www.samajalive.in
Sunday, December 14, 2025
16.1 C
Bhubaneswar

ମହେଶ ବାବୁଙ୍କ ପିତା ଅଭିନେତା କୃଷ୍ଣା ଘଟ୍ଟାମନେନୀଙ୍କ ବିୟୋଗ; ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ସୁପରଷ୍ଟାର ମହେଶ ବାବୁଙ୍କ ପିତା କୃଷ୍ଣା ଘଟ୍ଟାମନେନୀଙ୍କର ପରଲୋକ ଘଟିଛି। ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ୭୯ ବର୍ଷ ବୟସରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। କୃଷ୍ଣା ଘଟ୍ଟାମନେନୀ ଜଣେ ଜଣାଶୁଣା ତେଲୁଗୁ ସୁପରଷ୍ଟାର ଥିଲେ। ଚଳଚ୍ଚିତ୍ର ଶିଳ୍ପରେ କୃଷ୍ଣା ଘଟ୍ଟାମନେନୀଙ୍କ ଅବଦାନ ସ୍ମରଣୀୟ। ସେ ଏକାଧାରରେ ଜଣେ ଅଭିନେତା, ପ୍ରଯୋଜକ, ନିର୍ଦେଶକ ସହ ଜଣେ ରାଜନେତା ମଧ୍ୟ ଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ, କିଛି ମାସ ତଳେ ମହେଶ ବାବୁଙ୍କ ମାଆଙ୍କ ବିୟୋଗ ଘଟିଥିଲା। ମିଡିଆ ରିପୋର୍ଟ ଅନୁସାରେ, କିଛି ଦିନ ପୂର୍ବରୁ ତାଙ୍କ ପିତା ହୃଦଘାତର ଶିକାର ହୋଇଥିଲେ। ଏହାପରେ ତୁରନ୍ତ ତାଙ୍କୁ ହାଇଦ୍ରାବାଦର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ କହିବାନୁଯାୟୀ, କୃଷ୍ଣା ଘଟ୍ଟାମନେନୀଙ୍କୁ ଗତକାଲି ହୃଦଘାତ ହୋଇଥିଲା। ଡାକ୍ତରଖାନା ନିଆଯିବା ପରେ ତୁରନ୍ତ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା।

- Advertisement -

ଦୁଇ ମାସ ପୂର୍ବେ ମହେଶ ବାବୁଙ୍କ ମାଆଙ୍କର ଦେହାନ୍ତ ହୋଇଥିଲା। ପରିବାର ସେ ଦୁଃଖକୁ ପରିବାର ଭୁଲି ପାରି ନଥିବା ବେଳେ ବର୍ତ୍ତମାନ ତାଙ୍କ ପିତାଙ୍କର ଦେହାନ୍ତ ହୋଇଛି। ଏହା ଅଭିନେତାଙ୍କ ପାଇଁ ଏକ ଶକ୍ତ ଧକ୍କାଠାରୁ କମ୍ ନୁହେଁ। ପିତାଙ୍କ ମୃତ୍ୟୁ ପରେ ମହେଶ ବାବୁ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ କୃଷ୍ଣା ଘଟ୍ଟାମନେନୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ପ୍ରଶଂସକମାନେ ମଧ୍ୟ କୃଷ୍ଣା ଘଟ୍ଟାମନେନୀଙ୍କ ଦେହାନ୍ତ ଖବର ଶୁଣି ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ତାଙ୍କର ୫ ଦଶନ୍ଧିର କ୍ୟାରିୟରରେ ସେ ପ୍ରାୟ ୩୫୦ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। କୃଷ୍ଣାଙ୍କୁ ପଦ୍ମବିଭୂଷଣରେ ମଧ୍ୟ ସମ୍ମାନିତ କରାଯାଇଥିଲା।

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories