www.samajalive.in
Wednesday, December 10, 2025
14.1 C
Bhubaneswar

ଧରା ଦେଉନି ବାଘୁଣୀ ‘ସୁନ୍ଦରୀ’

ଅନୁଗୁଳ : ସୁନ୍ଦରୀକୁ ଧରିବା ପାଇଁ ବାରମ୍ବାର ଚେଷ୍ଟା ସର୍ତ୍ତେ ସଫଳତା ମିଳୁନି। ତାକୁ ଧରିବା ପାଇଁ ତୃତୀୟ ପର୍ଯ୍ୟାୟ ଚେଷ୍ଟା ମଧ୍ୟ ଫେଲ୍‍ ମାରିଛି। ଦୁଇ ଦିନ ଦୁଇ ରାତି ବିତି ଯାଇଥିଲେ ମଧ୍ୟ ଏବେ ସୁଦ୍ଧା ବାଘୁଣୀ ସୁନ୍ଦରୀ ଧରାପଡ଼ିନି। ରାତି ତମାମ୍‍ ଚେଷ୍ଟା ପରେ ମଧ୍ୟ ମିଶନ ‘ସୁନ୍ଦରୀ’ ଫେଲ ମାରୁଥିବାରୁ ଓୟୁଏଟି ବିଶେଷଜ୍ଞ ଫେରି ଯାଇଥିବା ସୂଚନା ମିିଳିଛି। ଏବେ ଅନ୍ୟ ଟ୍ରାଙ୍କୁଲାଇଜ୍‍ ଟିମ୍‍କୁ ନେଇ ଚତୁର୍ଥ ପର୍ଯ୍ୟାୟ ଅଭିଯାନ ପୁଣି ଥରେ ଆରମ୍ଭ ହୋଇଛି।
ବୁଧବାର ବାଘମୁଣ୍ଡାରୁ ଯିବା ପରେ ଏବେ ଛାଞ୍ଚୁଣୀଆ ଜଙ୍ଗଲରେ ସୁନ୍ଦରୀ ଥିବାର ସୂଚନା ମିଳିଛି। ଟ୍ରାଙ୍କୁଲାଇଜ୍‍ ପାଇଁ ପାହାଡ଼ ଚାରିପଟେ ଅନ୍ୟ ଏକ ଟିମ୍‍ ସଜାଗ ଥିବା ଜଣାପଡ଼ିଛି। ସୁନ୍ଦରୀକୁ ଧରିବାକୁ ବନ ବିଭାଗ ପକ୍ଷରୁ ୫୦ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ମାତ୍ର ବାରମ୍ବାର ଉଦ୍ୟମ ସର୍ତ୍ତେ ସୁନ୍ଦରୀ ଧରାପଡ଼ୁନଥିବାରୁ ଗ୍ରାମବାସୀ ଆତଙ୍କିତ ହୋଇ ରହିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories