www.samajalive.in
Sunday, December 14, 2025
14.1 C
Bhubaneswar

ଜାତୀୟ ଜନଜାତି କମିଶନ ସଦସ୍ୟଙ୍କ ନିକଟରେ ମାଳମାଳ ଅଭିଯୋଗ 

ପାଟଣା: ଜାତୀୟ ଅନୁସୂଚିତ ଜନଜାତି କମିଶନ ସଦସ୍ୟ ଅନନ୍ତ ନାୟକ ପାଟଣା ବ୍ଲକ ବାଉଁଶୁଳି ପଞ୍ଚାୟତ ସଭାଗୃହରେ ଅଞ୍ଚଳର ସାଧାରଣ ଜନତାଙ୍କ ଆପତ୍ତି ଅଭିଯୋଗର ଶୁଣାଣି କରିଛନ୍ତି ।  ବିଭିନ୍ନ ସମସ୍ୟାକୁ ନେଇ ଲୋକ ମାନଙ୍କ ସହ ଆଲୋଚନା କରାଯାଇଛି । ଶିକ୍ଷାଦାନ କ୍ଷେତ୍ରରେ ସମସ୍ୟା ପରି ସମ୍ପର୍କରେ ମଧ୍ୟ ଲୋକମାନେ ଶ୍ରୀ ନାୟକଙ୍କୁ ଲିଖିତ ଭାବେ ଜଣାଇବା ସହ କହିବାରୁ ଅଭିଯୋଗର ଶୁଣାଣି କରି ଉପସ୍ଥିତ ଅଧିକାରୀ ମାନଙ୍କୁ ସମସ୍ୟାର ସମାଧାନ ପାଇଁ କୁହାଯାଇଥିଲା । କାର୍ଯ୍ୟକ୍ରମରେ ପାଟଣା ତହସିଲଦାର ତାପସ ରଞ୍ଜନ ଦେହୁରୀ, ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ଶୁଭେନ୍ଦୁ ବଳ କନିଷ୍ଠ ଯନ୍ତ୍ରୀ ଇଂ ଅଜୟ କୁମାର ବେହେରା, ଗ୍ରାମୀଣ ଆବାସ ବିଭାଗର ସୋମନାଥ ଖଣ୍ଡା ତୁରୁମୁଙ୍ଗା ଥାନାଧିକାରୀ ମଦନମୋହନ ନାଏକ ଏବଂ ଏ ଏସ୍ ଆଇ ନରେଶ ଓରାମ, ବନପାଳ ସୁନିତା ବଘେଲଙ୍କ ସହ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରିମାନେ ସାମିଲ ଥିଲେ । କମିଶନ ସଦସ୍ୟଙ୍କ ଗସ୍ତ ସମ୍ପର୍କରେ ଆଗୁଆ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ବିଭାଗକୁ ସୂଚନା ଦିଆଯାଇଥିବା ସତ୍ତ୍ୱେ ବହୁ ଅଧିକାରୀ ଶିବିରରେ ଅନୁପସ୍ଥିତ ଥିବାରୁ ସମସ୍ୟା ଦେଖାଯାଇଥିଲା ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories