www.samajalive.in
Saturday, December 6, 2025
15.1 C
Bhubaneswar

ଲାଞ୍ଜିଗଡ଼ରୋଡ଼ ଷ୍ଟେସନ ସମ୍ମୁଖ ଜଙ୍ଗଲରୁ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଳକ ନର୍ଲା ଥାନା ଅଧୀନରେ ଥିବା ସିକେରକୁପା ଫାଣ୍ଡି ଅନ୍ତର୍ଗତ ଲାଞ୍ଜିଗଡ଼ରୋଡ଼ ରେଳ ଷ୍ଟେସନ ନିକଟରେ ଥିବା ଜଙ୍ଗଲରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ‌। ଏ ସମ୍ପର୍କରେ ଖବର ପାଇ ଘଟଣା ସ୍ଥଳରେ ସିକେରକୁପା ଫାଣ୍ଡି ପୁଲିସ ପହଞ୍ଚିଛି। ସିକେରକୁପା ଫାଣ୍ଡି ଅଧିକାରୀ ସୁବାଷ ଚନ୍ଦ୍ର ଗୁରୁଙ୍କ ନେତୃତ୍ବରେ ପୁଲିସ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଥିବାବେଳେ ସେମାନଙ୍କ ସହିତ ଲାଞ୍ଜିଗଡ଼ରୋଡ଼ର ପୂର୍ବତନ ସରପଞ୍ଚ ଟଙ୍କଧର ମାଝୀ, ପୂର୍ବତନ ସମିତି ସଭ୍ୟ କୌନୁଜ ରାଉତ ମଧ୍ୟ ଉପସ୍ଥିତ ରହିଛନ୍ତି । ତେବେ କୌଣସି ପରିସ୍ଥିତିରେ କେହିଜଣେ ଆତ୍ମହତ୍ୟା କରିଥିବା ନା ତାଙ୍କୁ ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ। ଏନେଇ ପୁଲିସର ତଦନ୍ତ ଜାରି ରହିଛି। ବେଶ୍ ଦିନ ହେଲା ଶବଟି ଗଛ ଉପରେ ଝୁଲନ୍ତା ଅବସ୍ଥାରେ ରହି ଦୁର୍ଗନ୍ଧ ହେଇଛି। ବର୍ତ୍ତମାନ ମୃତଦେହଟି ପଚି ସଢି ଯାଇଥିବାରୁ ପରିଚୟ ମିଳିପାରି ନାହିଁ । ଏନେଇ ସିକେରକୁପା ଫାଣ୍ଡି ଅଧିକାରୀ ଶ୍ରୀ ଗୁରୁଙ୍କୁ ପଚାରିବାରୁ କିଛିଦିନ ପୂର୍ବରୁ ଘଟଣା ଘଟିଥିବା ଜଣାଯାଇଛି। ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ। ଆମ ତଦନ୍ତ ଚାଲିଛି ବୋଲି ପ୍ରକାଶ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories