www.samajalive.in
Sunday, December 14, 2025
19.1 C
Bhubaneswar

ଶିଶୁ ଦିବସ ଉପଲକ୍ଷେ କୌତୁକ ବେଶ ପ୍ରତିଯୋଗିତା

ରେଙ୍ଗାଲିକେମ୍ପ: ଅତାବିରା ବ୍ଲକ ଜହ୍ନାପଡା ପଞ୍ଚାୟତ ଅନ୍ତର୍ଗତ ବରାହମୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ଦିବସ ଉପଲକ୍ଷେ ଏକ କୌତୁକ ବେଶ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସାନ୍ତରା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପ୍ରତିଯୋଗିତାରେ ପିଲାମାନେ ଅତ୍ୟନ୍ତ ଉତ୍କଣ୍ଠାର ସହ ବିଭିନ୍ନ ପ୍ରକାରର ବେଶ ପୋଷାକ ପରିଧାନ କରିଥିଲେ । ପ୍ରତିଯୋଗିତାର ଉଦ୍ଦେଶ୍ୟ ହେଲା ପିଲାମାନେ ଭିନ୍ନ ଭିନ୍ନ ପ୍ରକାରର ବେଶ ପୋଷାକ ସହ ପରିଚିତ ହେବେ, ପୋଷାକ ପିନ୍ଧିବା ଶୈଳୀକୁ ଜାଣିବେ ଓ ତା ସହିତ ତାକୁ ପରିଧାନ କରୁଥିବା ବ୍ୟକ୍ତିତ୍ଵ ମାନଙ୍କ ବିଷୟରେ ଅବଗତ ହେବେ ବୋଲି ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରଧାନ କହିଥିଲେ । ଏହା ମାଧ୍ୟମରେ ପିଲାମାନଙ୍କ ମଧ୍ୟରେ ଏକ ସୃଜନଶୀଳ ମନୋଭାବ ଜାଗ୍ରତ ହୋଇପାରିବ । ଏହି ପ୍ରତିଯୋଗିତାରେ ବିଦ୍ୟାଳୟର ଶିକ୍ଷକ ସୁରେନ୍ଦ୍ର ଭୋସାଗର, ସୁଶିଲ ସାହୁ, ରୁବି ପ୍ରଧାନ, ଗିତାରଣୀ ପ୍ରଧାନ  ପ୍ରମୁଖ ସହଯୋଗ କରିଥିଲେ । କୃତି ପ୍ରତିଯୋଗୀ ମାନଙ୍କୁ ଆସନ୍ତା ଶିଶୁ ଦିବସରେ ପୁରସ୍କୃତ କରାଯିବ ବୋଲି ଜଣାପଡିଛି ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories