www.samajalive.in
Saturday, December 13, 2025
18.1 C
Bhubaneswar

ଏତଲାକାରିଣୀକୁ ହତ୍ୟା, ୩୩ ଗିରଫ

କବିସୂର୍ଯ୍ୟ ନଗର: ଏତଲାକାରିଣୀକୁ ହତ୍ୟା ମାମଲାରେ ପୁଲିସର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କବିସୂର୍ଯ୍ୟ ଥାନାରେ ୫ଟି ମାମଲା ରୁଜୁ ସହ୩୩ଜଣଙ୍କୁ ପୁଲିସ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ୨୦ଜଣ ମହିଳା ଓ ୧୩ଜଣ ପୁରୁଷ ଅଛନ୍ତି। କବିସୂର୍ଯ୍ୟନଗର ଥାନା ମାଧିଆପଲ୍ଲୀ ଗାଁରେ ଅଭାବନୀୟ ଘଟଣା। ଗତ ରାତିରେ ୪ଜଣଙ୍କୁ ଗୁଣି ସନ୍ଦେହରେ ମାଡ଼ ମାରିଥିଲେ ଗାଁ ଲୋକେ। ମାଡ଼ ଖାଇଥିବା ୪ଜଣଙ୍କ ମଧ୍ୟରୁ ଜଣଙ୍କ ପତ୍ନୀ ଥାନାରେ ଏତଲା ​‌େ​‌ଦଇଥିଲେ। କାହିଁକି ଏତଲା ଦେଲ କହି ସମ୍ପୃକ୍ତା ମହିଳାଙ୍କୁ ପିଟିପିଟି ମାରିଦେଇଥିଲେ ଗାଁ ଲୋକେ।
ଗତକାଲି ରାତିରେ ଗାଁର ଜଣେ ବ୍ୟକ୍ତି ଦେହରେ ପ୍ରେତାତ୍ମା ଲାଗିଥିଲା। ଗାଁର ଯୁଧିଷ୍ଠର ନାହାକଙ୍କ ସମେତ ୪ ଜଣ ବ୍ୟକ୍ତି ଗୁଣିଗାରେଡ଼ି କରୁଥିବା ସେହି ପ୍ରେତାତ୍ମା ଗ୍ରାମବାସୀଙ୍କୁ କହିଥିଲା। ଯୁଧିଷ୍ଠିରଙ୍କ ସହ ଅନ୍ୟମାନଙ୍କ ନାମ ମଧ୍ୟ ସେହି ପ୍ରେତାତ୍ମା କହିଥିଲା। ଆଉ ଗ୍ରାମବାସୀ ଏହାକୁ ବିଶ୍ୱାସ କରିଥିଲେ। ତା’ପରେ ଗାଁରେ ସଭା ବସିଥିଲା। ଯୁଧିଷ୍ଠିରଙ୍କ ସମେତ ଅନ୍ୟ ୩ଜଣଙ୍କୁ ସଭାରେ ଉପସ୍ଥିତ ରହିବାକୁ କୁହାଯାଇଥିଲା ଓ ସେମାନେ ମଧ୍ୟ ସଭାରେ ଉପସ୍ଥିତ ହୋଇଥିଲେ।
ସେଠାରେ ଗ୍ରାମବାସୀ ଓ ଉକ୍ତ ୪ ଜଣଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଉତ୍ତ୍ୟକ୍ତ ଗ୍ରାମବାସୀ ଯୁଧିଷ୍ଠର ଓ ଅନ୍ୟ ୩ ଜଣଙ୍କୁ ନିର୍ଧୂମ ପିଟିଥିଲେ। ଗ୍ରାମବାସୀଙ୍କ ଏହି କାର୍ଯ୍ୟକୁ ଯୁଧିଷ୍ଠିରଙ୍କ ପତ୍ନୀ ଗ୍ରହଣ କରିପାରିନଥିଲେ। ସେ କବିସୂର୍ଯ୍ୟନଗର ଥାନା ପୁଲିସ୍‌କୁ ଘଟଣା ବିଷୟରେ ଜଣାଇଥିଲେ। ପୁଲିସ ପହଞ୍ଚି ଯୁଧିଷ୍ଠିର ଓ ଅନ୍ୟ ୩ ଜଣଙ୍କୁ ଉଦ୍ଧାର କରି ଆସିକା ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା।

Hot this week

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

Related Articles

Popular Categories