www.samajalive.in
Saturday, December 13, 2025
23.1 C
Bhubaneswar

୩୦ ଜିଲାର ବିକାଶ ପାଇଁ ୩୦ ଆଇଏଏସ ଅଫିସରଙ୍କୁ ଦାୟିତ୍ବ

ଭୁବନେଶ୍ବର: ରାଜ୍ୟର ସମସ୍ତ ୩୦ଟି ଜିଲା ପାଇଁ ୩୦ଜଣ ବରିଷ୍ଠ ଆଇଏଏସ ଅଫିସରଙ୍କୁ ଦାୟିତ୍ବ ଦେଲେ ସରକାର। ପ୍ରଶାସନିକ ସୁଫଳ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଅଧିକାରୀଙ୍କୁ ଦାୟିତ୍ବ। ବିଭିନ୍ନ କାର୍ଯ୍ୟ ତଦାରଖ ଦାୟିତ୍ବ ପାଇଲେ ୩୦ ବରିଷ୍ଠ ଆଇଏଏସ ଅଫିସର। ୩୦ ବରିଷ୍ଠ ଆଇଏଏସଙ୍କୁ ଜିଲା ବିକାଶ ଦାୟିତ୍ବ ଦାୟିତ୍ବ ଦିଆଯାଇଛି।
ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କୁ କଳାହାଣ୍ଡି, ଅର୍ଥ ସଚିବ ବିଶାଲ ଦେବଙ୍କୁ ମୟୂରଭଞ୍ଜ, ଉଚ୍ଚଶିକ୍ଷା ସଚିବ ବିଷ୍ଣୁପଦ ସେଠୀଙ୍କୁ କୋରାପୁଟ, ଖଣି ଇସ୍ପାତ ସଚିବ ଦେଓରଞ୍ଜନ ସିଂହଙ୍କୁ କେନ୍ଦୁଝର, କୃଷି ସଚିବ ଅରବିନ୍ଦ ପାଢ଼ୀଙ୍କୁ କନ୍ଧମାଳ ଦାୟିତ୍ବ ମିଳିଛି। ସେହିପରି ମିଶନ ଶକ୍ତି ସଚିବ ସୁଜାତା ଆର କାର୍ତ୍ତିକେୟନଙ୍କୁ କଟକ, ଜଳସମ୍ପଦ ସଚିବ ଅନୁ ଗର୍ଗଙ୍କୁ ପୁରୀ ଦାୟିତ୍ବ ଦିଆଯାଇଛି। ଉତ୍ତରାଞ୍ଚଳ ଆରଡିସି ସୁରେଶ ଚନ୍ଦ୍ର ଦଳାଇଙ୍କୁ ଦେବଗଡ଼, ଆଇଟି ସଚିବ ମନୋଜ ମିଶ୍ରଙ୍କୁ ଢେଙ୍କାନାଳ, ଶ୍ରମ ସଚିବ ଚିତ୍ରା ଅନୁମଗମଙ୍କୁ ଗଜପତି, ହସ୍ତତନ୍ତ ଓ ବୟନ ଶିଳ୍ପ ସ୍ବତନ୍ତ୍ର ସଚିବ ଶ୍ରୀକାନ୍ତ ପୃଷ୍ଟିଙ୍କୁ ଜଗତସିଂହପୁର, ଓଏମସି ପରିଚାଳନା ନିର୍ଦ୍ଦେଶକ ବଲୱନ୍ତ ସିଂହଙ୍କୁ ସୁନ୍ଦରଗଡ଼, ମତ୍ସ୍ୟ ଓ ପଶୁସମ୍ପଦ ସଚିବ ସୁରେଶ କୁମାର ବଶିଷ୍ଠଙ୍କୁ ରାୟଗଡା, ପୂର୍ତ୍ତ ସଚିବ ବୀରବିକ୍ରମ ଯାଦବଙ୍କୁ ସମ୍ବଲପୁର, ମହିଳା ଓ ଶିଶୁ ବିକାଶ ସଚିବ ଶୁଭା ଶର୍ମାଙ୍କୁ ଖୋର୍ଦ୍ଧା, ସମବାୟ ସଚିବ ସଞ୍ଜିବ କୁମାର ଚଢାଙ୍କୁ ମାଲକାନଗିରି, ସ୍କୁଲ ଓ ଗଣଶିକ୍ଷା ସଚିବ ଏସ୍. ଅଶ୍ବସ୍ଥିଙ୍କୁ ଗଞ୍ଜାମ, ବିଜ୍ଞାନ ଓ କାରିଗରି କୌଶଳ ସଚିବ ଭାସ୍କରଜ୍ୟୋତି ଶର୍ମାଙ୍କୁ ଯାଜପୁର, ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କୁ ଝାରସୁଗୁଡା, ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ବଲାଙ୍ଗୀର, ଇପିକଲ ଏମଡି ଭୂପେନ୍ଦ୍ର ସିଂ ପୁନିଆଙ୍କୁ ସୋନପୁର, ସାମାଜିକ ବିକାଶ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲଙ୍କୁ ନବରଙ୍ଗପୁର, କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ କେନ୍ଦ୍ରାପଡ଼ା, ହସ୍ତତନ୍ତ ଓ ବୟନଶିଳ୍ପ ସ୍ବତନ୍ତ୍ର ସଚିବ ଶ୍ରୀକାନ୍ତ ପୃଷ୍ଟିଙ୍କୁ ଜଗତସିଂହପୁର, ଜାତୀୟ ସ୍ବାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ବୃନ୍ଦା ଡିଙ୍କୁ ଅନୁଗୁଳ, ଶ୍ରମ ଆୟୁକ୍ତ ଏନ୍. ଥିରୁମାଳା ନାଏକଙ୍କୁ ବାଲେଶ୍ବର, ଜଳସମ୍ପଦ ବିଭାଗର ସ୍ବତନ୍ତ୍ର ସଚିବ ଅର୍ଚ୍ଚନା ପଟ୍ଟନାୟକଙ୍କୁ ବରଗଡ଼, ସ୍ପେଶାଲ ପ୍ରୋଜେକ୍ଟର ନିର୍ଦ୍ଦେଶକ ଅରବିନ୍ଦ ଡାକୁଆଙ୍କୁ ଭଦ୍ରକ, ପଞ୍ଚାୟତିରାଜ ବିଭାଗ ଅତିରିକ୍ତ ସଚିବ ଗୁହା ପୁନମ ତାପସ କୁମାରଙ୍କୁ ବୌଦ୍ଧ, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ୍ ଆର. ଯାଦବଙ୍କୁ ନୂଆପଡା ଏବଂ ପାନୀୟ ଜଳ ଓ ପରିଚ୍ଛନ୍ନତା ନିର୍ଦ୍ଦେଶକ ବି. ପରମେଶ୍ବରଙ୍କୁ ନୟାଗଡ଼ ଦାୟିତ୍ବ ଦିଆଯାଇଛି ।
ରାଜ୍ୟର ୩୦ ଜିଲାର ବିଭିନ୍ନ ଉନ୍ନୟନମୂଳକ କାମ ତଥା ଜନହିତକାରୀ ଯୋଜନାର ତଦାରଖ କରିବା ପାଇଁ ଆଇଏଏସଙ୍କୁ ଦାୟିତ୍ବ ଦିଆଯାଇଥିବାନେଇ ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ପ୍ରକାଶ କରାଯାଇଛି।

Hot this week

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

Related Articles

Popular Categories