www.samajalive.in
Sunday, December 7, 2025
26.1 C
Bhubaneswar

କାର୍ଯ୍ୟକ୍ଷେତ୍ରରେ ସତର୍କତା ଏବଂ ନିରାପତ୍ତା ବ୍ୟବସ୍ଥା ଉପରେ ନିର୍ମାଣ ଶ୍ରମିକଙ୍କ ପାଇଁ ତାଲିମ

ଭୁବନେଶ୍ୱର: ସେଣ୍ଟ ଆମ୍ବୁଲାନ୍ସ, ଭୁବନେଶ୍ୱର ସହଯୋଗରେ ଅସଂଗଣିତ ଶ୍ରମ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର(ସିଓଇୟୁଏଲ), ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ତେଲୁଗୁର ବସ୍ତିରେ ନିର୍ମାଣ ଶ୍ରମିକମାନଙ୍କ ପାଇଁ କାର୍ଯ୍ୟକ୍ଷେତ୍ରରେ ସତର୍କତା ଏବଂ ସୁରକ୍ଷା ପ୍ରଣାଳୀ ଉପରେ ଏକ ତାଲିମ କାର୍ଯ୍ୟମ୍ରମ ଆୟୋଜିତ ହୋଇଥିଲା। ଉତ୍କଳ ବିଶ୍ୱବିଦ୍ୟାଳୟ ସିଓଇୟୁଏଲର ପ୍ରଫେସର ପ୍ରବୋଧ କୁମାର ହୋତାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡ.ସୁଜିତ କୁମାର ଆଚାର୍ଯ୍ୟ, ଡ.ଚେଣ୍ଡାଙ୍ଗିଏନଲା ଆୟାର, ସେଣ୍ଟ ଆମ୍ବୁଲାନ୍ସର ଡ.ସନତ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ।

ନିର୍ମାଣ ଶ୍ରମିକ କ୍ଷେତ୍ର ଅତ୍ୟନ୍ତ ବିପଜ୍ଜନକ ଏବଂ ଏହି ପ୍ରକାର କାର୍ଯ୍ୟ ସହ ଜଡ଼ିତ ବିପଦ ଅନେକ ଶ୍ରମିକଙ୍କ ପାଇଁ ସାଂଘାତିକ ପ୍ରମାଣିତ ହୋଇଥାଏ। ଭାରତରେ ନିର୍ମାଣ ଶ୍ରମିକାମନଙ୍କ ମଧ୍ୟରେ ଦୁର୍ଘଟଣାଜନିତ କ୍ଷତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଦୁର୍ଭାଗ୍ୟବଶତଃ ନିର୍ମାଣ ସ୍ଥଳରେ ଆଘାତର ଏକ ପ୍ରମୁଖ ଅଂଶ ସାଂଘାତିକ ହୋଇଥାଏ। ଏହା ଦିନକୁ ଦିନ ୩୮ଟି ମର୍ମନ୍ତୁଦ ଦୁର୍ଘଟଣା ସହିତ ମାରାତ୍ମକ କ୍ଷେତ୍ର ଅଟେ। ଏଥିପାଇଁ ଏହି ପ୍ରଶିକ୍ଷଣରେ କାର୍ଯ୍ୟ କରୁଥିବା ଶ୍ରମିକାମନଙ୍କୁ ଜରୁରୀକାଳୀନ ସମୟରେ ପ୍ରାଥମିକ ଚିକିତ୍ସା କିପରି କରାଯାଇପାରିବ ଶିକ୍ଷା ଦିଆଯାଇଥିଲା। ୧୦ଜଣ ମହିଳା ଏବଂ ୧୪ଜଣ ପୁରୁଷ ନିର୍ମାଣ ଶ୍ରମିକଙ୍କୁ ନେଇ ୨୪ଜଣ ଅଂଶଗ୍ରହଣକାରୀମାନଙ୍କ ସହିତ ଶିକ୍ଷା ରିମେଡ଼ିଆଲ ଏଜୁକେସନ କେନ୍ଦ୍ରରେ ଏହି ତାଲିମ ଅନୁଷ୍ଠିତ ହୋଇଥିଲା। ଶ୍ରମିକମାନଙ୍କୁ ଷ୍ଟ୍ରୋକର ଲକ୍ଷଣ ଚିହ୍ନଟ, ସିଆପି କିପରି କରାଯିବ, କ୍ଷତକୁ କିପରି ସ୍ୱଚ୍ଛ ଭାବରେ ଚିକିତ୍ସା କରାଯିବ ଏବଂ ଭଙ୍ଗା ଓ ମୋଡ଼ି ହୋଇଥିବା ହାଡ଼ ପାଇଁ ପ୍ରାଥମିକ ଚିକିତ୍ସାର ଉପାୟ ବିଷୟରେ ତାଲିମ ଦିଆଯାଇଥିଲା। ଡ.ନମିତାପ୍ଟ୍‍ନାୟକଙ୍କ ଦ୍ୱାରା ଏହି ଅଧିବେଶନ ଆୟୋଜିତ କାଯାଇଥିଲା। ଅଂଶଗ୍ରହଣକାରୀମାନଙ୍କୁ ତାଲିମ ଶେଷରେ ମାଗଣା ପ୍ରଥମିକ ଚିକିତ୍ସା କିଟ୍‍ ଏବଂ ଖାଦ୍ୟ ଯୋଗାଇ ଦିଆଯାଇଥିଲା।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories