ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ କୃଷି ସଚେତନତା କାର୍ଯ୍ୟକ୍ରମ

କଲମପୁର: କଲମପୁର ବ୍ଲକ ବରଗାଁ ଗ୍ରାମ ଠାରେ ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟ ପାରଳାଖେମୁଣ୍ଡିର ଏମ୍ ଏସ୍ ସ୍ୱାମିନାଥନ୍ ସ୍କୁଲ ଅଫ୍ ଏଗ୍ରିକଲଚରର ଛାତ୍ରଙ୍କ ପକ୍ଷରୁ କୃଷି ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହାସହ ମାଟିଆଗୁଣ୍ଡି ପୋକ ବା ଚକଡା଼ ପୋକର ପରିଚାଳନା ଓ ନିୟନ୍ତ୍ରଣ ସଂକ୍ରାନ୍ତରେ ମଧ୍ୟ ଏକ କାର୍ଯକ୍ରମ ଆୟୋଜନ କରାଯାଇଥିଲା।ଏଥିରେ ବିଶ୍ଵବିଦ୍ୟାଳୟ ର ଛାତ୍ର ତିଲକରାଜ କାଶ୍ୟପ ପଣ୍ଡା କୃଷକ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ।ଭାରତୀୟ କୃଷି ଗବେଷଣା ଦ୍ଵାରା ପ୍ରୟୋଜିତ ରାୱେବ କାର୍ଯକ୍ରମ ମାଧ୍ୟମରେ ସାଂପ୍ରତିକ ସ୍ଥିତିରେ ପଞ୍ଚଗବ୍ୟର ପ୍ରସ୍ତୁତି ଓ ମାଟିଆଗୁଣ୍ଡି ବା ଚକଡା଼ ପୋକ ଚିହ୍ନଟ କରି ଏହାର ନିରାକରଣ ସମ୍ପର୍କ ରେ ଚାଷୀମାନଙ୍କୁ ସଚେତନ କରାଯାଇଥିଲା।ଚାଷ କାର୍ଯ୍ୟ ରେ ଜୈବିକ ସାର ପ୍ରୟୋଗ ଉପରେ ବୁଝା ଯାଇଥିଲା।ଏଥିରେ ବରଗାଁ ଗ୍ରାମ ର ବହୁ ଚାଷୀ ଯୋଗ ଦେଇଥିଲେ ।

kalyan agarbati

Comments are closed.