www.samajalive.in
Sunday, December 14, 2025
16.1 C
Bhubaneswar

ରାଜ୍ୟ ରାଜପଥ କଡ ସ୍ଥିତ ସାଇ ମନ୍ଦିରରୁ ଚୋରି ଉଦ୍ୟମ ବିଫଳ

ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଲକ ଗୋଡଭଗା ଛକରୁ ପ୍ରାୟ ତିନି କିମି ଦୂରରେ ୫୪ ନମ୍ବର ରାଜ୍ୟ ରାଜପଥ କଡ଼ରେ କୁମେଲସିଂହା ଠାରେ ରହିଛି ଏକ ଶିରିଡ଼ି ସାଇ ମନ୍ଦିର । ଏହି ରାସ୍ତାରେ ପ୍ରାୟତଃ ସଦା ସର୍ବଦା ଯାନ ବାହନ ଯିବା ଆସିବା କରିଥାଏ । ଏହି ମନ୍ଦିର ସମ୍ମୁଖରେ ଦୁଇ ପାର୍ଶ୍ଵରେ ଥିବା ବିଦ୍ୟୁତ୍ ଖୁଣ୍ଟରେ ଦୁଇଟି ସି ସି କ୍ୟାମେରା ସହ ସିଡି ଶେଷ ମୁଣ୍ଡରେ ବାବା ଙ୍କ ଆଡ଼କୁ ଦୃଶ୍ୟମାନ ହେଉଥିବା ଏକ ସି ସି କ୍ୟାମେରା ମଧ୍ୟ ରହିଛି । ଗତ କିଛି ଦିନ ତଳେ ମଧ୍ୟରାତ୍ରୀରେ ଦୁଇଜଣ ଚୋର ମନ୍ଦିର ପଛପଟୁ ଆସି ତାଲା ଭାଙ୍ଗି ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ ।କିନ୍ତୁ ଡାହାଣ ପାର୍ଶ୍ଵ ରୁ କୌଣସି ଯାନ ଆସୁଥିବା ଦେଖି ସେମାନେ ମନ୍ଦିର ର ଡାହାଣ ପାର୍ଶ୍ଵ ସିଡି ଦେଇ ତଳକୁ ଓହ୍ଲାଇ ପଳାଇଥିଲେ ।
ମନ୍ଦିର ପଛପଟେ ୧୦୦ ମିଟର ଦୂରରେ ରହିଛି ଇନିଗୁରି ଗୋପାଳ କ୍ରିଷ୍ଣାଙ୍କ ତେଲ କଳ । ମନ୍ଦିରରୁ ଚୋରି କରିବା ବିଫଳ ହେବା ପରେ ସେମାନେ ସେହି ତେଲ କଳ ରୁ କିଛି ଲୁହା ଯନ୍ତ୍ରପାତି ସହିତ ଗୋଟିଏ ତେଲ ଭରା ଟିଣ ସହ ଡ୍ରୟରରେ ଥିବା ଟଙ୍କା ନେଇ ଚଂପଟ୍ ମାରିଥିଲେ । ଯାହାର ମୋଟ ମୂଲ୍ୟ ୧୫ ହଜାର ହେବ । ସକାଳେ ମନ୍ଦିରର ସି ସି ଟି ଭି ଫୁଟେଜରୁ ଏହା ଜଣା ପଡ଼ିଥିଲା ଓ ସେହି ଦିନ ତେଲ କଳରେ ମଧ୍ୟ ଚୋରି ହୋଇଥିବା ସଂଯୋଗ କୁ ଭିତ୍ତି କରି ଉଭୟ କାର୍ୟ୍ୟରେ ସଂପୃକ୍ତ ବ୍ୟକ୍ତି ଦ୍ବୟ ସମାନ ହୋଇଥିବେ ବୋଲି ଅନୁମାନ କରାଯାଉଛି । ଏହା ବ୍ୟତୀତ ଏହି ମନ୍ଦିରରେ  ଅନେକ ଥର ଚୋରି ହୋଇଥିଲା ।ବାବାଙ୍କ ଉପରେ ଥିବା ୩ କେଜି ଓଜନର ରୂପାର ଛତର ଚୋରି ହୋଇଥିଲା ଓ ତା ପୂର୍ବରୁ ଦାନ ବାକ୍ସ ଭାଙ୍ଗି ପ୍ରାୟ ୨ ଲକ୍ଷ ରୁ ଅଧିକ ଟଙ୍କା ମଧ୍ୟ ଚୋରି ହୋଇଥିବା ଦୃଷ୍ଟାନ୍ତ ରହିଛି । ଏମିତି ରାସ୍ତା କଡ଼ରୁ ବାରମ୍ବାର ଚୋରି ହେଉଥିବାରୁ ଚୋରଙ୍କୁ ଧରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories