବଜନିନ କରାଯାଉ। କ୍ଷତିଗ୍ରସ୍ତ ପରିବାର କୁ ପ୍ରତିମାସ ୩୫ଶହ ଟଙ୍କା ଅନୁକମ୍ପା ରାଶି ଦେବାକୁ କମ୍ପାନୀ ଘୋଷଣା କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପରିବାର କୁ ଅନୁକମ୍ପା ରାଶି ପ୍ରଦାନ କରାଯାଇ ନାହିଁ । ଏରିଅର୍ ସହିତ ସମସ୍ତ ପରିବାର କୁ ଅନୁକମ୍ପା ରାଶି ଦିଆଯାଉ। ବସ୍ତି କିସମ,ଜଙ୍ଗଳ କିସମ ଆଦି ସରାକରୀ ଜମି ରେ ଦୀର୍ଘ ଦଶନ୍ଧି ଧରି ବସବାସ କରି ଆସୁଥିବା ପରିବାର ଖଣି ଯୋଗୁଁ ବିସ୍ଥାପିତ ହୋଇଥିଲେ ମଧ୍ୟ ସେମାନଙ୍କ ର ଥଇଥାନ ଏବଂ କ୍ଷତିପୂରଣ ବ୍ୟବସ୍ଥା କରଯାଉ ନାହିଁ । ଗତ ୩ବର୍ଷ ହେଲା ଏସଂକ୍ରାନ୍ତରେ ଏକ ତାଳିକା ପ୍ରସ୍ତୁତ କରି ରେଙ୍ଗାଲି ତହସିଲଦାର କମ୍ପାନୀ କର୍ତ୍ତୃପକ୍ଷ ଙ୍କୁ ଦେଇ ସାରିଥିଲେ ହେଁ କମ୍ପାନୀ ନୀରବଦ୍ରଷ୍ଟା ସାଜିଛି।

- Advertisement -

ସରାକରୀ ଜମି ରେ ବାସ କରି ବିସ୍ଥାପିତ ହୋଇଥିବା ସମସ୍ତ ପରିବାର ର ଥଇଥନ ବ୍ୟବସ୍ଥା କୁ ସୁନିଶ୍ଚିତ କରାଯାଉ। ୨୦୦୯ ମସିହା ରେ ଜମି ର କିସମ ପରିବର୍ତ୍ତନ କରିଥିବା ଜରିଥିବା ଜମିହରା ପରିବାର କୁ ୨୦୦୯ ପୂର୍ବରୁ ଥିବା କିସମ ଅନୁସାରେ କ୍ଷତିପୂରଣ ଦେଇଥିବାରୁ ପରିବର୍ତ୍ତିତ କିସମ ଅନୁସାରେ କ୍ଷତିପୂରଣ ଦେବାକୁ ଦାବି କରାଯାଇଛି। ଆରପିଡିଏସି ବୈଠକ ରେ ଅନୁମୋଦନ ହୋଇଥିବା ପ୍ରସ୍ତାବ ଅନୁସାରେ ନୁଆଁଖିଣ୍ଡା ଗ୍ରାମ ର ୯ଟି ପରିବାର କୁ ଶୀଘ୍ର ବିସ୍ଥାପିତ କରାଯାଉ। ଅଧିଗ୍ରହଣ ହୋଇଥିବା ଅଞ୍ଚଳ ରେ ପୂର୍ତ୍ତ ବିଭାଗ ରାସ୍ତା କୁ ଅକ୍ତିଆର କରି ଖଣି ର ଭାରି ମାଲବାହୀ ଯାନ ଚଳାଚଳ କରୁଛି। ଉକ୍ତ ରାସ୍ତା ଉପରେ ୩ଟି ପଞ୍ଚାୟତ ର ଜନସାଧାରଣ ନିୟମିତ ଯାତାୟାତ କରୁଥିବାରୁ ବ୍ୟାପକ ସମସ୍ୟା ଦେଖାଦେଉଛି । ଏଣି ଖଣି ର ଭାରିଯାନ ଚଳାଚଳ ପାଇଁ ବିକଳ୍ପ ରାସ୍ତା ନିର୍ମାଣ କରାଯାଉ ବୋଲି ଦାବି କରାଯାଇଛି। ଏସବୁ ଦାବି ଗୁଡିକ ର ସମଧାନ ପାଇଁ ଖୁବ୍ ଶୀଘ୍ର ତ୍ରିପାକ୍ଷିକ ବୈଠକ ଡକାଯିବ ବୋଲି ଉପ-ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିବାର ପ୍ରକାଶ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories