www.samajalive.in
Wednesday, December 10, 2025
14.1 C
Bhubaneswar

ଉତ୍ତମ ସ୍ୱାସ୍ଥ୍ୟ ଓ ସୁଖମୟ ଜୀବନ ପାଇଁ ଆପଣାନ୍ତୁ ଏହି ଧାତୁ

ତମ୍ବା ଧାତୁ ଆମ ଜୀବନରେ ବ୍ୟବହାର କରାଯାଉଥିବା ଏକ ମୁଖ୍ୟ ଧାତୁ ଅଟେ। ତମ୍ବା ଧାତୁର ଅନେକ ଔଷଧୀୟ ଗୁଣ ରହିଛି। ଏହା ବିଦ୍ୟୁତ ସୁଚାଳକ ଅଟେ ଏବଂ ଏଥିରେ ଅଗ୍ନି ତତ୍ତ୍ୱ ଭରପୂର ହୋଇ ରହିଥାଏ। ତମ୍ବା ଧାତୁର ମଙ୍ଗଳ ଗ୍ରହ ଓ ସୂର୍ଯ୍ୟଙ୍କ ସହ ସମ୍ବନ୍ଧ ରହିଛି। ଏହା ଶରୀରରେ ଅନେକ ରୋଗକୁ ଭଲ କରିବାରେ ସହାୟକ ହୋଇଥାଏ। ତମ୍ବାର ପ୍ରୟୋଗ ପୂଜା କାର୍ଯ୍ୟରେ କରାଯାଇଥାଏ। ଏହା ଅତ୍ୟନ୍ତ ଶୁଭ ଅଟେ।
ତମ୍ବାର ପ୍ରଭାବ ଶରୀର ଓ ଗ୍ରହ ଉପରେ ପଡିଥାଏ।
ତମ୍ବାର ବ୍ୟବହାର ଦ୍ୱାରା ଶରୀର ଶୁଦ୍ଧ ହୋଇଥାଏ।
ତମ୍ବା ଧାତୁର ବ୍ୟବହାର ଦ୍ୱାରା ମଙ୍ଗଳ ଗ୍ରହ ମଜଭୂତ ହୋଇଥାଏ। ଏହାସହ ସୂର୍ଯ୍ୟଙ୍କ ସ୍ଥିତି ମଧ୍ୟ ମଜଭୂତ କରିଥାଏ ଓ ଉତ୍ସାହ ବୃଦ୍ଧି ହୋଇଥାଏ।
ତମ୍ବା ଧାତୁରେ ପାଣି ପିଇବା ଦ୍ୱାରା ପାଚନ ତନ୍ତ୍ର ଠିକ ରହିଥାଏ। ପେଟ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ।ତମ୍ବାର ବ୍ୟବହାର:
ତମ୍ବାର ମୁଦି ଅନାମିକା ଆଙ୍ଗୁଠୀରେ ଧାରଣ କରିବା ଉଚିତ। ଏହାଦ୍ୱାରା ସୂର୍ଯ୍ୟ ଓ ଚନ୍ଦ୍ରମାଙ୍କ ସ୍ଥିତି ମଜଭୂତ ରହିଥାଏ।
ଏହାଦ୍ୱାରା ଆତ୍ମବିଶ୍ୱାସ, ସାହାସ ଓ ସ୍ୱାସ୍ଥ୍ୟ ଭଲ ରହିଥାଏ।
ତମ୍ବା ଧାତୁକୁ ଅଣ୍ଟାରେ ମଧ୍ୟ ଧାରଣ କରିପାରିବେ। ଏହାଦ୍ୱାରା ନାଭି ଓ ହର୍ମୋନ୍ସ ସମସ୍ୟାରେ ସୁଧାର ଆସିଥାଏ।
ତମ୍ବାର ମୁଦ୍ରା ବେକରେ ଧାରଣ କରିବା ଦ୍ୱାରା ଅନେକ ଦୁର୍ଘଟଣାରୁ ବଞ୍ଚି ପାରିବେ।
ତମ୍ବା ପାତ୍ରରେ ପାଣି ରଖି ପିିଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ ଏବଂ ପେଟର ଅନେକ ସମସ୍ୟା ମଧ୍ୟ ଦୂର ହୋଇଥାଏ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories