www.samajalive.in
Tuesday, November 18, 2025
16.1 C
Bhubaneswar

ଜନଜାତୀୟ ଗୌରବ ଦିବସ ଓ ଆଠ ବର୍ଷ ସେବା ସୁଶାସନ ଗରିବ କଲ୍ୟାଣ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ

ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ, କ୍ଷେତ୍ରୀୟ କାର୍ଯ୍ୟାଳୟ, କେନ୍ଦୁଝର ପକ୍ଷରୁ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକର ବଣସାଇଁ ପଡ଼ିଆଠାରେ ଏକ ଦୁଇଦିନିଆ ସଚେତନତା ଧର୍ମୀ କର୍ମଶାଳା ଆରମ୍ଭ ହୋଇଛି। ମହାନ ବିପ୍ଳବୀ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ଜନଜାତୀୟ ଗୌରବ ଦିବସ ପାଳିତ ହେଉଥିବା ଅବସରରେ ମନ୍ତ୍ରଣାଳୟ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କର୍ମଶାଳାର ବିଷୟବସ୍ତୁ ରହିଛି ଜନଜାତୀୟ ଗୌରବ ଦିବସ ଓ ଆଠ ବର୍ଷ ସେବା ସୁଶାସନ ଗରିବ କଲ୍ୟାଣ ସମ୍ପର୍କିତ କର୍ମଶାଳା।

ଏହି ଅବସରରେ ଏଠାରେ ଭଗବାନ ବିର୍ସା ମୁଣ୍ଡା ଓ ଭାରତ ସରକାରଙ୍କ ଜନଜାତି ଉନ୍ନୟନ ମୂଳକ ବିଭିନ୍ନ ଯୋଜନା ଓ ଆଠ ବର୍ଷ ସେବା ସୁଶାସନ ଏବଂ ଗରିବ କଲ୍ୟାଣ ସମ୍ପର୍କିତ ଏକ ଫଟୋ ପ୍ରଦର୍ଶନୀ ହଲ୍‌ ମଧ୍ୟ ଉଦ୍‌ଘାଟିତ ହୋଇଛି। ଦୁଇ ଦିନ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ଆଜି ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟାନ୍ୟ ସମ୍ମାନିତ ଅତିଥି ଭାବେ କରଞ୍ଜିଆ ଉପ ଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ, କରଞ୍ଜିଆ ଅଟୋନମସ କଲେଜର ଅଧ୍ୟକ୍ଷ ଯୋଗେଶ୍ୱର ମହାନ୍ତ,  ପୁଷ୍ପାଞ୍ଜଳି ସିଦୁ ପ୍ରମୁଖ ଯୋଗ ଦେଇଥିଲେ।

- Advertisement -

ତେବେ ଏହି କାର୍ଯ୍ୟକ୍ରମ ଦ୍ୱାରା ଭାରତ ସରକାରଙ୍କ ଜନଜାତିଙ୍କ ପ୍ରତି ଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ବିଷୟରେ ଲୋକମାନେ ବେଶ୍‌ ଅବଗତ ହୋଇପାରିବେ ବୋଲି ମୁଖ୍ୟ ଅତିଥି ବିଧାୟକ ଶ୍ରୀ ମାଝୀ ଉପସ୍ଥିତ ଜନସାଧାରଣଙ୍କୁ କହିଥିଲେ। ସେହିଭଳି ଉପଜିଲ୍ଲାପାଳ ଶ୍ରୀ ଚାନ୍ଦ ଭଗବାନ ବିର୍ସା ମୁଣ୍ଡାଙ୍କ ଜୀବନୀ ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଥିଲେ। ସମ୍ମାନିତ ଅତିଥି ତଥା ମୁଖ୍ୟ ବକ୍ତା ଅଧ୍ୟକ୍ଷ ଯୋଗେଶ୍ୱର ମହାନ୍ତ ବିର୍ସା ମୁଣ୍ଡାଙ୍କ ଜୀବନୀ ଛାତ୍ରଛାତ୍ରୀମାନେ ଅନୁସରଣ କରିବା ଉଚିତ ତାହା ଉପରେ ବିଶେଷ ଆଲୋକପାତ କରିଥିଲେ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ସଂଚାର ବ୍ୟୁରୋ କ୍ଷେତ୍ର କାର୍ଯ୍ୟାଳୟ କେନ୍ଦୁଝରର କ୍ଷେତ୍ର ପ୍ରଚାର ଅଧିକାରୀ  ପାର୍ଥସାରଥୀ ମଲ୍ଲିକ ଅତିଥି ମାନଙ୍କ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଏଥିରେ ବାଲେଶ୍ୱର କ୍ଷେତ୍ର ପ୍ରଚାର ଅଧିକାରୀ ନିର୍ମାଲ୍ୟ ବେହେରା, ସହକାରୀ ଅଧିକାରୀ ଖଗେଶ୍ୱର ବାଇପ୍ଇ ପ୍ରମୁଖ ଯୋଗ ଦେଇଥିଲେ ।

କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ଭାବେ କେନ୍ଦ୍ରୀୟ ସଂଚାର ବ୍ୟୁରୋ କେନ୍ଦୁଝରର ସହକାରୀ ଅଧିକାରୀଜୀବନ କୁମାର ସାମନ୍ତସିଂହାର ପରିଚଳାନା କରିଥିଲେ। ଏହି ଅବସରରେ ଭାରତ ସରକାରଙ୍କ ସ୍ୱୀକୃତି ପ୍ରାପ୍ତ କଳା ଅନୁଷ୍ଠାନ ବିନୋରୀ ୱେଲଫେୟାର ଆସୋସିଏସନ୍‌ ଏବଂ ସ୍ଥାନୀୟ ଅଟୋନୋମସ କଲେଜର ଛାତ୍ରଛାତ୍ରୀମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଆସନ୍ତାକାଲି ସନ୍ଧ୍ୟାରେ ଏହି କାର୍ଯ୍ୟକ୍ରମ ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହେବ।

Hot this week

ଯାଜପୁର ଜିଲା ଜଖପୁର ଜଙ୍କସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ସମାଜଲାଇଭ ଡେସ୍କ: ଯାଜପୁର ଜିଲା ଜଖପୁର ଜଙ୍କସନରେ ସୋମବାର ରାତିରେ ଏକ...

ପରଲୋକରେ ତାରକା କଣ୍ଠଶିଳ୍ପୀ ହ୍ୟୁମାନ୍‌‌ ସାଗର

କଟକ: ଓଡ଼ିଆ ସଙ୍ଗୀତ ଜଗତର ଉଦୀୟମାନ ଗାୟକ ତଥା ତାରକା କଣ୍ଠଶିଳ୍ପୀ...

୫୦ ବର୍ଷ ପରେ ପ୍ରେକ୍ଷାଳୟକୁ ଫେରୁଛି ‘ଶୋଲେ’

ମୁମ୍ବାଇ ୧୭/୧୧: ଭାରତୀୟ ସିନେମାର କ୍ଲାସିକ୍ ଫିଲ୍ମ "ଶୋଲେ" ପୁଣି ଥରେ ବଡ଼...

ଷ୍ଟେସନରୁ ୮ ଶ୍ରମିକ ଓ ୫ ଶିଶୁ ଉଦ୍ଧାର, ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଳ ଷ୍ଟେସନ ଅଞ୍ଚଳରୁ ୮ଜଣ ଦାଦନ ଶ୍ରମିକଙ୍କ ସହ...

ଦିଲ୍ଲୀ ବିସ୍ଫୋରଣ: ସହଯୋଗୀ ଷଡ଼ଯନ୍ତ୍ରକାରୀ ଆତଙ୍କୀ ଗିରଫ

ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ସହଯୋଗୀ...

Related Articles

Popular Categories