www.samajalive.in
Monday, December 15, 2025
27.1 C
Bhubaneswar

ଅଯୋଧ୍ୟାରେ ରବିବାର ଭବ୍ୟ ଦୀପୋତ୍ସବ ସମାରୋହ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଳୀ :  ଦୀପାବଳିର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର (ଆସନ୍ତାକାଲି) ଉତ୍ତର ପ୍ରଦେଶର ଅଯୋଧ୍ୟା ଗସ୍ତରେ ଯିବେ । ଅପରାହ୍ନରେ ପ୍ରଧାନମନ୍ତ୍ରୀ ବିରାଜମାନ ପ୍ରଭୁ ଶ୍ରୀରାମ ଲାଲାଙ୍କ ଦର୍ଶନ ଓ ପୂଜା କରିବା ପରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ପରିସର ନିରୀକ୍ଷଣ କରିବେ । ସେ ଭଗବାନ ଶ୍ରୀରାମଙ୍କ ପ୍ରତୀକାତ୍ମକ ରାଜ୍ୟାଭିଷେକ ସମ୍ପନ୍ନ କରିବେ । ସନ୍ଧ୍ୟା ସାଢେ ଛଅଟା ବେଳେ ପ୍ରଧାନମନ୍ତ୍ରୀ ସରଜୁ ନଦୀର ନୂତନ ଘାଟରେ ଆଳତୀ ଦର୍ଶନ କରିବା ପରେ ଭବ୍ୟ ଦୀପୋତ୍ସବ ସମାରୋହ ଶୁଭାରମ୍ଭ କରିବେ ।

ଚଳିତବର୍ଷ ଦୀପୋତ୍ସବର ଷଷ୍ଠ ସଂସ୍କରଣ ଆୟୋଜିତ ହେଉଥିବା ବେଳେ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ସ୍ୱୟଂ ଏଥିରେ ଅଂଶଗ୍ରହଣ କରିବେ। ଏହି ଅବସରରେ ୧୫ ଲକ୍ଷରୁ ଅଧିକ ପ୍ରଦୀପ ପ୍ରଜ୍ଜଳନ କରା ଯିବ। ଦୀପୋତ୍ସବ କାଳରେ ପାଞ୍ଚଟି ଆନିମେଟେଡ଼ ମଣ୍ଡପ ଓ ବିଭିନ୍ନ ରାଜ୍ୟର ନୃତ୍ୟ ସହ ଏଗାରଟି ରାମଲୀଳା ମଣ୍ଡପ ମଧ୍ୟ ପ୍ରଦର୍ଶିତ ହେବ। ପ୍ରଧାନମନ୍ତ୍ରୀ ସରଜୁ ନଦୀ ରାମକୀ ପୈଢୀରେ ଭବ୍ୟ ସଙ୍ଗୀତ ଲେଜର ଶୋ ସହ ଥ୍ରୀ-ଡି ହଲୋଗ୍ରାଫିକ ପ୍ରୋଜେକ୍ସନ ମ୍ୟାପିଂ ଶୋ ମଧ୍ୟ ଅବଲୋକନ କରିବେ ।

Hot this week

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

Related Articles

Popular Categories