www.samajalive.in
Thursday, December 11, 2025
13.1 C
Bhubaneswar

ପାଇପ ପାଣିରେ ସାପ ଗୁଜବ !

ବୌଦ୍ଧ: ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବୌଦ୍ଧ ସହରବାସୀଙ୍କୁ ମହାନଦୀରୁ ପାନୀୟଜଳ ଉଠାଇ ବିଶୋଧନ ପରେ ଯୋଗାଇ ଦିଆଯାଉଥିବା ବେଳେ ପାନୀୟ ଜଳରେ ଛୋଟଛୋଟ ସାପ ଭଳି ଜୀବ ଭାସୁଥିବା ନେଇ ସହରରେ ଗୁଜବ ସୃଷ୍ଟି ହୋଇଛି । ସହରର ବୁଟୁପାଲି ଅଞ୍ଚଳରେ ଜୈନିକ ପରିବାର ଏକ ମାଠିଆରେ ପାଣି ରଖିଥିବାବେଳେ ସେଥିରେ ଛୋଟ ଛୋଟ ସାପ ଭଳି କିଛି ଭସୁଥିବା ଦେଖିବାକୁ ପାଇଥିଲେ । ତୁରନ୍ତ ଏହି ଖବର ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ସହିତ ସହର ସାରା ଖେଳି ଯାଇଥିଲା । ଅନେକ ଲୋକ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିବା ସହିତ ନିମ୍ନମାନର ପାନୀୟଜଳ ସହରବାସୀଙ୍କୁ ଯୋଗାଇ ଦିଆଯାଉଥିବା ଅଭିଯୋଗ କରିଥିଲେ । ତେବେ ପାଣିରେ ସାପ ଭଳି ଜୀବ ଭାସୁଥିବା ଅଭିଯୋଗ ନେଇ ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ନିରଞ୍ଜନ ସାହୁ ଗଣମାଧ୍ୟମ ଆଗରେ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି ।

ବୌଦ୍ଧ ସହରବାସୀଙ୍କୁ ଯୋଗାଇଦିଆଯାଉଥିବା ପାନୀୟଜଳ ସଂପୂର୍ଣ୍ଣ ସୁରକ୍ଷିତ ଏବଂ ଏହାକୁ ଆବଶ୍ୟକୀୟ କେମିକାଲ ପ୍ରୟୋଗ ପରେ ବିଶୋଧନ ପରେ ପାଇପ ଯୋଗେ ଯୋଗାଣ କରାଯାଇଥାଏ ବୋଲି ପ୍ରକାଶ କରିଛନ୍ତି । ତେବେ ବୁଟୁପାଲି ଅଞ୍ଚଳରେ ପାଇପ ପାଣିରେ ସାପ ଭଳି ଜୀବ ଭାସୁଥିବା ନେଇ ଅଭିଯୋଗ ସଂପର୍କରେ ପ୍ରତିକ୍ରିୟା ରଖି ଯନ୍ତ୍ରୀ ଶ୍ରୀସାହୁ ଭାଇରାଲ ଫଟୋ ଓ ଭିଡିଓରେ ପାଣି ଏକ ମାଠିଆରେ ରଖାଯାଇଥିବା ଦେଖାଯାଇଛି । ତେଣୁ ପାଇପ ପାଣି ଯେ ପ୍ରଦୂଷିତ ଏହାକୁ ଗ୍ରହଣ କରିହେବନାହିଁ । ତଥାପି ଲୋକଙ୍କ ଅଭିଯୋଗ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ବୁଟୁପାଲି ଅଞ୍ଚଳରେ ବିଭାଗ ପକ୍ଷରୁ କାର୍ଯ୍ୟକ୍ଷମ ଥିବା ସମ୍ପ(ପାଣିଟାଙ୍କି)କୁ ସଫା କରାଯିବ ଏବଂ କୌଣସି ଗୁଜବକୁ ବିଶ୍ୱାସ ନକରି ଲୋକମାନେ ଭୟମୁକ୍ତ ହୋଇ ଯୋଗାଣ ହେଉଥିବା ପାନୀୟଜଳ ବ୍ୟବହାର କରିପାରିବେ ବୋଲି ଶ୍ରୀସାହୁ ପ୍ରକାଶ କରିଛନ୍ତି  ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories