www.samajalive.in
Sunday, December 14, 2025
26.1 C
Bhubaneswar

କାଶିଆରେ ଘର ଭାଙ୍ଗିଲେ ହାତୀପଲ

ପାଟଣା: ପାଟଣା ବନାଞ୍ଚଳରେ ୫ ଦିନ ହେଲା ୨୪ ଘରିଆ ହାତୀପଲଙ୍କ ଉପଦ୍ରବ ଥମିବାର ନାଁ ଧରୁନାହିଁ । ହାତୀପଲଙ୍କୁ ଘଉଡାଇବାରେ ବନବିଭାଗ ବିଫଳ ହୋଇଛି। ଗତକାଲି ଅପରାହ୍ନରେ ଏହି ହାତୀପଲ କାଶିଆ ରାମଚନ୍ଦ୍ରପୁର ଇଲାକାରେ ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହ କାଶିଆ ଗ୍ରାମରେ ୩ଟି ଘର ଭାଙ୍ଗିଥିବା ଜଣାପଡ଼ିଛି । କାଶିଆ ଗ୍ରାମର ହରେକୃଷ୍ଣ ନାଏକ, ଗଙ୍ଗା ମୁଣ୍ଡା ଓ ପଫା ମୁଣ୍ଡାଙ୍କ ଘର ହାତୀପଲ ଭାଙ୍ଗି ଧାନ ଚାଉଳ ଖାଇ ଯାଇଛନ୍ତି । ମୂଷାଖୋରୀ ଜଙ୍ଗଲରେ ଥିବା ଏହି ହାତୀପଲ କାଶିଆ ଜଙ୍ଗଲରେ ରହିଛନ୍ତି । ପାଟଣା ବନପାଳ ଚିତରଞ୍ଜନ ପରିଡ଼ା ଓ ପାରା କର୍ମଚାରୀ ମାନେ ଏହି ହାତୀପଲଙ୍କ ଉପରେ ନଜର ରଖିଛନ୍ତି । କାଶିଆ ଆଖପାଖ ଗ୍ରାମର ଲୋକେ ହାତୀ ଭୟରେ ଚିନ୍ତାରେ ଅଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories