(୧) ଶ୍ରୀମନ୍ଦିର ପରିସରରେ ମହିଳା ଶ୍ରଦ୍ଧାଳୁଙ୍କୁ ମାଡ଼ ଘଟଣା… ପୁଲିସର କଡ଼ା କାର୍ଯ୍ୟାନୁଷ୍ଠାନ… ମହିଳାଙ୍କୁ ମାଡ଼ ମାରିଥିବା ହାବିଲଦାରଙ୍କୁ ଚାକିରିରୁ ନିଲମ୍ବିତ… ଘଟଣାର ତଦନ୍ତ କରିବେ ଜଣେ ଏଏସପି ରାଙ୍କର ଅଧିକାରୀ… ଏନେଇ ସୂଚନା ଦେଲେ ପୁରୀ ଏସପି କନୱର ବିଶାଲ ସିଂହ…
(୨) ବଣାଇ ଜିନ୍ଦଲ ପ୍ଲଟ ଇନଚାର୍ଜଙ୍କୁ ହତ୍ୟା ଅଭିଯୋଗ… ତାରିଣୀ ମନ୍ଦିର ନିକଟରେ ଥିବା ଗେଷ୍ଟ ହାଉସରେ ଜିନ୍ଦଲ ପ୍ଲଟ ଇନଚାର୍ଜ ମୋତିରାମ ପାଲ୍ଙ୍କ ମୃତଦେହ ଉଦ୍ଧାର… ରାତିରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଥିବା ଅନୁମାନ… ଘଟଣାସ୍ଥଳରେ ଆଇଆଇସିଙ୍କ ସହ ଡ୍ରଗ ସ୍କ୍ୱାଡ୍ ଓ ସାଇଣ୍ଟିଫିକ୍ ଟିମ୍ କରୁଛି ଛାନଭିନ୍…
(୩) ଉତ୍ତରପ୍ରଦେଶର ନୋଏଡାରେ ବଡ଼ ଧରଣର ଅଗ୍ନିକାଣ୍ଡ… ଫେଜ୍-୨ ପିଏସ ସୀମାର ମୁସ୍କିନ୍ ଇଣ୍ଟରନ୍ୟାସନାଲରେ ଲାଗିଲା ନିଆଁ… ଚାରିଆଡ଼େ ଧୂଆଁ ଧୂଆଁ ପରିବେଶ… ଅଗ୍ନିକାଣ୍ଡରେ ହୋଇନାହିଁ କୌଣସି ଜୀବନ ହାନୀ… ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଅଛି ଅଗ୍ନିଶମ ବିଭାଗର ୧୨ରୁ ଅଧିକ ଗାଡି…
(୪) ଇଡବ୍ଲୁଏସ୍ ସଂରକ୍ଷଣ ନେଇ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ… କେନ୍ଦ୍ରର ନିଷ୍ପତ୍ତି ଉପରେ ମୋହର ମାରିଲେ ସର୍ବୋଚ୍ଚ ନ୍ୟାୟାଳୟ… ଆର୍ଥିକ ଅନଗ୍ରସର ବର୍ଗଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ରହିବ ଜାରି… ଉଚ୍ଚଶିକ୍ଷା ଓ ଚାକିରି କ୍ଷେତ୍ରରେ ମଧ୍ୟ ୧୦ ପ୍ରତିଶତ ସଂରକ୍ଷଣର ରହିବ ବ୍ୟବସ୍ଥା…
(୫) ସିମୁଳିଆ ଥାନା ଜାମୁଝାଡ଼ି ତାରିଣୀ ଛକ ନିକଟରେ ସିରିଜ୍ ଦୁର୍ଘଟଣା… ପଛକୁ ପଛ ପିଟିହେଲେ ଦୁଇଟି କାର୍ ଓ ଗୋଟିଏ ତେଲ ଟ୍ୟାଙ୍କର… ୩ ମୃତ, ୪ ଗୁରୁତର… ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି…ଘଟଣାସ୍ଥଳରେ ପୁଲିସ କରୁଛି ତଦନ୍ତ…
(୪) ଆଜି ୧୨ ଘଣ୍ଟା ପାଇଁ ବୀରମିତ୍ରପୁର ବନ୍ଦ… ସକାଳ ୭ରୁ ସଂଧ୍ୟା ୭ଟା ଯାଏଁ ବନ୍ଦ ଡାକରା… ଜାତୀୟ ରାଜପଥ ମରାମତି ଦାବିରେ ବୀରମିତ୍ରପୁର ବିକାଶ ମଞ୍ଚ ପକ୍ଷରୁ ବନ୍ଦ ପାଳନ… ରାସ୍ତାଘାଟ ଶୂନଶାନ… ଖୋଲିନି ଦୋକାନ ବଜାର… ଶାନ୍ତିଶୃଙ୍ଖଳାରେ କରାଯାଉଛି ବନ୍ଦ ପାଳନ…
(୭) ଆଜି କାର୍ତ୍ତିକ ମାସ ପଞ୍ଚୁକର ଚତୁର୍ଦ୍ଦଶୀ… ଶ୍ରୀମନ୍ଦିରରେ ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ… ଶ୍ରୀଜିଉଙ୍କ ଟିକିଏ ଦର୍ଶନ ପାଇଁ ବଢ଼ୁଛି ଶ୍ରଦ୍ଧାଳୁଙ୍କ ଭିଡ଼… ଚନ୍ଦ୍ର ଗ୍ରହଣ ଥିବାରୁ ମହାପ୍ରଭୁଙ୍କ ହେବ ସ୍ୱତନ୍ତ୍ର ନୀତିକାନ୍ତି…



