www.samajalive.in
Saturday, December 6, 2025
26.1 C
Bhubaneswar

କାର୍‌ -ବସ୍‌ ଧକ୍କା ; ୨ ଶିଶୁଙ୍କ ସମେତ ୧୧ ମୃତ

ଭୋପାଳ : ମଧ୍ୟପ୍ରଦେଶରେ ଗୁରୁବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ କାର ଓ ବସ୍‌ ମଧ୍ୟରେ ଏହି ଦୁର୍ଘଟଣା ଘଟି ୧୧ ଜଣ ଶ୍ରମିକଙ୍କ  ମୃତ୍ୟୁ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏହି ଦୁର୍ଘଟଣା ବୈତୁଲ ଜିଲାର ଝଲ୍ଲାର ଥାନା ନିକଟରେ ଘଟିଛି । ବିଳମ୍ବିତ ରାତି ପ୍ରାୟ ୧ଟା ୩୦ରେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ ପାଞ୍ଚ ଜଣ ପୁରୁଷ, ୪ ମହିଳା ଓ ୨ ଜଣ ଶିଶୁ ମଧ୍ୟ ରହିଛନ୍ତି । ଦୁର୍ଘଟଣା ପରେ ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ ।
ସୂଚନା ଅନୁଯାୟୀ, ଉକ୍ତଯାତ୍ରୀମାନେ ଅମରାବତୀର ଏକ ଗାଁରୁ ବୈତୁଲର ଝଲ୍ଲାରରୁ ୨୦ ଦିନ ପୂର୍ବରୁ କାମ କରିବାକୁ ଯାଇଥିଲେ । ସମସ୍ତେ ଗୁରୁବାର ରାତି ପ୍ରାୟ ୯ଟାରେ ଅମରାବତୀରୁ ଝଲ୍ଲାର ପାଇଁ ଯାଇଥିଲେ । ବିଳମ୍ବିତ ରାତିରେ ଚାଳକର ଆଖି ଲାଗିଯିବାରୁ କାର ସହ ବସର ଧକ୍କା ହୋଇଥିଲା । ଦୁର୍ଘଟଣା ଖୁବ ଜୋରରେ ହୋଇଥିବାରୁ ଘଟଣା ସ୍ଥଳରେ ହିଁ ୧୧ ଜଣଙ୍କ  ମୃତ୍ୟୁ ହୋଇଥିଲା ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories