www.samajalive.in
Sunday, December 14, 2025
23.1 C
Bhubaneswar

ହକି ବିଶ୍ୱକପରେ ଗଡି଼ବ ୪୦ ନୂଆ ଏସି ଡିଲକ୍ସ ବସ

ଭୁବନେଶ୍ୱର: ୨୦୨୩ ପୁରୁଷ ହକି ବିଶ୍ୱକପ ପାଇଁ ରାଜ୍ୟ ସରକାର ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଭୁବନେଶ୍ୱର ଓ ରାଉରକେଲାରେ ଗଡି଼ବ ୪୦ଟି ନୂଆ ଏସି ଡିଲକ୍ସ ବସ୍‌। ଏହି ବସ୍‌ କିଣିବା ପାଇଁ ପ୍ରାୟ ୨୭ କୋଟି ଟଙ୍କା ଖର୍ଚ୍ଚ ହେବ। ଏନେଇ ବ୍ୟୟ ବରାଦ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆକାଉଣ୍ଟ ଜେନେରାଲଙ୍କ ଆବେଦନ କରାଯାଇଛି।ରାଜ୍ୟ ସରକାରଙ୍କ ସୂଚନା ମୁତାବକ, ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆର୍‌ଟିସି) ଅଧୀନରେ ଏହି ସରକାରୀ ବସ୍‌ ପରିଚାଳନା ହେବ। ୪୦ଟି ବସ୍‌ କିଣାଯିବା ମୋଟ ୨୬ କୋଟି ୯୩ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଖୁବ୍‌ ଶୀଘ୍ର ବସ୍‌ କିଣାଯିବା ପ୍ରକ୍ରିୟା ଆରମ୍ଭ ହେବ। ଅଧିକାଂଶ ବସ୍‌ ସମସ୍ତ ପ୍ରତିଯୋଗୀ ଦେଶର ଖେଳାଳି ଓ ସେମାନଙ୍କ ଅଫିସିଆଲ୍‌ କର୍ମଚାରୀଙ୍କୁ ନେବା ଆଣିବା କରିବ। ବିଶେଷକରି, ଝାରସୁଗୁଡ଼ା ବିମାନବନ୍ଦରରୁ ଷ୍ଟାଡିୟମ ଓ ହୋଟେଲ ଯାଏ ଏସବୁ ବସ୍‌ ଗଡି଼ବ। ସେହିପରି ଭୁବନେଶ୍ୱର ସମେତ ଅନ୍ୟ ବଡ଼ ସହରରୁ ଦର୍ଶକଙ୍କୁ ରାଉରକେଲା ଆଣିବାକୁ ବସ୍‌ଗୁଡି଼କୁ ନିୟୋଜିତ କରାଯିବ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories