www.samajalive.in
Sunday, December 14, 2025
18.1 C
Bhubaneswar

ଆଇନଜୀବୀଙ୍କୁ ସୁପ୍ରିମକୋର୍ଟଙ୍କ ଚେତାବନୀ ; କାର୍ଯ୍ୟରେ ଯୋଗ ନ ଦେଲେ ଲାଇସେନ୍ସ ବାତିଲ

ନୂଆଦିଲ୍ଲୀ : ରାଜ୍ୟର ବିଭିନ୍ନ ଅଦାଲତରେ ଆଇନଜୀବୀଙ୍କ ଆନ୍ଦୋଳନ ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ବୁଧବାର ସୁଦ୍ଧା ଅଦାଲତ କାର୍ଯ୍ୟରେ ଯୋଗନଦେଲେ ଆନ୍ଦୋଳନରତ ଓକିଲ ସଂଘର କର୍ମକର୍ତ୍ତା ଏବଂ ଆନ୍ଦୋଳନରତ ଆଇନଜୀବୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାର୍‌ କାଉନସେଲ ଅଫ ଇଣ୍ଡିଆକୁ ବିଚାରପତି ସଞ୍ଜୟ କିଷନ କୌଲ ଏବଂ ବିଚାରପତି ଅଭୟ ଏସ ଓକାଙ୍କ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ଅବମାନନାକାରୀ ଆଇନଜୀବୀଙ୍କ ବିରୋଧରେ ଅଦାଲତ ଅବମାନାନ ମାମଲା ଚଳାଇବା ଏବଂ ସେମାନଙ୍କ ଲାଇସେନ୍ସ ବାତିଲ କରିବାକୁ ଖଣ୍ଡପୀଠ ଚେତାବନୀ ଦେଇଛନ୍ତି। ଏପରିକି ଆବଶ୍ୟକ ପଡ଼ିଲେ ୨୦୦ରୁ ୩୦୦ ଆଇନଜୀବୀଙ୍କ ଲାଇସେନ୍ସ ନିଳମ୍ବନ କରାଯିବ। ଆନ୍ଦୋଳନକାରୀ ଆଇନଜୀବୀଙ୍କ ଲାଇସେନ୍ସ ରଦ୍ଦ ଲାଗି ରାଜ୍ୟ ବାର କାଉନସେଲକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦେଶ ଦେବେ ବୋଲି ବିଚାରପତି ସଞ୍ଜନ କିଷନ କୌଲ ଶୁଣାଣି ବେଳେ ସ୍ପଷ୍ଟ କରିଛନ୍ତି। ବୁଧବାର ସୁଦ୍ଧା ଅଦାଲତ କାର୍ଯ୍ୟରେ ଯୋଗନଦେଲେ ଆନ୍ଦୋଳନକାରୀ ଆଇନଜୀବି ନିଜର ରୋଜଗାର ହରାଇବେ ବୋଲି ବିଚାରପତି କୌଲ ଚେତାଇ ଦେଇଥିଲେ। ଆନ୍ଦୋଳନକାରୀଙ୍କ ଯୋଗୁଁ କେବଳ ସାଧାରଣ ଜନତା ନୁହେଁ କନିଷ୍ଠ ଆଇନଜୀବୀମାନେ ପ୍ରଭାବିତ ହେଉଛନ୍ତି ବୋଲି ବିଚାରପତି ଓକା ଟିପ୍ପଣୀ କରିଥିଲେ।
ସର୍ବୋଚ୍ଚ ନ୍ୟାୟାଳୟଙ୍କ କଠୋର ଆଭିମୁଖ୍ୟ ପରେ ସାମାନ୍ୟତମ ଘଟଣାରେ ବାରମ୍ବାର ଆନ୍ଦୋଳନ ଏବଂ ଅଦାଲତ କାର୍ଯ୍ୟ ବର୍ଜନ ଘଟଣାରେ ପୂର୍ଣ୍ଣଛେଦ ପଡ଼ିବ। କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତବର୍ଷରେ ଆନ୍ଦୋଳନ ନାମରେ ଆଇନଜୀବୀ ଏଣିକି ଅଦାଲତ କାର୍ଯ୍ୟରେ ବାଧା ସୃଷ୍ଟି କରିପାରିବେ ନାହିଁ। ମାମଲାର ଶୁଣାଣି ବେଳେ ବାର କାଉନସେଲ ଅଫ ଇଣ୍ଡିଆର ଓକିଲ ଜଣାଇଥିଲେ ଯେ ନଭେମ୍ବର ୧୩ରେ ଓଡ଼ିଶାରେ ଆନ୍ଦୋଳନକୁ ଉସୁକାଉଥିବା ପାଞ୍ଚଟି ଜିଲା ବାର ଆସୋସିଏସନ ସଭାପତି ଏବଂ କର୍ମକର୍ତ୍ତାଙ୍କୁ ନିଳମ୍ବିତ କରାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବାର୍‌ ଆସୋସିଏସନ କର୍ମକର୍ତ୍ତାଙ୍କ ନିଲମ୍ବନ ଆଦେଶ ଉପରେ ରହିତାଦେଶ ଜାରି କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ ମନା କରିଦେଇଥିଲେ। ଓଡ଼ିଶା ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କ ଓକିଲ ଦର୍ଶାଇଥିଲେ କି ଯେ ପାଞ୍ଚଟି ଜିଲାର ବାର୍‌ ଆସୋସିଏସନ ୫ଟି ହାଇକୋର୍ଟ ବେଞ୍ଚ ସ୍ଥାପନ ଲାଗି ବାରମ୍ବାର ଆନ୍ଦୋଳନ କରୁଛନ୍ତି। ପ୍ରତ୍ୟେକ ଥର ଲିଖିତ ଭାବେ ଅଣ୍ଡରଟେକିଂ ଦେବା ପରେ ପୁଣି ଥରେ ଏମାନେ ଅଣ୍ଡରଟେକିଂକୁ ଉଲ୍ଲଙ୍ଗନ କରି ଆନ୍ଦୋଳନକୁ ଓହ୍ଲାଉଛନ୍ତି। ସେହିପରି ଆଇନଜୀବୀ ଶିବଶଙ୍କର ମିଶ୍ର ଦର୍ଶାଇଥିଲେ ଯେ ଆଇନଜୀବୀଙ୍କ ଆନ୍ଦୋଳନ ଏବଂ ଅଦାଲତ କାର୍ଯ୍ୟ ବର୍ଜନ ଯୋଗୁଁ ରାଜ୍ୟ ବିଚାର ବ୍ୟବସ୍ଥାରେ ଅଚଳାବସ୍ଥା ସୃଷ୍ଟି ହୋଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories