www.samajalive.in
Sunday, December 14, 2025
26.1 C
Bhubaneswar

ଅଷ୍ଟ୍ରେଲିଆଠାରୁ ଭାରତ ପରାସ୍ତ ; ଫାଇନାଲରୁ ବାଦ୍‍ 

ମୁମ୍ବଇ : ଏଠାରେ ଚାଲିଥିବା ତ୍ରିରାଷ୍ଟ୍ରୀୟ ମହିଳା ଟ୍ୱେଣ୍ଟି-୨୦ ଟୁର୍ଣ୍ଣାମେଣ୍ଟରେ ଆୟୋଜକ ଭାରତୀୟ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଅବ୍ୟାହତ ରଖିଛି। ଲିଗ୍‍ ପର୍ଯ୍ୟାୟରେ କ୍ରମାଗତ ୩ୟ ପରାଜୟ ଭୋଗିବା ପରେ ଭାରତର ଫାଇନାଲ ଖେଳିବା ଆଶା ମଉଳିଯାଇଛି। ସୋମବାର ଖେଳା ଯାଇଥିବା ଟୁର୍ଣ୍ଣାମେଣ୍ଟର ୪ର୍ଥ ଲିଗ୍‍ ମ୍ୟାଚ୍‍ରେ ବେଥ୍‍ ମୁନି ଓ ଏଲିଜ୍‍ ଭିଲାନିଙ୍କ ଅର୍ଦ୍ଧଶତକ ବଳରେ ଘରୋଇ ଭାରତକୁ ୩୬ ରନ୍‍ରେ ଅଷ୍ଟ୍ରେଲିଆ ପରାସ୍ତ କରିଛି। ଭାରତ ପ୍ରଥମେ ବ୍ୟାଟିଂକରି ୫ ୱିକେଟରେ ୧୮୬ ରନ୍‍ କରିଥିଲା। ପରେ ଓପ୍‍ନର ଜେମିମା ରଡ୍ରିଗ୍ୱେଜ୍‍ଙ୍କ ଅର୍ଦ୍ଧଶତକ ସତ୍ତେ୍ୱ ଭାରତ ୨୦ ଓଭର ଶେଷରେ ୫ ୱିକେଟ ହରାଇ ୧୫୦ ରନ୍‍ କରି ପାରିଥିଲା।
ଏହି ବିଜୟ ଫଳରେ ଅଷ୍ଟ୍ରେଲିଆ ୩ୟ ମ୍ୟାଚ୍‍ରୁ ୨ୟ ବିଜୟ ହାସଲକରି ଇଂଲଣ୍ଡ ସହ ସମାନ ୪ ପଏଣ୍ଟ ପାଇଛି। ୩ଟି ମ୍ୟାଚ୍‍ରୁ ଭାରତ ଖାତା ଖୋଲି ପାରିନାହିଁ। ୨୯ରେ ଇଂଲଣ୍ଡ ବିପକ୍ଷରେ ଭାରତ ୪ର୍ଥ ତଥା ଅନ୍ତିମ ଲିଗ୍‍ ମ୍ୟାଚ୍‍ ଖେଳିବ। ଏହି ମ୍ୟାଚ୍‍ରେ ଜିତିଲେ ମଧ୍ୟ ଭାରତ ଫାଇନାଲ ଖେଳିବାର ସମ୍ଭାବନା ନାହିଁ। ଭାରତ ଟସ୍‍ ଜିତି ଫିଲ୍‍ଡିଂ ନେବା ପରେ ଅଷ୍ଟ୍ରେଲିଆ ୪ର୍ଥ ଓଭରରେ ୨୯ ରନ୍‍ରେ ୨ଟି ୱିକେଟ ହରାଇଥିଲା। ଆଲିସା ହିଲି ୯ ଓ ଆସ୍‍ଲେ ଗାର୍ଡନର ୧୭ ରନ୍‍କରି ଆଉଟ ହୋଇଥିଲେ। ତେବେ ୩ୟ ୱିକେଟ ପାଇଁ ବେଥ୍‍ ମୁନି ଓ ଏଲିଜ୍‍ ଭିଲାନି ୧୧୪ ରନ୍‍ ଯୋଗକରି ସ୍ଥିତିକୁ ସୁଧାରିଥିଲେ। ମୁନି ଆକ୍ରମଣାତ୍ମକ ବ୍ୟାଟିଂକରି ୮ଟି ଚୌକା ସହ ୭୧ ରନ୍‍ କରିଥିଲେ। ଭିଲାନି ୪୨ ବଲ୍‍ରୁ ୧୦ଟି ଚୌକା ସହ ୬୧ ରନ୍‍ କରିଥିଲେ। ପୂଜା ବସ୍ତ୍ରାକର ୨ଟି ୱିକେଟ ନେଇଥିଲେ। ୧୮୭ ରନ୍‍ ଲକ୍ଷ୍ୟରେ ଭାରତ ଇନିଂସ ଆରମ୍ଭ କରିବା ପରେ ୨୬ ରନ୍‍ରେ ୩ଟି ୱିକେଟ ହରାଇଥିଲା। ସ୍ମୃତି ମାନ୍ଧାନା ୩, ମିତାଲି ରାଜ୍‍ ୦ ଓ ଦୀପ୍ତି ଶର୍ମା ୨ ରନ୍‍କରି ଆଉଟ ହୋଇ ଯାଇଥିଲେ। ୪ର୍ଥ ୱିକେଟ ପାଇଁ ଜେମିମା ରଡ୍ରିଗ୍ୱେଜ୍‍ ଓ ଅଧିନାୟିକା ହରମନପ୍ରୀତ କୌର ୫୪ ରନ୍‍ ଯୋଡ଼ିଥିଲେ। ରଡ୍ରିଗ୍ୱେଜ୍‍ ୪୧ ବଲ୍‍ରୁ ୮ଟି ଚୌକା ସହ ୫୦ ରନ୍‍ କରିଥିଲେ। ହରମନପ୍ରୀତ ୩୦ ବଲ୍‍ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୩୩ ରନ୍‍ କରିଥିଲେ। ୯୭ ରନ୍‍ରେ ଭାରତ ୫ଟି ୱିକେଟ ହରାଇବା ପରେ ଅନୁଜା ପାଟିଲ ଓ ପୂଜା ବସ୍ତ୍ରାକର ୩୭ ବଲ୍‍ରୁ ୫୩ ରନ୍‍ ଯୋଗ କରିବାରୁ ଦଳର ସ୍କୋର୍‍ ଦେଢ଼ଶହ ରନ୍‍ ସ୍ପର୍ଶ କରି ପାରିଥିଲା। ମେଗାନ୍‍ ସ୍କଟ୍‍ ୩ଟି ୱିକେଟ ନେଇଥିଲେ। ମେଗାନ୍‍ ସ୍କଟ୍‍ ପ୍ଲେୟର ଅଫ୍‍ ଦି ମ୍ୟାଚ୍‍ ହୋଇଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories