www.samajalive.in
Sunday, December 14, 2025
14.1 C
Bhubaneswar

ମାଣ୍ଡିଆ ଦିବସ ପାଳିତ 

ଜି. ଉଦୟଗିରି : କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ଜନବିକାଶ ସହାୟତାରେ ଗୁରୁବାର ପ୍ରଥମ ମାଣ୍ଡିଆ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସ୍ଥାନୀୟ ଭଞ୍ଜ ମାର୍କେଟ କମ୍ପ୍ଲେକ୍ସ ଠାରେ ଓଡିଶା ମିଲେଟ ମିଶନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଷମା ପ୍ରଧାନ  ଯୋଗଦେଇ ଫିତା କାଟି ମାଣ୍ଡିଆ ଉପରେ ଆୟୋଜିତ ବିଭିନ୍ନ ପ୍ରକାର ସାମଗ୍ରୀ ଯଥା ମଣ୍ଡିଆ ପିଠା, କାକରା ଓ ତାଡ଼ିଆ ଆଦିର ଉଦଘାଟନ କରିଥିଲେ ।  ଅନ୍ୟତମ ସମ୍ମାନିତ ଅତିଥି ଗୋଷ୍ଠି କୃଷି ଅଧିକାରୀ ଜ୍ୟୋତି ରଞ୍ଜନ ପ୍ରଧାନ, କୃଷି ଅଧିଦର୍ଶକ କାଳୀ ଚରଣ ସାହୁ, ମହିଳା ଶିଶୁ ବିକାଶ ଅଧିକାରୀ ସାବିତ୍ରୀ ମଲିକ ଓ ସଙ୍ଗଠନର ସହ ସମ୍ପାଦକ ତ୍ରିନାଥ କହଁର ଯୋଗଦେଇ ମାଣ୍ଡିଆ ଦ୍ୱାରା କିପରି ବିଭିନ୍ନ ପୃଷ୍ଟିକର ଖାଦ୍ୟ ଏଣୁ ଏହାର ବହୁଳ ପ୍ରଚାର ଓ ପ୍ରସାର ପାଇଁ ଗୋଷ୍ଠି କୃଷି ଅଧିକାରୀ ଶ୍ରୀ ପ୍ରଧାନ ମତ ବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମକୁ ସଙ୍ଗଠନ ବ୍ଲକ ସଂଯୋଜକ ଅରୁଣ କୁମାର ନାୟକ, ବ୍ଲକ ସହ ସଂଯୋଜକ ସୁଶିଲ କୁମାର ମାଝୀ ଓ ସଙ୍ଗଠନର ସିଆରପି କର୍ମଚାରୀ ପରିଚାଳନାରେ ସହଯୋଗ କରିଥିବାବେଳେ ଷ୍ଟଲକୁ ତହସିଲଦାର ସୁଭ୍ରାଂଜଳି ପ୍ରଧାନ ଓ ଗୋଷ୍ଠି ଉନ୍ନୟନ ଅଧିକାରୀ ଆଶିଷ କୁମାର ତ୍ରିପାଠୀ ବୁଲି ଦେଖିଥିଲେ। ମାଣ୍ଡିଆ ଚାଷର ବହୁଳ ପ୍ରଚାର ଓ ପ୍ରସାର ପାଇଁ ପ୍ରାଚୀର ପତ୍ର ମାଧ୍ୟମରେ ସଚେତନତା କରାଇଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories