www.samajalive.in
Saturday, December 13, 2025
27.1 C
Bhubaneswar

 ଜନ ସଂପର୍କ ପଦଯାତ୍ରା

ଚୌଦ୍ୱାର : ବିଜୁ ଜନତା ଦଳର ରାଜ୍ୟବ୍ୟାପି ପଦଯାତ୍ରା କାର୍ଯ୍ୟକ୍ରମ ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷିରେ ଆଠଗଡ ନିର୍ବାଚନ ମଣ୍ଡଳି ଟାଙ୍ଗୀ-ଚୌଦ୍ୱାର  ବ୍ଲକ ୫ପଞ୍ଚାୟତ ମଧ୍ୟରୁ ମହିଁଷାଲଣ୍ଡା ପଂଚାୟତରେ ଶନିବାର ଦିନ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେକ୍ ସାହାଜାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପଦଯାତ୍ରାରେ ବିଜୁ ଜନତା ଦଳ  କଟକ ଜିଲ୍ଲା ଉପସଭାପତି ନୃସିଂହ ଚରଣ ମହାପାତ୍ର, ସଂପାଦକ କେଶବ ଜେନା, ରାଜ୍ୟ ବିଜୁ ମହିଳା ସଂପାଦିକା ମିତାଲି ରାଉତ, ଜିଲ୍ଲାପରିଷଦ ବିଶ୍ୱଜିତ୍ ପ୍ରଧାନ, ବିଦ୍ୟାଧର ରାଉତ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପଂଚାୟତର ବିଭିନ୍ନ ଗ୍ରାମକୁ ଯାଇ ଶାସକ ଦଳର ଜନହିତକର ଯୋଜନା ସଂପର୍କରେ ଲୋକମାନଙ୍କୁ ଅବଗତ କରାଇବା ସହିତ ଦଳକୁ ଆହୁରି ମଜବୁତ କରିବାକୁ ଆହ୍ୱାନ ଦେଇଥିଲେ। ପଂଚାୟତର ନିମଗିରି ପାହାଡ଼ ପାଦଦେଶରୁ ପଦଯାତ୍ରା ଆରମ୍ଭ ହୋଇ ଗହଣ୍ଡା ଗ୍ରାମରେ ଶେଷ ହୋଇଥିଲା ।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories