www.samajalive.in
Friday, December 12, 2025
14.1 C
Bhubaneswar

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା; ଚିକିତ୍ସାଧୀନ ଅବସ୍ଥାରେ ଶିକ୍ଷକଙ୍କ ମୃତ୍ୟୁ

କଲମପୁର: ଦୁଲକିବନ୍ଧ ଠାରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଘଟଣା । ଦୁର୍ଘଟଣାରେ ଆହତ ଶିକ୍ଷକଙ୍କ ମୃତ୍ୟୁ ହୋଇଛି  । କଟକରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ ଗତ ଅକ୍ଟୋବର ୨୬ ତାରିଖ ସଂଧ୍ୟାରେ ଜୟପାଟଣା ମୋଟେର ମୁଖ୍ୟ ରାସ୍ତାର ଦୁଲକିବନ୍ଧ ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେଇଥିଲା । ଦୁର୍ଘଟଣାରେ ଦୁଲକିବନ୍ଧ ଗ୍ରାମର ତିଲ ରାଉତ (ମାଝୀ) ମୃତ୍ୟୁ ହେଇଥିବା ବେଳେ ଜଣେ ଶିକ୍ଷକ ବିଜମରା ଗ୍ରାମର କ୍ଷେତ୍ର ମୋହନ ଶବର (ପିଙ୍କୁ)  ଗୁରୁତର ଆହତ ହେଇଥିଲେ । ତାଙ୍କୁ ତୁରନ୍ତ ଉଦ୍ଧାର କରି ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବିଶାଖାପାଟଣାରେ ଭର୍ତ୍ତି କରାଯାଇଥିଲା ।

- Advertisement -

ପରବର୍ତ୍ତୀ ସମୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ସକାଳ ୮ଟା ବେଳେ ଶିକ୍ଷକ କ୍ଷେତ୍ର ମୋହନଙ୍କ ମୃତ୍ୟୁ ହେଇଥିବା ନେଇ ପରିବାର ଲୋକଙ୍କୁ ଅପରାହ୍ଣ ୩ଟା ବେଳେ ସୂଚନା ଦିଆଯାଇଥିଲା । ଏହି ଖବର ପାଇବା ପରେ ଶିକ୍ଷକଙ୍କ ଗାଁ ବିଜମରାରେ ଶୋକାକୁଳ ପରିବେଶ ସୃଷ୍ଟି ହେଇଛି । କ୍ଷେତ୍ର ମୋହନ ନିକଟସ୍ଥ ପାଣିଗାଁ ବର୍ଲାପଡା ନୂତନ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ ନିୟୋଜିତ ଥିଲେ ।

 

Hot this week

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

Related Articles

Popular Categories