www.samajalive.in
Saturday, December 13, 2025
27.1 C
Bhubaneswar

ବରୁଣସିଂ ଓ ରୁପାବାଲି ଖେଳ ପଡ଼ିଆ ଉନ୍ନତି କରଣ ନେଇ ଆଲୋଚନା

ବାଲେଶ୍ୱର: ଶିକ୍ଷା ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ବିକଶିତ ଜିଲା ଭାବେ ପରିଚୟ ପାଇଥିବା ବାଲେଶ୍ୱର ଜିଲାରେ ବର୍ତ୍ତମାନ କ୍ରୀଡ଼ା ଭିତ୍ତିଭୂମି ବିକାଶ ନେଇ ସରକାରୀ ତତ୍ପରତା ବୃଦ୍ଧି ପାଇଛି। ଗତ କିଛିଦିନ ତଳେ ଜିଲାର ରେମୁଣା ବ୍ଲକ ଅନ୍ତର୍ଗତ ବରୁଣସିଂ ଗ୍ରାମ ପଞ୍ଚାୟତର ଠାକୁରପଦା ଏବଂ ରୂପାବାଲି ଖେଳ ପଡ଼ିଆର ବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ବେଳେ ଆଜି ଜିଲା କ୍ରୀଡ଼ା ଅଧିକାରୀ ଏବଂ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଉପସ୍ଥିତିରେ ଏହାର ରୂପରେଖ ଚୂଡାନ୍ତ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ଜିଲା ପ୍ରଶାସନର ଅଧିକାରୀମାନେ ଖେଳ ପଡ଼ିଆର ଉନ୍ନତି କରଣ ସହ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ ପାଇଁ କ୍ଷେତ୍ର ପ୍ରଦର୍ଶନ କରି ସବିଶେଷ ତଥ୍ୟ ସଂଗ୍ରହ କରିଛନ୍ତି। ଏଥିସହିତ ଆଜି ପଞ୍ଚାୟତର ସମିତି ସଭ୍ୟା ଶ୍ରୀମତୀ ଶାନ୍ତା ଦାସଙ୍କ ସମେତ ସ୍ଥାନୀୟ ନିର୍ବାଚିତ ଲୋକପ୍ରତିନିଧି, ବରୁଣସିଂ ଉଚ୍ଚ ବିଦ୍ୟାଳୟର ପୁରାତନ ବିଦ୍ୟାର୍ଥୀ ଏବଂ ସ୍କୁଲ ପରିଚାଳନା କମିଟିର ସଦସ୍ୟ ଉପସ୍ଥିତ ରହି ଏଠାରେ ଖୋ-ଖୋ ଏବଂ ଭଲିବଲ ଖେଳ ଭିତ୍ତିଭୂମି ନିର୍ମାଣ ସହ ଉନ୍ନତ ତାଲିମ ଜରିଆରେ ଏଠାରୁ ଭଲ ଜାତୀୟ ଏବଂ ଅନ୍ତଜାତୀୟ ସ୍ତରର ଖେଳାଳି ସୃଷ୍ଟି ପାଇଁ ବ୍ୟବସ୍ଥା ଗ୍ରହଣ ପାଇଁ ମତ ରଖିଥିଲେ। ଏଥିସହିତ ତ୍ୱରିତ ବେଗରେ କାର୍ଯ୍ୟ କରି ଶୀଘ୍ର ଭିତ୍ତିଭୂମି ନିର୍ମାଣକାର୍ୟ୍ୟ ଶେଷ ପାଇଁ କ୍ରୀଡ଼ା ବିଭାଗ ଏବଂ ଜିଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରୁ ବୋଲି ବୁଦ୍ଧିଜୀବୀଙ୍କ ମହଲରେ ମତ ପ୍ରକାଶ ପାଇଛି।

ନିକଟରେ କ୍ରୀଡ଼ାମନ୍ତ୍ରୀ, ସଂସ୍କୃତି ମନ୍ତ୍ରୀ ଏବଂ ସ୍ଥାନୀୟ ବିଧାୟକଙ୍କ ଉପସ୍ଥିତିରେ ଖେଳ ପଡ଼ିଆ ଦୁଇଟିର ଉନ୍ନତି କରଣ ନେଇ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଥିବା ବେଳେ ବର୍ତ୍ତମାନ ଭିତ୍ତଭୂମି ନିର୍ମାଣ କାର୍ୟ୍ୟ ଆରମ୍ଭ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ସମଗ୍ର ରେମୁଣା ବ୍ଲକ ଅଞ୍ଚଳରେ ଖୁସିର ବାତାବରଣ ସୃଷ୍ଟି ହୋଇଛି। ଏହି କାର୍ୟ୍ୟକ୍ରମରେ ବାଲେଶ୍ୱର ଜିଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ଜେନାଙ୍କ ସହ ନୀଳଗିରି ରୋଡ କ୍ଳବର ସମ୍ପାଦକ କାହ୍ନୁ ଚରଣ ପାଣିଗ୍ରାହୀ, କୋଷାଧକ୍ଷ ଶଶୀକାନ୍ତ ପରିଡା, ଉପସଭାପତି ବିଶ୍ୱନାଥ ପ୍ରଧାନ, ସଦସ୍ୟ ଡମ୍ବରୁଧର ପ୍ରଧାନ, ଅର୍ଜୁନ ଦଳେଇ, ବୀରେନ୍ଦ୍ର ରାଉତ, ବିଶ୍ୱନାଥ ଘଣ୍ଟା, ଜାଗା ପ୍ରଧାନ, ନରେନ୍ଦ୍ର ଦାସ, ଯୋଗେଶ୍ୱର ମହାଲିକ, ଗଜେନ୍ଦ୍ର ମହାଲିକ, ସନତ ଜେନା, ଗୋପୀନାଥ ବାରିକ, ଜୟନ୍ତ ଦାସ ଏବଂ ସମାଜସେବୀ ମାର୍କଣ୍ଡ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories