www.samajalive.in
Saturday, December 13, 2025
26.1 C
Bhubaneswar

ଉଚ୍ଚ ନ୍ୟାୟାଳୟ ବିଚାରପତିଙ୍କର ନବରଙ୍ଗପୁର ଗସ୍ତ -ଆଇନଜୀବୀ ସଂଘ ପକ୍ଷରୁ ସ୍ମାରକପତ୍ର ପ୍ରଦାନ

ନବରଙ୍ଗପୁର : ଓଡ଼ିଶା ହାଇକୋର୍ଟ ର ବିଚାରପତି ନ୍ୟାୟମୂର୍ତ୍ତୀ ସଞ୍ଜୟ କୁମାର ମିଶ୍ର ଦିନିକିଆ ନବରଙ୍ଗପୁର ଗସ୍ତରେ ଆସି ଜିଲ। ଅଦାଲତ କୋର୍ଟ ସହ ନବରଙ୍ଗପୁର ର ଅନ୍ୟାନ୍ୟ ଅଦାଲତ ଗୁଡିକ ପରିଦର୍ଶନ କରିଥିଲେ। ଏହି ଅବସରରେ ସେ ଜିଲ। ଆଇନଜୀବୀ ସଂଘ ସଦସ୍ୟ ମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ତାଙ୍କୁ ସ୍ୱାଗତ ଜଣାଇ ଆଇନଜୀବୀ ସଂଘ ତରଫରୁ ଏକ ସଭା ଆୟୋଜିତ ହୋଇଥିଲା। ବିଚାରପତି ଶ୍ରୀ ମିଶ୍ର ଙ୍କୁ  ସଂଘ ପକ୍ଷରୁ ସମ୍ମାନିତ କରାଯାଇଥିଲା।

ସଂଘ ସଭାପତି ନରସିଂହ ତ୍ରିପାଠୀ ଅଧ୍ୟକ୍ଷତା କରିଥିବା ଏହି କାର୍ଯ୍ୟକ୍ରମରେ ହାଇକୋର୍ଟ ର ରେଜିଷ୍ଟ୍ରାର (ଇନ୍ସପେକ୍ସନ) ପ୍ରଭାକର ଗାଣ୍ଠିଆ, ନବରଙ୍ଗପୁର ଜିଲ ବିଚାରପତି ସଞ୍ଜୀବ ଦୁବେ ମଞ୍ଚାସୀନ ଥିଲେ। ବରିଷ୍ଠ ଆଇନଜୀବୀ ପ୍ରକାଶ ଚନ୍ଦ୍ର ମିଶ୍ର ଓ ଝାଡେଶ୍ୱର ଖାଡଙ୍ଗା ନିଜ ବକ୍ତବ୍ୟ ମାଧ୍ୟମରେ ସଂଘ ଓ ମହକିଲ ମାନଙ୍କ ବିଭିନ୍ନ ସମସ୍ୟା ଓ ତା’ର ପ୍ରତିକାର ସମ୍ବନ୍ଧରେ ଆଲୋଚନା କରିଥିଲେ। ଜିଲ।ର ସର୍କିଟ ଭିଜିଲାନ୍ସ ଅଦାଲତ କୁ ଯଥା ଶୀଘ୍ର ନିୟମିତ ଅଦାଲତ କରିବା ପାଇଁ ଓ ଜିଲ।

- Advertisement -

ଆଇନଜୀବୀ ସଂଘ ର ପ୍ରସ୍ତାବିତ ଗୃହ ନିର୍ମାଣ ଯଥା ଶୀଘ୍ର ଆରମ୍ଭ କରିବା ପାଇଁ ବିଚାରପତିଶ୍ରୀ ମିଶ୍ର ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଏହି ସ୍ମାରକପତ୍ର କୁ ଆଇନଜୀବୀ ସୁଭାଷ ଚନ୍ଦ୍ର ପାଳ ପାଠ କରିଥିଲେ।   ଶେଷ ରେ ସମ୍ପାଦକ ରାମ ପ୍ରସାଦ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories