www.samajalive.in
Sunday, December 14, 2025
19.1 C
Bhubaneswar

ଲାଞ୍ଜିଗଡ଼ ସହର ମୁଖ୍ୟ ରାସ୍ତା ସୁଧୁରିବ କେବେ?

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ସହର ଯୁଗଳ କଂପ୍ଲେକ୍ସ ଥାନା ଛକ ଓ ମେଡ଼ିକାଲ ଛକ ମୁଖ୍ୟ ରାସ୍ତା ଉପରେ ଦେଖାଦେଇଛି ସମସ୍ୟା। ଛକର ରାସ୍ତାରେ ସବୁବେଳେ ଡ୍ରେନର ଦୁର୍ଗନ୍ଧ ପାଣି ପ୍ରବାହିତ ହେଉଥିବାରୁ ଲୋକଙ୍କ ଯାତାୟତରେ ସମସ୍ୟା ହେଉଛି। ଏହି ରାସ୍ତା ଲାଞ୍ଜିଗଡ଼ ନୋଡାଲ ପ୍ରାଥମିକ ବିଦ୍ୟାଳୟ, ଡାକ୍ତରଖାନା, ଥାନା, ଲାଞ୍ଜିଗଡ଼ ହାଇସ୍କୁଲ, ବ୍ୟାଙ୍କ, ପୋଷ୍ଟ ଅଫିସକୁ ସଂଯୋଗ ହେଉଛି। ଏଣୁ ଏହି ରାସ୍ତା ଦେଇ ପ୍ରତ୍ୟହ ଶହ ଶହ ଲୋକ ଯିବା ଆସିବା କରିଥାନ୍ତି। ହେଲେ ଏହି ଛକମାନଙ୍କରେ ଦୁର୍ଗନ୍ଧ ପାଣି ଜମି ରହୁଥିବା ବେଳେ ସେହି ଅପରିଷ୍କାର ପାଣିକୁ ଲୋକେ ମାଡ଼ି ଯିବା ଆସିବା କରିବାକୁ ପଡୁଛି। ବହୁ ସମୟରେ ଗାଡ଼ି ମୋଟର ଦ୍ବାରା ଦୁର୍ଗନ୍ଧ ପାଣି ଛିଟିକି ସ୍କୁଲ ଛାତ୍ରଛାତ୍ରୀଙ୍କ ଉପରେ ପଡୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ସ୍ଥାନୀୟ ପଞ୍ଚାୟତ ପ୍ରଶାସନର ଦୂରଦୃଷ୍ଟି ଅଭାବରୁ ଏଭଳି ସମସ୍ୟା ହେଉଥିବା ଅଭିଯୋଗ ହେଉଛି। ଏଥିପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଯଥାଶୀଘ୍ର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଲାଞ୍ଜିଗଡ଼ବାସୀ ଦାବି କରିଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories