ରାସ୍ତାକଡ଼ରେ ଚାଲିଛି ଗଛକଟା; ଚୁପ୍ ବସିଛି ବନବିଭାଗ
ଜି. ଉଦୟଗିରି: ଜି. ଉଦୟଗିରି ବାନାଞ୍ଚଳ ଅନ୍ତର୍ଗତ ଜାତୀୟ ରାଜପଥ କଡ ପୁକୁଲିଙ୍ଗିଆ ଜଙ୍ଗଲରୁ ବେଆଇନ ଭାବେ ଗଛକଟା ଯାଉଛି । ମଫିଆ ମାନେ ଗଛ କାଟି ନେଉଥିବା ବେଳେ, ବନବିଭାଗ ନିରବ ରହିବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ସଂପର୍କରେ ବାନାଞ୍ଚଳ ଅଧିକାରିଣୀ ମୀନାକ୍ଷୀ କୁମୁରା ପ୍ରତିକ୍ରିୟା ରଖିଛନ୍ତି । ସେ ନିଜର ପ୍ରତିକ୍ରିୟାରେ କହିଛନ୍ତି, ମୁଁ ଓ ମୋର କର୍ମଚାରୀ ଘଟଣାସ୍ଥଳକୁ ଯାଇଥିଲୁ । ଗଛକଟା ହେବା ଯାଗା ପୁକୁଲିଙ୍ଗିଆ ଗ୍ରାମ୍ୟ ଜଙ୍ଗଲର ନୁହେଁ ତାହା ହେଉଛି ସୁଜେଲି ଗ୍ରାମର ଗୁଗୁନୀ ପ୍ରଧାନଙ୍କ ପଟା ଯାଗା ବୋଲି ଜଣାପଡ଼ିଛି । ଅପରପକ୍ଷେ କେତକ ଗଛ ପର୍ମିଟ ମୁକ୍ତ ଅଟେ ଯଥା ବାଉଁଶ, ଆକାସିଆ ଓ ଚାକୁଣ୍ଡା କୁ ବିଭାଗୀୟ ପରୀମିଟି ଦରକାର ନାହିଁ କିମ୍ବା ପଟା ଯାଗା ଧାରି ମଧ୍ୟ କାର୍ଯ୍ୟଳୟରେ ଲିଖିତ ଅଭିଯୋଗ କରିନାହାନ୍ତି। ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।
Comments are closed.