www.samajalive.in
Monday, December 8, 2025
14.1 C
Bhubaneswar

ଲାଞ୍ଜିଗଡ ନୋଡାଲ ସ୍କୁଲରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି- ୨୦୨୨’ କ୍ରାର୍ଯ୍ୟକ୍ରମ ଅନୁଷ୍ଠିତ

ଲାଞ୍ଜିଗଡ଼: ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଉଚ୍ଚ ପ୍ରାଥମିକ(ନୋଡାଲ) ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି କ୍ରାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ କ୍ଲଷ୍ଟର ସିଆରସିସି ଏମ.ସୁନ୍ଦର ଶେଖରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଲାଞ୍ଜିଗଡ ବ୍ଳକ ପୂର୍ବତନ ଏବିଏଓ ତଥା ବିଆରସିସି ଗୋପବନ୍ଧୁ ପୁଷ୍ଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଲାଞ୍ଜିଗଡ ବ୍ଲକ ଏବିଇଓ ପଦ୍ମ ଲୋଚନ ସୁନା ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ନୋଡାଲ ସ୍କୁଲ ପ୍ରଧାନ ଶିକ୍ଷକ ରାଧାମାଧବ ରଥ, ଲାଞ୍ଜିଗଡ ଉଚ୍ଚ ବିଦ୍ୟାଳୟ ଖେଳ ଶିକ୍ଷୟତ୍ରୀ ବନିତା ଧଙ୍ଗଡା ମାଝୀ ପ୍ରମୁଖ ଯୋଗ ଦେଇଥିଲେ। ଲାଞ୍ଜିଗଡ କ୍ଲଷ୍ଟର ଅଧୀନରେ ଥିବା ୧୭ ଗୋଟି ସ୍କୁଲର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଚିତ୍ରାଙ୍କନ, ବକ୍ତୃତା, ବିତର୍କ, ଶୃତଲିଖନ, ହସ୍ତାକ୍ଷର ଲିଖନ, ସୃଜନଶୀଳ ଲିଖନ, ସାଧାରଣ ଜ୍ଞାନ, ପ୍ରବନ୍ଧ ଲିଖନ, ଗୀତ ତଥା ଦଳଗତ ସଂଗୀତ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏଥିରେ ୧୭ ଗୋଟି ସ୍କୁଲର ୫୧ ଜଣ ପ୍ରତିଯୋଗୀ ବିଭିନ୍ନ ପ୍ରତିଯୋଗୀତାରେ ଭାଗ ନେଇଥିଲେ। ଏଥିରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ୨୪ ଜଣ କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। ଏମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଗ୍ରହଣ କରିଥିବା କୃତି ଛାତ୍ରଛାତ୍ରୀ ବ୍ଳକସ୍ତରୀୟ କାର୍ଯ୍ୟକ୍ରମରେ ସ୍ଥାନ ପାଇବେ ବୋଲି ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଜଗନ୍ନାଥପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଲଳିତ ମୋହନ ଭୋଇ ପରିଚାଳନା କରିଥିଲେ। ପ୍ରତିଯୋଗିତା ପ୍ରମୁଖ ଭାବେ ପ୍ରଧାନ ଶିକ୍ଷକ ପରମାନନ୍ଦ ଗଉଡ଼, ଜଳନ୍ଧର ମାଝୀ, ଦୁର୍ଗା ମାଧବ ମହାଖୁଡ଼, ଅବିନାଶ ସିଂ, ମନୋଜ ମହାଖୁଡ଼, ସୁଧିସ କୁମାର ପଣ୍ଡା, କାର୍ତ୍ତିକ ମାଝୀ, ହେମାମାଳିନୀ ସାହୁ, ଡମ୍ବରୁଧର ସାହୁ, ପ୍ରଭାତୀ ମଲ୍ଲିକ, ଝରଣା ରାଣୀ ସାହୁ, ସୁଶାନ୍ତ ମଲ୍ଲିକ, ନରେନ୍ଦ୍ର ମାଝୀ, ବିନୋଦ ବାତ୍ରା, ସୁଜାତା ଦାସ, ମକରନ୍ଦ ପ୍ରଧାନୀ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଶିକ୍ଷକ ରାଘବ ଗହୀର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories