www.samajalive.in
Saturday, December 6, 2025
23.1 C
Bhubaneswar

ଓଡ଼ିଶା ଆଦର୍ଶ ବିଦ୍ୟାଳୟ  ଲାଞ୍ଜିଗଡ଼ରେ ସାବୁନ ବ୍ୟାଙ୍କ୍ ଉଦଘାଟିତ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ ସାବୁନ ବ୍ୟାଙ୍କ୍ ଉଦଘାଟିତ ହୋଇଯାଇଛି । ଗୋଟିଏ ସୁସ୍ଥ ଜୀବନଯାପାନ ପାଇଁ ସ୍ବଚ୍ଛତାର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ । ପିଲାଟି ଦିନରୁ ଯଦି ଜଣେ ବ୍ୟକ୍ତିକୁ ଏହାର ଶିକ୍ଷା ଦିଆଯାଏ ଓ ସଚେତନତା କରାଯାଏ ତାହେଲେ ତାର ପରବର୍ତ୍ତୀ ଜୀବନରେ ଏକ ସୁସ୍ଥ ଜୀବନ ଜାପାନ କରିପାରିବ । ତେବେ ଏହାକୁ ଦୃଷ୍ଟିରେ ରଖି ଆଜି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଲାଞ୍ଜିଗଡ଼ରେ ସାବୁନ ବ୍ୟାଙ୍କର ଶୁଭାରମ୍ଭ କରାଯାଇଛି। ପ୍ରତ୍ୟେକ ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟିତ୍ରୀ ଏହି ସମାରୋହରେ ସାମିଲ ହୋଇଛନ୍ତି । ଏହି ଅବସରରେ ବିଦ୍ୟାଳୟର ଭାରାପ୍ରାପ୍ତ ଅଧ୍ୟକ୍ଷ କ୍ଷୀରେଶ୍ଵର ପ୍ରଧାନ, ସ୍ବାଚ୍ଛତା ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଅଭିଭାଷଣ ମାଧ୍ୟମରେ ସଚେତନତା କରାଇଥିଲେ । ବିଦ୍ୟାଳୟର ସ୍ବାସ୍ଥ୍ୟ ଓ ସ୍ବଚ୍ଛତା ବିଭାଗର ପରିଚାଳନା ଦାୟିତ୍ଵରେ ଥିବା ଶିକ୍ଷକ ଅଜୟ ଠାଲେଇ ଓ ଶିକ୍ଷୟିତ୍ରୀ ସନୋମ ସୁହାସିନି ସାବୁନ ବ୍ୟାଙ୍କର ଉଦଘାଟନ କରିଥିଲେ । ଏଥିରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ଶେଷରେ ଇଂରାଜୀ ଶିକ୍ଷକ ବିବେକାନନ୍ଦ ସାହୁ ଧନ୍ୟବାଦ ଅର୍ପଣ ସହ ସଭା ସାଙ୍ଗ କରିଥିଲେ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories