www.samajalive.in
Sunday, December 14, 2025
19.1 C
Bhubaneswar

ପଣ୍ୟାଗାରରେ ଝୁଲୁଛି ତାଲା; ପେଟ ପାଇଁ ଚିନ୍ତାରେ ଶହ ଶହ ଶ୍ରମିକ ପରିବାର

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ଏନଏସି ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟରେ ଥିବା କୋଟି କୋଟି ଟଙ୍କାର ସାଢେ଼ ଛଅ ହଜାର ମାଟ୍ରିକ ଟନର ପଣ୍ୟାଗାର(ୱେର ହାଉସ୍)ରେ ଦୀର୍ଘ ବର୍ଷେ ହେବ ତାଲା ଝୁଲୁଛି। ଓଡ଼ିଶା ସରକାରଙ୍କ ଦ୍ୱାରା ୧୯୮୩ ମସିହାରୁ ନିର୍ମାଣ ହୋଇଥିବା ଏହି ପଣ୍ୟାଗାରରେ ଶ୍ରମିକମାନେ କାର୍ଯ୍ୟରତ ରହି ପେଟ ପାଟଣା ଚଳାଇ ଆସୁଥିବାବେଳେ କେତେବେଳେ ଏଫସିଆଇ ତ ଆଉ କେତେବେଳେ ସିଭିଲ ସପ୍ଲାଇକୁ କାର୍ଯ୍ୟ ଦେଇ ଆଜି ପର୍ଯ୍ୟନ୍ତ ପାଖାପାଖି ଦୀର୍ଘ ବର୍ଷଟିଏ କାମ ବନ୍ଦ ହୋଇ ୱେର ହାଉସରେ ତାଲା ଝୁଲୁଛି। ଏପଟେ ଦିନ ମଜୁରିଆ ଏବେ ପରିବାରର ପେଟ ପାଟଣା ପାଇଁ ଦିନ ଗଣୁଛନ୍ତି। ଏହି ୱେର ହାଉସରେ ସମସ୍ତ ସୁବିଧା ଥାଇ ମଧ୍ୟ କିଭଳି ଭାବେ କାର୍ଯ୍ୟକୁ ବନ୍ଦ କରି ବେସରକାରୀ ଗୋଦାମଗୁଡ଼ିକୁ ପ୍ରାଧାନ୍ୟ ଦିଆଯାଉଛି ବୋଲି ଶ୍ରମିକମାନଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହା ସହ ଲାଦେର ପାଲି ଗୋଦାମ, ଗୋଡଭଗା ଲହଣ୍ଡା ରାସ୍ତାରେ ଥିବା ଗୋଦାମ ଘରଗୁଡ଼ିକରେ ବିଭିନ୍ନ ସମୟରେ ବହୁ ଗୁଡ଼ାଏ ସମସ୍ୟାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ସହ ବଡ ବଡ ପ୍ରଶାସନିକ ଅଧିକାରୀମାନଙ୍କ ଦୃଷ୍ଟି ଆଢ଼ୁଆଳରେ କାର୍ଯ୍ୟ ହେଉଛି। ହେଲେ ଯେଉଁଠି ସମସ୍ତ ସୁବିଧା ଅଛି ତାକୁ ଜାଣିଶୁଣି ଅଚଳ କରି ଶ୍ରମିକମାନଙ୍କ ଜୀବନ ସହ ଖେଳ ଖେଳୁଛନ୍ତି। ପାଖାପାଖି ୮୦ପରିବାରଙ୍କ ପେଟ ପାଟଣାକୁ ନେଇ ରାଜନୀତି କରୁଥିବା ଅଞ୍ଚଳର ସମ୍ପୃକ୍ତ ଅଧିକାରୀ ତଥା ପ୍ରଶାସନର ମଧୁ ଚନ୍ଦ୍ରିକାରେ ଦିନ ଗଣୁଛନ୍ତି ଦିନ ମଜୁରିଆ। ଏନେଇ ସଂପୃକ୍ତ ଅଧିକାରୀମାନଙ୍କୁ ଫୋନ୍ ମାଧ୍ୟମରେ ଯୋଗାଯୋଗ କରିଥିଲେ ମଧ୍ୟ କାହାରି ଦେଖା ନଥିଲା। ତେବେ ଏନେଇ ଧୀରେ ଧୀରେ ଦିନ ମଜୁରିଆମାନଙ୍କ ପେଟ ଚିନ୍ତା ବୃଦ୍ଧି ପାଇ ପରିବାର ଚଳାଇବା କଷ୍ଟକର ହୋଇପଡିଛି। ଏନେଇ ତୁରନ୍ତ ବିଭାଗୀୟ ଅଧିକାରୀ ତଥା ଜିଲ୍ଲା ପ୍ରଶାସନ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ଦିନ ମଜୁରିଆଙ୍କ ଦାବୀ ରହିଛି। ନଚେତ୍ ଆଗାମୀ ଦିନରେ ଦିନ ମଜୁରିଆ ତଥା ପରିବାର ଲୋକେ ଆନ୍ଦୋଳନମୁହାଁ ହେବେ ବୋଲି ଚେତାବନୀ ଦେଇଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories