www.samajalive.in
Sunday, December 14, 2025
15.1 C
Bhubaneswar

ବିଶେଷଜ୍ଞଙ୍କ ମତ : ମଧୁମେହ ସହ ଅନେକ ରୋଗର କାରଣ ଛଣାଛଣି , ଅଧିକ ଫ୍ରାଏଫୁଡ୍‍ ଖାଦ୍ୟ

ଅଧିକାଂଶ ଲୋକଙ୍କୁ ଛଣାଛଣି ଖାଦ୍ୟ ପସନ୍ଦ । ଛଣାଛଣି ଖାଦ୍ୟ କିମ୍ବା ଅଧିକ ଆଞ୍ଚରେ ପ୍ରସ୍ତୁତ ହେଉଥିବା ଫ୍ରାଏଡ୍‍ ଖାଦ୍ୟ ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ ଅଧିକ ପରିମାଣରେ ଖାଉଥିବା ଦେଖାଯାଉଛି । ଛୋଟ ହେଉ ଅଥବା ବଡ ରେସ୍ତୋରାଁରେ ଅଧିକାଂଶ ଖାଦ୍ୟ ପ୍ରସ୍ତୁତି ପାଇଁ ଖାଦ୍ୟକୁ ଫ୍ରାଏ କରାଯାଏ । ଏପରି କରିବା ଦ୍ୱାରା ଖାଦ୍ୟ ସ୍ୱାଦିଷ୍ଟ ଲାଗିଥାଏ ବୋଲି ଅନେକଙ୍କ ମତ । ମାତ୍ର ହୁଏତ ଅଧିକାଂଶ ଜାଣିନଥିବେ ଅଧିକ ଫ୍ରାଏ ହେଉଥିବା ଖାଦ୍ୟ ଖାଇବା ଦ୍ୱାରା ବିଭିନ୍ନ ମାରାତ୍ମକ ରୋଗ ହେବାର ସମ୍ଭାବନା ରହିଥିବା ସହ ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ହୋଇଥାଏ ।
ଆଜ୍ଞା ହଁ ଅଧିକ ଫ୍ରାଏ ହେଉଥିବା ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ଖୁବ୍‍ କ୍ଷତିକାରକ । ତେଣୁ ଡାକ୍ତର ମଧ୍ୟ ଏହାକୁ ଖୁବ କମ୍‍ ପରିମାଣରେ କିମ୍ବା ସେବନ ନକରିବାକୁ ପରାମର୍ଶ ଦେଇଥାଆନ୍ତି ।
ଏକ ଅଧ୍ୟୟନ ଅନୁଯାୟୀ ଅଧିକ ଫ୍ରାଏ ହୋଇଥିବା ଖାଦ୍ୟ ଓ ଅଧିକ ଛଣାଛଣି ଖାଦ୍ୟ ଅନ୍ୟ ଖାଦ୍ୟ ତୁଳନାରେ ଏଥିରେ ଅଧିକ କ୍ୟାଲୋରୀ ଥାଏ । ଏହାସହ ଫ୍ୟାଟ୍‍ ମଧ୍ୟ ଅଧିକ ଥାଏ । ଯାହା ମୋଟାପଣ ବୃଦ୍ଧି ସହ ଅନ୍ୟ ରୋଗର କାରଣ ପାଲଟିଥାଏ ।
ଅଧିକ ଫ୍ରାଏ ଓ ଛଣାଛଣି ଖାଦ୍ୟରେ ଅସ୍ୱାସ୍ଥ୍ୟକର ଫ୍ୟାଟ୍‍ ଅଧିକ ମାତ୍ରାରେ ରହିଥାଏ । ଯାହା ହଜମ ହେବାରେ ଖୁବ କଷ୍ଟକର ହୋଇଥାଏ । ଏହା ହଜମ କ୍ରିୟା ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ । ଫଳରେ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହେବା ସହ ପେଟ ଜନିତ ରୋଗର କାରଣ ସାଜିଥାଏ । ଏହାସହ ମଧୁମେହ ଓ ଅନ୍ୟ କେତେକ ରୋଗ ହେବାର ଏହା ମୁଖ୍ୟକାରଣ ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଛଣାଛଣି ଖାଦ୍ୟ ଅଧିକ ଖାଇବା ଦ୍ୱାରା ବିଭିନ୍ନ ରୋଗ ଯେପରି ଉଚ୍ଚ ରକ୍ତଚାପ, ଶରୀରରେ କୋଲେଷ୍ଟେରୋଲ୍‍ ସ୍ତର ବୃଦ୍ଧି, ମୋଟାପଣ, ମଧୁମେହ , ହୃଦୟଜନିତ ରୋଗର ଏହା ମୁଖ୍ୟକାରଣ ।
ଆକ୍ରିଲାମାଇଡ୍‍ ଏକ ହାନିକାରକ ପଦାର୍ଥ । ଏହା ଅଧିକାଂଶ ଛଣାଛଣି ଓ ଅଧିକ ଫ୍ରାଏ ଖାଦ୍ୟରେ ରହିଥାଏ । ବିଶେଷଜ୍ଞଙ୍କ ମତରେ ଆକ୍ରିଲାମାଇଡ୍‍ ଯୁକ୍ତ ଖାଦ୍ୟ ସେବନ ଦ୍ୱାରା ବିଭିନ୍ନ ପ୍ରକାର କର୍କଟ ରୋଗର ହେବାର ସମ୍ଭାବନା ଅଧିକ ଥାଏ । ଏହି କାରଣରୁ ଯଥାସମ୍ଭବ ଛଣାଛଣି ଓ ଅଧିକ ଫ୍ରାଏ ଯୁକ୍ତ ଖାଦ୍ୟ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଥାଏ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories