www.samajalive.in
Saturday, December 13, 2025
26.1 C
Bhubaneswar

ପାଟଣା ନିର୍ବାଚନ ମଣ୍ଡଳୀରେ ପହଞ୍ଚିଲା ” ଭାରତ ଯୋଡ଼ ପରିବର୍ତ୍ତନ ଯାତ୍ରା”

ପାଟଣା : ସୋମବାର ଅପରାହ୍ନରେ ମୟୂରଭଞ୍ଜ ଦେଇ କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀର ତୁରୁମୁଙ୍ଗା ଠାରେ ପହଞ୍ଚିଛି ଭାରତ ଯୋଡ଼ ପରିବର୍ତ୍ତନ ଯାତ୍ରା। ପଦଯାତ୍ରୀଙ୍କୁ ପାଟଣା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଇଂ ବିନୋଦ ବିହାରୀ ନାଏକଙ୍କ ନେତୃତ୍ୱରେ ହଜାର ହଜାର ଜନସାଧାରଣ ସ୍ୱାଗତ କରିଥିଲେ। ତୁରୁମୁଙ୍ଗା ଠାରେ ଆୟୋଜିତ ସଭାରେ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଜୟଦେବା ଜେନା, ଭୁଜବଳ ମାଝି, ଗଣେଶ୍ଵର ବେହେରା, ବନ୍ଦିତା ପରିଡା, ବିପ୍ଳବ ମିଶ୍ର, ଜିଲ୍ଲା ସଭାପତି,ମୋହନ ପରିଡା,ଆଲୋକ ମିଶ୍ର, ମାନସ ଚୌଧୁରୀ, ବିସ୍ମୟ ମହାପାତ୍ର ସଙ୍ଗୀତା ସିଂ, ଶୁଭମ୍ ରାଜ,ଏନାମେଲ ମଲ୍ଲିକ ପ୍ରମୁଖ ବହୁ ଦଳୀୟ ତୁଙ୍ଗ ନେତା ଯୋଗଦେଇ ଭାରତ ଯୋଡ଼ ପରିବର୍ତ୍ତନ ଯାତ୍ରାର ଆଭିମୁଖ୍ୟ ଆଲୋକପାତ କରିବା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ମାରଣ ନୀତି,ବେରୋଜଗାରୀ,ଦରଦାମ ବୃଦ୍ଧି ଆଦି ଉପରେ କଟୁ ସମାଲୋଚନା କରିଥିଲେ। ରାଜ୍ୟ ସଭାପତି ଶ୍ରୀ ପଟ୍ଟନାୟକ ତୁରୁମୁଙ୍ଗା ଠାରେ ଏହି ପଦଯାତ୍ରା ସଫଳତା ନେଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ପଦ ଯାତ୍ରା କାର୍ଯ୍ୟକ୍ରମରେ ଭାରତ ଯୋଡ଼ ପରିବର୍ତ୍ତନ ଯାତ୍ରାର ସଂଯୋଜକ ଉତ୍ତମ ସାହୁ, ବିଦ୍ୟାଧର ଦାଶ,ଲକ୍ଷ୍ମଣ ଦାଶ,କୈଳାଶ ବାରିକ, ଭୋଳାନାଥ ବାଘାଲ,ପାଟଣା ବ୍ଲକ ସଭାପତି ଶତୃଘନ ସିଂ,ସାହାରପଡ଼ା ବ୍ଲକ ସଭାପତି ମକୁନ୍ଦ ମହାନ୍ତ,ମାନ ସିଂ ମୁଣ୍ଡା,ବସନ୍ତ ମିଶ୍ର,ବୀର ଭଦ୍ର ମହାନ୍ତ,ଡୁମୁରିଆ ସରପଞ୍ଚ ଗୌରହରି ନାଏକ,ଗୋବିନ୍ଦ ମହାନ୍ତ, ସୁବଳ ସାହୁ, ସାହୁ,କମଳା କାନ୍ତ ଦାସ,ବିଦ୍ୟାଧର ସିଂ,ବ୍ରଜବନ୍ଧୁ ନାଏକ ପ୍ରମୁଖ କାର୍ଯ୍ୟକର୍ତ୍ତା ସମେତ କର୍ମୀ ମାନେ ସାମିଲ ଥିଲେ। ଏହା ପରେ ଯାତ୍ରା କେନ୍ଦୁଝର ମୁଖ୍ୟାଳୟ ଅଭିମୁଖେ ବାହାରି ଯାଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories