www.samajalive.in
Saturday, December 6, 2025
26.1 C
Bhubaneswar

ନୃଶଂସ ନାବାଳକ ; ପରିବାର ସମେତ ୪ ଜଣଙ୍କୁ ଧାରୁଆ ଅସ୍ତ୍ରରେ କଲା ହତ୍ୟା

ତ୍ରିପୁରା : ତ୍ରିପୁରାରେ ଏକ ଲୋମଟାଙ୍କୁରା ଘଟଣା ଘଟିଥିବା ନେଇ ସୋମବାର ସାମ୍ନାକୁ ଆସିଛି । ଜଣେ ନରହନ୍ତା ନାବାଳକ ନିଜ ପରିବାର ଲୋକଙ୍କୁ ହତ୍ୟା କରିବା ପରେ ପୋତି ଦେଇଛି । ତ୍ରିପୁରାରେ ଜଣେ ୧୩ ବର୍ଷୀୟ ନାବାଳକ ନିଜ ମାଆ, ଭଉଣୀ, ଜେଜେବାପା ସମେତ ୪ ଜଣଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରିଛି । ହତ୍ୟା କରିବା ପରେ ମୃତଦେହକୁ ଘର ନିକଟରେ ଗାତ ଖୋଳି ପୋତି ଦେଇଥିଲା । ପଡୋଶୀ ପୁଲିସକୁ ଖବର ଦେବା ପରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହ ନାବାଳକକୁ ଗିରଫ କରି ପଚରାଉଚରା ଜାରି ରଖିଛି ।
ମିଳିଥିବା ସୂଚନାନୁଯାୟୀ, ତ୍ରିପୁରାର ଧଲାଇ ଜିଲାରେ ନିଜ ପରିବାରର ୩ ଜଣଙ୍କ ସମେତ ୪ ଜଣଙ୍କୁ ହତ୍ୟା କରିଛି ନାବାଳକ ।  ନାବାଳକ ମାଆ,ଉଭଣୀ,ଜେଜେବାପା ଓ ପଡୋଶୀରେ ଥିବା ଜଣେ ମହିଳାଙ୍କୁ ନୃଶଂସ ଭାବେ ହତ୍ୟା କରିଛି । ହତ୍ୟା ପରେ ସମସ୍ତ ମୃତଦେହକୁ ମାଟିରେ ପୋତି ଦେଇଥିଲା । ଏହି ଘଟଣା କଲମପୁରର ।
ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା । ଏହାପରେ ତୁରନ୍ତ ନାବାଳକକୁ ଗିରଫ କରିଥିଲା । ନଭେମ୍ବର ୫ରେ ନାବାଳକ ନିଜ ପରିବାରର ୩ ଓ ପଡୋଶୀର ମହିଳାକୁ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲା । ତେବେ ନାବାଳକ ଜଣକ କେଉଁ କାରଣରୁ ଏଭଳି ନୃଶଂସ କାଣ୍ଡ ଘଟଣାଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories