www.samajalive.in
Sunday, December 14, 2025
26.1 C
Bhubaneswar

କାହାକୁ ମିଳିବ ନାହିଁ ସ୍ୱତନ୍ତ୍ର ରାଜ୍ୟପାହ୍ୟା : କେନ୍ଦ୍ର ସରକାର

ନୂଆଦିଲ୍ଲୀ : ବର୍ତ୍ତମାନ ପରିସ୍ଥିତିରେ କୌଣସି ରାଜ୍ୟକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ଶ୍ରେଣୀରେ ସାମିଲ କରାଯିବ ନାହିଁ ବୋଲି କେନ୍ଦ୍ର ସରକାର ଲୋକସଭାରେ ଜଣାଇଛନ୍ତି। ସାଂସଦ ନଗେନ୍ଦ୍ର ପ୍ରଧାନଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଅର୍ଥରାଷ୍ଟ୍ରମନ୍ତ୍ରୀ ଶିବ ପ୍ରତାପ ଶୁକ୍ଳା ଜଣାଇଛନ୍ତି ଯେ ସ୍ୱତନ୍ତ୍ର ରାଜ୍ୟପାହ୍ୟା ତାଲିକାରେ ସାମିଲ ହେବାକୁ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ରାଜସ୍ଥାନ, ବିହାର ଏବଂ ଝାଡ଼ଖଣ୍ଡ ଆଦି ପାଞ୍ଚଟି ରାଜ୍ୟର ପ୍ରସ୍ତାବ କେନ୍ଦ୍ର ସରକାରଙ୍କୁ ମିଳିଛି। ଚତୁର୍ଦଶ ଅର୍ଥ କମିଶନ ନିଜ ସୁପାରିସରେ ସ୍ୱତନ୍ତ୍ର ପାହ୍ୟାରାଜ୍ୟ ଏବଂ ଅଣସ୍ୱତନ୍ତ୍ର ପାହ୍ୟାରାଜ୍ୟଗୁଡ଼ିକ ମଧ୍ୟରେ ରହିଥିବା ପ୍ରଭେଦ ସଂପର୍କରେ ଦର୍ଶାଇନଥିଲେ ବୋଲି କେନ୍ଦ୍ର ସରକାର କହିଛନ୍ତି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories