ପଦ୍ମପୁର: ରାୟଗଡା ଜିଲ୍ଲା ପଦ୍ମପୁର ନିକଟସ୍ଥ କିନିଡି ଗ୍ରାମର ଏକ କପା ବାଡ଼ରେ ଏକ ଅଖା ବେଗରେ ଅଚେତ ଅବସ୍ଥାରେ ଥିବା ମହିଳାଙ୍କୁ ପୁଲିସ ଉଦ୍ଧାର କରିଛି। ସୂଚନାଯୋଗ୍ୟ , କିନିଡି ଗ୍ରାମର ମାୟା ପାଣିଗ୍ରାହୀ ( ବୟସ ୫୦) ଙ୍କୁ ଗତ ରାତିରେ କେହି ଦୁର୍ବୃତ୍ତ ଆହତ କରି ମରିଯାଇଥିବା ଭାବି ଏକ ଅଖାରେ ଭର୍ତ୍ତି କରି ସେହି ଗ୍ରାମର ଏକ କପା ବାଡ଼ରେ ଫିଙ୍ଗି ଦେଇ ଚାଲି ଯାଇଥିଲେ। ସକାଳୁ ଗ୍ରାମର କିଛି ଲୋକ ଦେଖି ଗୁଡାରି ପୁଲିସକୁ ସୂଚନା ଦେଇଥିଲେ ଘଟଣା ସ୍ଥଳକୁ ପୁଲିସ ପହଞ୍ଚି ଅଖା ଖୋଲିବା ପରେ ମହିଳା ଜଣକୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଗୁଡାରି ମେଡିକାଲକୁ ପଠାଇଥିଲା । ପୁଲିସ ଉକ୍ତ ମହିଳା ଜଣକ ସେହି ଗ୍ରାମର ମାୟା ପାଣିଗ୍ରାହୀ ବୋଲି ସୂଚନା ଦେଇଥିଲେ। ମହିଳାଙ୍କ ଚେତା ଫେରିବା ପରେ ମହିଳାକୁ କାହିଁକି ଓ କଣ ପାଇଁ ଅଚେତ ଅବସ୍ଥାରେ ଫିଙ୍ଗି ଦେଇଥିବା ତଦନ୍ତ କରିବା ପରେ ଜଣାପଡିବ ବୋଲି କହିଥିଲେ।
Popular Categories



