www.samajalive.in
Saturday, December 6, 2025
19.1 C
Bhubaneswar

ଜମି ହସ୍ତାନ୍ତର ବାତିଲ ପାଇଁ ଜିଲ୍ଲାପାଳଙ୍କୁ ତହସିଲଦାରଙ୍କ ଜରିଆରେ ଦାବିପତ୍ର

ଫୁଲବାଣୀ: ଖଜୁରୀପଡା ବ୍ଲକ ମୁଖ୍ୟାଳୟ ଚାରିପଡା ଗ୍ରାମ ନିକଟସ୍ଥ ସରକାରୀ ଜମିରେ ଆଇଆରବି ବାଟାଲିୟନ ପାଇଁ ଜମି ଚିହ୍ନଟ ହୋଇଥିବା ବେଳେ ଏହାକୁ ବିରୋଧ କରିବା ସହ ଚିହ୍ନିଟ ଜମିକୁ ବାତିଲ କରିବାକୁ ସାତଖଣ୍ଡ ଗ୍ରାମବାସୀ ଖଜୁରୀପଡା ତହସିଲଦାର ଶ୍ରୀମତୀ ସ୍ୱପ୍ନିତା ନାୟକଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି । ଚାରିପଡା ଗ୍ରାମବାସୀ ସମେତ ଘୁଗୁଲାସାହି, ଡେହେଙ୍ଗୀ, ଖଜୁରୀପଡା, ବୁଡାରାକାଡି, କରୁଣାଗ୍ରାମର ଏବଂ ଦୁତିମେଣ୍ଡି ଗ୍ରାମର ଶତାଧିକ ମହିଳା ପୁରୁଷ ଯୁବକ ଯୁବତୀ ପ୍ରମୁଖ ଗତକାଲି ତହସିଲ କାର୍ଯ୍ୟାଳୟରେ ପହଞ୍ଚି ତହସିଲଦାରଙ୍କୁ ଆଇଆରବି ବାଟାଲିୟନ ପାଇଁ ଚିହ୍ନଟ ହୋଇଥିବା ଜମି ବାତିଲ କରିବାକୁ ଅନୁରୋଧ କରିବା ସହ ଜିଲ୍ଲାପାଳଙ୍କୁ ମଧ୍ୟ ଲିଖିତ ଅଭିଯୋଗ ପ୍ରେରଣ କରିଛନ୍ତି ।

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ପୂର୍ବପୁରୁଷରୁ ସେମାନଙ୍କ ପାରମ୍ପରିକ ଚାଷ କୋଳଥ, ମାଣ୍ଡିଆ, ମୁଗ, ବିରି, ରାଶି, କନ୍ଦମୂଳ, ହଳଦୀ ଚାଷ ସହିତ ସାତଖଣ୍ଡ ଗ୍ରାମର ମାଆ ଭଉଣୀ ମହିଳା ମାନେ କାଠ ପତ୍ର, ଖାଇବା ତେଲ ଭାବେ ମହୁଲ ଗଛର ଗରା ସଂଗ୍ରହ, ଜଙ୍ଗଲ ଜାତୀୟ ହରଟା, ବାହାଡା, ଆମ୍ବ, ଅଁଳା ଝୁଣା ମହୁ ଆଦି ସଂଗ୍ରହ ଏବଂ ବର୍ଷାଦିନେ ଛତୁ ସଂଗ୍ରହ କରି ନିଜର ଭରଣପୋଷଣ କରିଥାନ୍ତି । ଉକ୍ତ ଜମିରେ ମଧ୍ୟ ଗୋଚର ଜମି ରହିଥିବା ବେଳେ ସାତଖଣ୍ଡ ଗ୍ରାମର ଗାଈଗୋରୁ ମଧ୍ୟ ଚଲାବୁଲା କରାଯାଏ । ଏହି ଜମି ଯଦି ଆଇଆରବି ବାଟାଲିଅନକୁ ପ୍ରଦାନ କରାଯାଏ ତାହେଲେ ଆମ ଅଞ୍ଚଳର ଜନସାଧାରଣଙ୍କ ସମେତ ଗୋରୁଗାଈ ମାନଙ୍କ ବିଚରଣ ସହ ଜୀବନ ଜୀବିକା ସମ୍ପୂର୍ଣ୍ଣ ପ୍ରଭାବିତ ହୋବ ବୋଲି ଗ୍ରାମବାସୀ ଅଭିଯୋଗ କରୁଛନ୍ତି ।

- Advertisement -

ସରକାର ଯଦି ଆମ ଅଭିଯୋଗକୁ ସାତଦିନ ଭିତରେ ସମାଧାନ ନକରନ୍ତି ତାହେଲେ ବାଧ୍ୟ ହୋଇ ଆମେ ଆନ୍ଦୋଳନ ଆରମ୍ଭ କରିବୁ ବୋଲି ସୁଷମା ନାୟକ, ବନୀତା ବେହେରା, ମନୋଜ କୁମାର ଯାନୀ, ରାଜକିଶୋର ଯାନୀ, ମିଥୁନ ଯାନୀ, ଲଳିତା ଯାନୀ, ଦ୍ରୌପଦୀ ଯାନୀ, ବିଳାସ ଯାନୀ, ଲତା ଯାନୀ, ପ୍ରମଦା ଯାନୀ, ପୁଷ୍ଟିତା ଯାନୀ, ମନୋରଂଜନୀ ଯାନୀ,ଉର୍ବଶୀ ଆଚାର୍ଯ୍ୟ, ଅରୁଣ ଯାନୀ, ଗୋଲକବିବାରୀ ଯାନୀ, ଲକ୍ଷ୍ମଣ ଝାଙ୍କର, ସନ୍ତୋଷ ଝାଙ୍କର, ସନ୍ତୋଷ ଦଳବେହେରା ସୁଶାନ୍ତ ବେହେରା, ମହେନ୍ଦ୍ର ଯାନୀଙ୍କ ସମେତ ଶତାଧିକ ମହିଳା ପୁରୁଷ ଓ ଯୁବକ ଯୁବତୀ ପ୍ରମୁଖ ଦାବି ପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories