www.samajalive.in
Monday, December 8, 2025
27.1 C
Bhubaneswar

ସୁଜି ମାୱା

ଆବଶ୍ୟକ ସାମଗ୍ରୀ
ସୁଜି – ୨୦୦ ଗ୍ରାମ୍‍
ଖୁଆ – ୧୫୦ ଗ୍ରାମ୍‍
ଚିନି – ୧କପରୁ ସାମାନ୍ୟ କମ୍‍
ଗୁଜୁରାତି ଗୁଣ୍ଡ – ୨ ଚାମଚ
ଘିଅ – ଆବଶ୍ୟକ ପରିମାଣରେ
ପେସ୍ତା ବାଦାମ – ଅଳ୍ପ
କ୍ଷୀର – ୨ କପ ରୁ ସାମାନ୍ୟ କମ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ କଡ଼େଇ ବସାନ୍ତୁ। କଡ଼େଇରେ ଘିଅ ଗରମ କରନ୍ତୁ। ଘିଅ ଗରମ ହେବା ପରେ ସେଥିରେ ସୁଜି ପକାଇ ୧୦ମିନିଟ ଭଲ ଭାବେ ଭାଜନ୍ତୁ। ଭାଜିବା ପରେ ଏହାକୁ ଏକ ପାତ୍ରକୁ କାଢି ରଖନ୍ତୁ। ଏବେ କଡ଼େଇରେ ଖୁଆ ପକାଇ ଭାଜନ୍ତୁ। ଖୁଆ ସାମାନ୍ୟ ଭାଜି ହୋଇଗଲେ ଏଥିରେ ଏକ କପ କ୍ଷୀର, ଗୁଜୁରାତି ଗୁଣ୍ଡ, ଚିନି ପକାଇ ଭଲ ଭାବେ ଗୋଳାନ୍ତୁ। ଗୋଳାଇବା ପରେ ଏକ ଚାମଚ ଘିଅ ପକାନ୍ତୁ। ଏବେ ପାତ୍ରରେ ରଖିଥିବା ସୁଜି, ପେସ୍ତା ବାଦାମକୁ ଏଥିରେ ପକାଇ ପୁଣି ଗୋଳାନ୍ତୁ। ଏହା ପରେ ସାମାନ୍ୟ କ୍ଷୀର ପକାଇ ୪ ରୁ ୫ ମିନିଟ ଗୋଳାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏବେ ଏକ ଥାଳିରେ ଅଳ୍ପ ତେଲ ଲଗାଇ ଏହି ମିଶ୍ରଣକୁ ପକାଇ ହାତରେ ସମାନ କରି ଦିଅନ୍ତୁ ।


ଛୁରୀ ସାହାଯ୍ୟରେ ଏହାକୁ ଚାରି କଣିଆ କରି କାଟନ୍ତୁ ଓ ଖାଆନ୍ତୁ।

Hot this week

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

Related Articles

Popular Categories