ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଲେ ଶହଶହ ମିଲିସିଆ ମାଓବାଦୀ
ମାଲକାନଗିରି : ଧିରେ ଧିରେ ପରିବର୍ତ୍ତନ ହେଉଛି ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଂଚଳ । ଏଠାରେ ମାଓବାଦୀର ମେରୁଦଣ୍ଡ ଭାଙ୍ଗୁଥିବା ଦେଖାଯାଉଛି । ଗୁରୁପ୍ରିୟା ସେତୁ ହେଲା ପରେ ଏବେ ଧୀରେ ଧୀରେ ସମ୍ପୂର୍ଣ୍ଣ ମାଓଗଡ଼କୁ ନିଜ ଅକ୍ତିଆରକୁ ନେଇଛି ସୁରକ୍ଷା ବାହିନୀ । ଆଜି ଘର ୱାପସି କାର୍ୟ୍ୟକ୍ରମ ଜରିଆରେ ପ୍ରାୟ ୪୦୦ ରୁ ଅଧିକ ମିଲିସିଆ ମାଓବାଦୀ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି । ପୁଲିସ, ଅନ୍ୟ ଅଧିକାରୀ ଓ ବିଏସଏଫ ଯବାନଙ୍କ ଉପସ୍ଥିତରେ ମାଓ ମିଲିସିଆ ମାନେ ଆତ୍ମସମର୍ପଣ କରିଥିଲେ ।
Comments are closed.