ସନ୍ଧ୍ୟା ୬ଟା ମୁଖ୍ୟ ଖବର

ହେଟ୍ ସ୍ପିଚ୍ ମାମଲା.. ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କୁ ୩ ବର୍ଷ ଜେଲ ଦଣ୍ଡ..୨୫ ହଜାର ଟଙ୍କା ଜରିମାନା..

ଟି-୨୦ ବିଶ୍ୱକପ.. ନେଦରଲ୍ୟାଣ୍ଡକୁ ୫୬ ରନରେ ପରାସ୍ତ କଲା ଭାରତ..

ଦେଶର ସମସ୍ତ ରାଜ୍ୟରେ ୨୦୨୪ ସୁଦ୍ଧା ଜାତୀୟ ତଦନ୍ତକାରୀ ସଂସ୍ଥା – ଏନଆଇଏ’ର ଶାଖା କାର୍ଯ୍ୟାଳୟ ସ୍ଥାପନ ହେବ.. ନବ ରାୟପୁରର ଅଟଳ ନଗର ଅଞ୍ଚଳରେ ଏନଆଇଏର ରାୟପୁର ଶାଖା କାର୍ଯ୍ୟାଳୟ ଭବନର ଉଦଘାଟନୀ ଉତ୍ସବରେ ଶାହା ଏହା କହିଛନ୍ତି.. ଆଗାମୀ ଦିନରେ ଦେଶରେ ଏନଆଇଏ ତୃତୀୟ ଆତଙ୍କବାଦ ନିରୋଧୀ ନେଟୱର୍କରେ ପରିଣତ ହେବ ବୋଲି ସେ କହିଛନ୍ତି..

ମହିଳାଙ୍କୁ ଜୀବନ୍ତ ଗିଳିଦେଲା ଅଜଗର.. ପେଟ ଚିରି ଉଦ୍ଧାର ହେଲା ମୃତଦେହ.. ଯାହାପରେ ସମଗ୍ର ଗାଁ ଆତଙ୍କିତ ହୋଇପଡିଛି.. ସାମାଜିକ ଗଣମାଧ୍ୟରେ ଏହି ଘଟଣା ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି.. ବାସ୍ତବରେ ଇଣ୍ଡୋନେସିଆରେ ଘଟିଛି ଏହି ଲୋମହର୍ଷଣକାରୀ ଘଟଣା..

ରସଗୋଲା ପାଇଁ ବାହାବେଦୀରେ ମାରପିଟ୍‌… ଗଣ୍ଡଗୋଳରେ ଗଲା ଜଣଙ୍କ ଜୀବନ… ଅନେକ ଲୋକ ଆହତ…  ଉଭୟ ବର ଓ କନ୍ୟା ପକ୍ଷରୁ ଏତଲା… ଘଟଣାସ୍ଥଳରେ ତଦନ୍ତ କରୁଛି ପୁଲିସ… ରାଜଧାନୀ ନୂଆଦିଲ୍ଲୀର ଆଗ୍ରା ଅଞ୍ଚଳର ଘଟଣା…

prayash

ଉତ୍ତରପ୍ରଦେଶର ପ୍ରୟାଗରାଜରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା… ଇଲେକ୍ଟ୍ରି ଖୁଣ୍ଟରେ ପିଟିହେଲା କାର୍‌… ଗୋଟିଏ ପରିବାରର ୬ଜଣଙ୍କ ମୃତ୍ୟୁ… ମୃତକଙ୍କ ମଧ୍ୟରେ ରହିଛନ୍ତି ମହିଳା… ଘଟଣାସ୍ଥଳରେ ପୁଲିସ ପହଞ୍ଚି କରୁଛି ତଦନ୍ତ… ଦୁର୍ଘଟଣାର କାରଣ ଅସ୍ପଷ୍ଟ…

ବାଲିଅନ୍ତା ଥାନା ଆଗରେ ଜୋରଦାର ପ୍ରତିବାଦ… ବିଚ୍ଛିନ୍ନାଞ୍ଚଳର ଝିଅକୁ ହତ୍ୟା ଅଭିଯୋଗରେ ଶାଶୁଘର ଲୋକଙ୍କୁ ଗିରଫ କରିବାକୁ ଦାବି… ପ୍ଲାକାର୍ଡ ଧରି ପ୍ରତିବାଦ କରୁଛନ୍ତି ଝାଡ଼ଖଣ୍ଡ ଷଢ଼େଇଖଳା ଖରସୁଆଁ ଗାଁ ଲୋକ… ପୁଲିସ ନ୍ୟାୟ ଦେଉନଥିବା ଅଭିଯୋଗ… ଅନେକ ଥର ଥାନାର ଦ୍ୱାରସ୍ଥ ପରେ ବି ସହଯୋଗ କରୁନାହାନ୍ତି ଆଇଆଇସି…

ଖସୁଛି ରାତିର ତାପମାତ୍ରା… ଧୀରେ ଧୀରେ ରାଜ୍ୟରେ ବଢ଼ୁଛି ଶୀତ… ୧୫ ସହରରେ ରାତିର ତାପମାତ୍ରା ୨୦ ଡିଗ୍ରୀ ତଳେ ରେକର୍ଡ… କୋରାପୁଟରେ ସର୍ବନିମ୍ନ ରାତି ତାପମାତ୍ରା ରହିଛି ୧୪.୨ ଡିଗ୍ରୀ… ଦାରିଙ୍ଗବାଡ଼ିରେ ୧୬ ଡିଗ୍ରୀ ରହିଛି ତାପମାତ୍ରା…

ଜମୁଛି ଧାମନଗର ପ୍ରଚାର… ଘରକୁ ଘର ବୁଲି ଭୋଟ ମାଗୁଛନ୍ତି ପ୍ରାର୍ଥୀ… ବିଜେପି ପ୍ରାର୍ଥୀ ପାଇଁ ମୈଦାନକୁ ଓହ୍ଲାଇବେ ୩ କେନ୍ଦ୍ରମନ୍ତ୍ରୀ… ସୂର୍ଯ୍ୟବଂଶୀ ସୁରଜଙ୍କ ପାଇଁ ଭୋଟ୍‌ ମାଗିବେ ଧର୍ମେନ୍ଦ୍ର… ବିଜେଡି ବି ହେଉଛି ସଜବାଜ… ଭର୍ଚୁଆଲରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ… କଂଗ୍ରେସ ଓ ସ୍ୱାଧୀନ ମଧ୍ୟ ଭୋଟଙ୍କୁ ମନାଇବାକୁ କରୁଛନ୍ତି ଉଦ୍ୟମ…

ବଢ଼ୁଛି ୟୁକ୍ରେନ୍‌-ରୁଷ ଯୁଦ୍ଧ… ହୋଇପାରେ ପରମାଣୁ ଲଢ଼େଇ… ସମରାଭ୍ୟାସ କଲା ରୁଷିଆ… ତଦାରଖ କଲେ ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ… ଓ୍ୱାଶିଂଟନ କହିଲା ସମରାଭ୍ୟାସ ନେଇ ରହିଥିଲା ସୂଚନା… ସେପଟେ ୟୁକ୍ରେନ୍‌ ମଧ୍ୟ ଯୁଦ୍ଧ ପାଇଁ ହେଉଛି ସିଜବାଜ…

ଖଡଗେଙ୍କ ଟିମରୁ ଆଉଟ୍‌ ହେଲେ ଶଶୀ… କଂଗ୍ରେସର ସିଡବ୍ଲୁସି ବୈଠକ ଲାଗି ଜାରି ହେଲା ୪୭ ଜଣିଆ ତାଲିକା… ସଦସ୍ୟ ତାଲିକାରେ ନାହିଁ ଶଶୀ ଥରୁରଙ୍କ ନାଁ… ଦଳୀୟ କାର୍ଯ୍ୟକାରିଣୀ ଯାଏ କାର୍ଯ୍ୟ କରିବ ଏହି ୪୭ ଜଣିଆ ଟିମ୍‌… ତାଲିକାରେ ରହିଛି ଓଡ଼ିଶାରୁ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସଙ୍କ ନାଁ…

kalyan agarbati

Comments are closed.