www.samajalive.in
Sunday, December 14, 2025
15.1 C
Bhubaneswar

୧୨ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ପାଳିତ

କଣ୍ଟାବାଞ୍ଜି : ଡାକ୍ତରଖାନା ଅବ୍ୟବସ୍ଥା ପ୍ରତିବାଦରେ ପ୍ରେସ କ୍ଲବ ଡାକରାରେ ୧୨ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯାଇଛି । ପ୍ରେସ କ୍ଲବ ପୂର୍ବ ଘୋଷଣା ଅନୁସାରେ, ଡାକ୍ତରଖାନା ସମ୍ମୁଖରେ ୪୮ଘଣ୍ଟା ଧାରଣାରେ ବସିବା ପରେ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆ ନଯିବାରୁ ଆଜି କଣ୍ଟାବାଞ୍ଜି ୧୨ ଘଣ୍ଟିଆ ବନ୍ଦ ପାଳନ ଡାକରା ଦେଇଥିଲା। ଏହି ବନ୍ଦ ପାଳନରେ ଦୋକାନ, ବଜାର, ସ୍କୁଲ, କଲେଜ, ସରକାରୀ ବେସରକାରୀ ଅଫିସ, ବ୍ୟାଙ୍କକୁ ସାମିଲ କରାଯାଇଥିବା ବେଳେ ଜରୁରୀକାଳୀନ ସେବା ଓ ବସ୍ ଚଳାଚଳ ସ୍ୱାଭାବିକ ରହିଛି। ସକାଳୁ ସକାଳୁ ପ୍ରେସ କ୍ଲବର ସଦସ୍ୟ, କୋଶଲ ମୁକ୍ତି ମୋର୍ଚ୍ଚା, ପଶ୍ଚିମ ଓଡ଼ିଶା ଜେସିବି ଚାଳକ ସଂଘ, ଚଟୁଅନକା ଯୁବକ ସଂଘ, ରାମ ସେନା, ଆନିଆ ଜିମ ସହ ଅନ୍ୟ ସଂଗଠନ ସଦସ୍ୟମାନେ ପିକେଟିଂ କରି ଦୋକାନ, ସରକାରୀ କାର୍ଯ୍ୟାଳୟ, ସହରର ବ୍ୟାଙ୍କ ପ୍ରତିଷ୍ଠାନ, ଡାକଘର, ବଜାର ବନ୍ଦ କରିଥିବା ଦେଖିବାକୁ ମିଳିଛି। କଣ୍ଟାବାଞ୍ଜିର ଅନେକ ସଂଗଠନ ସମର୍ଥନ ଜଣାଇ ଆନ୍ଦୋଳନରେ ସାମିଲ ହୋଇଥିଲେ । ଦୈନିକ ବଜାର ପରିବା ମାର୍କେଟ ଖୋଲାଥିଲା। ଆସନ୍ତାକାଲି ମାର୍ଗଶୀର ମାସ ପ୍ରଥମ ଗୁରୁବାର ଥିବାରୁ ଲୋକେ ପନିପରିବା, ଫୁଲ ଫଳ କିଣାକିଣି ସ୍ୱାଭାବିକ ଥିବା ଦେଖା ଯାଇଥିଲା। ତେଜରାତି ଦୋକାନ ସବୁ ବନ୍ଦ ହୋଇଥିବାରୁ ଲୋକେ ସୌଦା ପାଇଁ ନାହିଁ ନଥିବା ଅସୁବିଧା ଭୋଗ କରିଥିଲେ। କୋର୍ଟ କଚେରୀ, ତହସିଲ କାର୍ଯ୍ୟାଳୟ ବନ୍ଦ ଥିବା ଦେଖାଯାଇଥିଲା। ସହରରରେ ଆଇନ ଶୃଙ୍ଖଳା ପାଇଁ ସବୁ ସ୍ଥାନରେ ପୁଲିସ ମୁତୟନ ହୋଇଥିବା ବେଳେ ପୁଲିସ ପାଟ୍ରୋଲିଂ କରିଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories