www.samajalive.in
Thursday, December 11, 2025
16.1 C
Bhubaneswar

ଡ୍ରେନରେ ପଡି ବାଳକର ମୃତ୍ୟୁ : ରାସ୍ତା ଅବରୋଧ

ପୁରୀ: ବୁଧବାର ସକାଳେ ପେଣ୍ଠକଟା ମେରାଇନ୍ ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମ ନିକଟରେ ଏକ ଡ୍ରେନରୁ ଜଣେ ବାଳକର ଶବ ଉଦ୍ଧାର କରାଯାଇଛି। ମୃତ ବାଳକ ହେଉଛନ୍ତି ଗୋପାଳପୁର ଗ୍ରାମର ଗଣେଶ (୭)। ମଙ୍ଗଳବାର ସନ୍ଧ୍ୟା ସମୟରେ ଗଣେଶକୁ ତାଙ୍କ ମାଆ କୌଣସି ଜିନିଷ ଆଣିବାକୁ ଦୋକାନ ପଠାଇଥିଲେ। କିନ୍ତୁ ସେ ଅଧିକ ସମୟ ଧରି ନ ଫେରିବାରୁ ସେ କେଉଁଠି ଖେଳକୁଦ କରୁଥିବେ ବୋଲି ପରିବାର ଲୋକେ ଭାବିଥିଲେ। ରାତିରେ ଅଧିକ ସମୟ ଧରି ନ ଫେରିବାରୁ ପରିବାର ଲୋକ ସ୍ଥାନୀୟ ଅଞ୍ଚଳରେ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ। ବୁଧବାର ସକାଳେ ସ୍ଥାନୀୟ ଲୋକ ଗଣେଶଙ୍କ ମୃତଦେହ ଏକ ଡ୍ରେନ ମଧ୍ୟରେ ଭାସୁ ଥିବାର ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ଗଣେଶଙ୍କ ମୃତ୍ୟୁ ପରେ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
ତେବେ ଡ୍ରେନ ଖୋଲା ରହିଥିବା ଯୋଗୁଁ ଗଣେଶଙ୍କର ମୃତ୍ୟୁ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ଗଣେଶଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ସ୍ଥାନୀୟ ଲୋକେ ବାଲିଘାଟ ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories