www.samajalive.in
Monday, December 8, 2025
27.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ହରିୟାଣାର ପୂର୍ବତନ ରାଜ୍ୟପାଳ ଧନିକ ଲାଲ ମଣ୍ଡଳଙ୍କ ପରଲୋକ.. ଶୋକପ୍ରକାଶ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ..

ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡି ତାର ପ୍ରାର୍ଥୀ ଘୋଷଣା କରିଛି.. ଦିବଙ୍ଗତ ବିଧାୟକ ବିଜୟ ସିଂ ବରିହାଙ୍କ ଝିଅ ବର୍ଷା ରାଣୀ ବରିହାଙ୍କୁ ପଦ୍ମପୁର ପାଇଁ ପ୍ରାର୍ଥୀ କରିଛି ବିଜେଡି..

- Advertisement -

ରାଉରକେଲାରେ ଆଜି ଏକ ବଡ ଧରଣର ଲୁଟ୍‍ ହୋଇଥିବା ନେଇ ଅଭିଯୋଗ ହୋଇଛି.. ଉଦିତନଗର ଥାନା ଅନ୍ତର୍ଗତ ଅଞ୍ଚଳରେ ଏହି ଲୁଟ ହୋଇଛି.. କିଛି ଦୁର୍ବୃତ୍ତ ବାଇକରେ ଆସି ଜଣେ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ତାଙ୍କ ନିକଟରୁ ପ୍ରାୟ ୧୫ ଲକ୍ଷ ଟଙ୍କା ଲୁଟି ଫେରାର ହୋଇ ଯାଇଛନ୍ତି..

ରାଜଧାନୀ ଦିଲ୍ଲୀରେ ଚାଞ୍ଚଲ୍ୟ.. ପ୍ରେମିକାକୁ ହତ୍ୟା ପରେ ମୃତଦେହକୁ ଖଣ୍ଡଖଣ୍ଡ କରି ଫ୍ରିଜରେ ରଖିବା ପରେ ଦୀର୍ଘ ୧୮ ଦିନ ଯାଏଁ ମୃତଦେହକୁ ନେଇ ବାହାରେ ପକାଇଥିଲା ପ୍ରେମିକ.. ଦୀର୍ଘ ୬ ମାସ ତଳର ଏହି ଘଟଣା ହୋଇଥିବା ବେଳେ ମହରୋଲୀ ଥାନାର ପୁଲିସକୁ ମିଳିଛି ସଫଳତା.. ପୁଲିସ ଉକ୍ତ ଅଭିଯୁକ୍ତକୁ ଗିରଫ କରିଛି.. ମେ ୧୮ର ଏହି ଘଟଣା.. ଅଭିଯୁକ୍ତର ନାମ ଆଫତାବ୍‍ ହୋଇଥିବା ବେଳେ ଯୁବତୀଙ୍କ ନାମ ଶ୍ରଦ୍ଧା ବୋଲି ଜଣାପଡିଛି..

ପଞ୍ଜାବର ଅମୃତସହରରେ ଭୂକମ୍ପର ଝଟକା ଅନୁଭବ .. ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୧ ରେକର୍ଡ

ଜି-୨୦ ସମ୍ମିଳନୀରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀଙ୍କ ବାଲି ଗସ୍ତ.. ୧୫ ଓ ୧୬ ତାରିଖରେ ଇଣ୍ଡୋନେସିଆର ବାଲିରେ ଜି-୨୦ ସମ୍ମିଳନୀ ହେବ

ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ .. ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍‌ ଚଢ଼ାଉ .. ଭୁବନେଶ୍ୱର ସମେତ ଏକକାଳୀନ ୮ଟି ସ୍ଥାନରେ ଟିକ୍‌ନିଖ୍‌ କରି ଯାଞ୍ଚ କରୁଛନ୍ତି ଭିଜିଲାନ୍ସର ଅଧିକାରୀ

ଆଜି ଶିଶୁ ଦିବସ… ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିନ… ଚାଚା ନେହେରୁଙ୍କୁ ମନେ ପକାଉଛି ସାରାଦେଶ… ଶିଶୁ ଦିବସ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ଚଳଚଞ୍ଚଳ… ସବୁ ସ୍ଥାନରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମର ଆୟୋଜନ… ଉତ୍ସାହିତ ରହିଛନ୍ତି ଛାତ୍ରଛାତ୍ରୀ…

ପୁଣି ତାତିଲେ ପ୍ରାଥମିକ ଶିକ୍ଷକ… ଆନ୍ଦୋଳନ ପାଇଁ ଜୋରଦାର ପ୍ରସ୍ତୁତି… ଶିକ୍ଷକ ଭବନରେ ମହାସଂଘର ଗୁରୁତ୍ବପୂର୍ଣ୍ଣ ଆଲୋଚନା… ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘ… ସରକାର ଦାବି ନମାନିଲେ ବିଧାନସଭା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଦେଲେ ଚେତାବନୀ…

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories