www.samajalive.in
Saturday, December 13, 2025
27.1 C
Bhubaneswar

ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ

ଚୌଦ୍ୱାର : ଚୌଦ୍ୱାର ଓଟିଏମ କଲୋନୀ ସ୍ଥିତ ଗୋପବନ୍ଧୁ ଖେଳ ପଡିଆରେ ବ୍ଲକ ଆଥଲେଟିକ ମିଟ୍-୨୦୨୨ ଉଦଘାଟିତ ହୋଇଯାଇଛି। ଟାଙ୍ଗୀ-ଚୌଦ୍ୱାର ବ୍ଲକ କ୍ରୀଡା ସଂସଦ, ସ୍ୱାମୀ ବିବେକାନନ୍ଦ ସୋସିଆଲ ଡେଭଲମେଣ୍ଟ ସଂଘ  ଓ ଶାଳଗାଁ ସ୍ଥିତ ଷ୍ଟାର କ୍ଲବ ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି କ୍ରୀଡା ଉତ୍ସବକୁ ଇମ୍ଫାର ଉପସଭାପତି ବିନୟ କୁମାର ଅଗ୍ରୱାଲ ଉଦଘାଟନ କରିଥିଲେ। କ୍ରୀଡାବିତ୍ ଅଶୋକ କୁମାର ସାହୁ, ଚାଣକ୍ୟ ଚିକିତ୍ସାଳୟର ମୁଖ୍ୟ ପରିଚାଳକ ପ୍ରଭାତ କୁମାର ସ୍ୱାଇଁ, କାଉନସିଲର ସୁବ୍ରତ କୁମାର ସାମଲ ,ସାମାଜୀକ କର୍ମୀ ଦିଲ୍ଲିପ କୁମାର ଛତାର, ବିଜୟ ସାହୁ, ଆଥଲେଟିକ ଆସୋସିଏନର ଅଶ୍ୱିନୀ କୁମାର ଜେନା, ଟୁକୁ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ସହିତ ପରିଶ୍ରମ ସଫଳତାର ମାପକାଠି ବୋଲି ମତବ୍ୟକ୍ତ କରିଥିଲେ। ୨ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି କ୍ରୀଡା ଉତ୍ସବରେ ବ୍ଲକ ଓ ପୌରପାଳିକାର ପ୍ରାୟ ୧୨୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ  ଲମ୍ବ ଡିଆଁ, ସଟଫୁଟ୍,ଜାଭଲିନ ଥ୍ରୋ, ଦୌଡ ଆଦି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି । ଭୀମସେନ ବିଶ୍ୱାଳ, ମାନସ କୁମାର ପରିଡା, ଭାସ୍କର ମହାପାତ୍ର, କାହ୍ନୁ ଚରଣ ଜେନା, ଅମୂଲ୍ୟ ରାଉତରାୟ, ଅନ୍ତର୍ଯ୍ୟାମୀ ସାହୁ, ସୁଜିତ୍ ସାହୁଙ୍କ ସମେତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories