www.samajalive.in
Friday, December 12, 2025
16.1 C
Bhubaneswar

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥନରେ ଗଠିତ ହେଲା ପ୍ରଦୀପ ସେନା

ଗୋପାଳପୁର: ଗୋପାଳପୁର ରାଜନୀତିରେ ଏକ ନୂଆ ସମିକରଣ ଆରମ୍ଭ ହେବା ସହ ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ସମର୍ଥନରେ ପ୍ରଦୀପ ସେନା ନାମରେ ଏକ ସଂଗଠନ ଗଠନ ସହ ଆଜି ପ୍ରଥମ ବୈଠକ ଚାନ୍ଦପୁର ସ୍ଥିତ ଠାକୁରାଣୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଛି। ବୈଠକରେ ଲଲାଟେନ୍ଦୁ ସାହୁ ଅଧ୍ୟକ୍ଷତା କରିଥିବାବେଳେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନୀତି, ଆଦର୍ଶ, ସତ୍ୟ, ଅହିଂସା, ଧର୍ମ, ଧୈର୍ଯ୍ୟ ଓ ସ୍ବାଭିମାନୀ ନୀତିରୁ ଅନୁପ୍ରାଣିତ ହୋଇ ପ୍ରଦୀପ ସେନା ନାମରେ ଏକ ସେନା ଗଠନ କରାଯାଇଥିବା ଘୋଷଣା କରିଥିଲେ। ଗରିବଙ୍କ ହକର ଲଢେଇ ଲଢିବା, ଯୁବ, ଛାତ୍ର, ଚାଷୀ, ଶ୍ରମିକ, ହରିଜନ, ଦଳିତ, ପ୍ରତାରିତଙ୍କୁ ତାଙ୍କ ପ୍ରକୃତ ପ୍ରାପ୍ୟ ପାଇଁ ଲଢିବା ସହ ସମାଜରେ ଅରାଜକତା ବିରୋଧରେ ଆନ୍ଦୋଳନ କରିବା ପାଇଁ ସେନା କାର୍ଯ୍ୟ କରିବ ବୋଲି ମତପୋଷଣ କରିଥିଲେ। ଏହି ଅବସରରେ ରଙ୍ଗେଇଲୁଣ୍ଡା ବ୍ଲକରେ ବିଧାୟକ ପ୍ରତିନିଧି ଭାବେ ବାଲ୍ୟରାମ ଦଳାଇଙ୍କୁ ମନୋନୀତ କରାଯାଇଥିବାରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ସେନା ପରିଚାଳନା ନିମନ୍ତେ ବରିଷ୍ଠ ନେତା ଏନ.ଗଙ୍ଗାଧର ପାତ୍ରଙ୍କୁ ସଭାପତି ଭାବେ ମନୋନୀତ କରାଯାଇଥିଲା। ଆଗାମୀ ଦିନରେ ପ୍ରତି ପଞ୍ଚାୟତରେ ସେନା ନିମନ୍ତେ ଯୋଦ୍ଧାଙ୍କୁ ସାମିଲ କରାଯିବା ସହ ପଞ୍ଚାୟତ ସ୍ତରୀୟ କମିଟି ଗଠନ ନିମନ୍ତେ ସ୍ଥିର କରାଯାଇଥିଲା। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରମେଶ ସେଠୀ, ଅଶ୍ବିନୀ କୁମାର, କ୍ଷୀରୋଦ ରାଉଳ, ପି କାମରାଜୁ ରେଡ୍ଡୀ, ଲୁକା କର, ସୁବାଷ ହୋତା, ଜଗନ୍ନାଥ ସାହୁ, ମୁନା ସାହୁ, ଜୟା ରାଓ, ଅରୁଣ ପାଢୀ, ସନ୍ତୋଷ ବିଷୋୟୀ, ଲକ୍ଷ୍ମିନାରାୟଣ ପାତ୍ର, ସରୋଜ ଗୌଡଙ୍କ ସମେତ ୧୫ ପଞ୍ଚାୟତର ଶତାଧିକ ପ୍ରଦୀପ ସମର୍ଥକମାନେ ଉପସ୍ଥିତ ରହିଥିଲେ। ଆସନ୍ତା ନଭେମ୍ବର ୧ ତାରିଖରେ ବିଧାୟକ ଡ. ପାଣିଗ୍ରାହୀ ଇନ୍ଦ୍ରାକ୍ଷି ପଞ୍ଚାୟତ ଗସ୍ତରେ ଆସୁଥିବାରୁ ପ୍ରଦୀପ ସମର୍ଥକମାନେ ଏଥିରେ ସାମିଲ ହେବାକୁ ଆହ୍ବାନ ଦିଆଯାଇଥିଲା। ଏହି‌ ଅବସରରେ ବିଧାୟକ ଡ. ପାଣିଗ୍ରାହୀ ଆଭାସୀ ମାଧ୍ୟମରେ ନିଜ ସମର୍ଥକଙ୍କ ସହ କଥା ହେବା ସହ ତାଙ୍କୁ ସମର୍ଥନ ଜଣାଇଥିବାରୁ ସେନାର ଯୋଦ୍ଧାମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories